ଦେଶ

ପାକସ୍ତାନରେ ପୁଣି ସର୍ଜିକାଲ ଷ୍ଟ୍ରାଇକ୍ କଲା ଇରାନ୍ – Ibnodisha

[ad_1]

ତେହେରାନ: ପାକିସ୍ତାନ ଉପରେ ପୁଣି ଥରେ ସର୍ଜିକାଲ ଷ୍ଟ୍ରାଇକ୍ କରିଛି ଇରାନ । ଇରାନର ସେନା ପାକିସ୍ତାନରେ ପ୍ରବେଶ କରି ଆତଙ୍କବାଦୀ ସଂଗଠନ ଜୈଶ ଅଲ-ଅଦଲ (ନ୍ୟାୟ ସେନା)ର କମାଣ୍ଡର ଇସମାଇଲ ଶାହବକ୍ସ ଏବଂ ତା’ର କିଛି ସହଯୋଗୀଙ୍କୁ ନିପାତ କରିଛି। ଇରାନର ସରକାରୀ ଗଣମାଧ୍ୟମକୁ ଟାର୍ଗେଟ କରି ‘ଇରାନ୍ ଇଣ୍ଟରନ୍ୟାସନାଲ୍’ ଏହି ସୂଚନା ଦେଇଛି। ସୂଚନାଯୋଗ୍ୟ, ପ୍ରାୟ ମାସକ ତଳେ ଇରାନ ପାକିସ୍ତାନରେ ଏୟାର ଷ୍ଟ୍ରାଇକ୍ କରିଥିଲା, ବଦଳରେ ପାକିସ୍ତାନ ମଧ୍ୟ ଇରାନରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଅଲ୍ ଆରବିଆ ନ୍ୟୁଜ୍ ର ରିପୋର୍ଟ ଅନୁଯାୟୀ, ୨୦୧୨ରେ ଜୈସ୍ ଅଲ୍-ଅଦଲ ଗଠନ ହୋଇଥିଲା।

ଇରାନରେ ଥିବା ସୁନ୍ନି ବହୁଳ ଅଂଚଳରେ ଏହି ଆତଙ୍କବାଦୀ ସଂଗଠନ ନିଜର କାର୍ଯ୍ୟକଳାପ ଚଳାଇଥାଏ । ଏହି ସୁନ୍ନି କଠୋରପନ୍ଥା ସଂଗଠନକୁ ଇରାନ୍ ଆତଙ୍କବାଦୀ ସଂଗଠନ ବୋଲି କହୁଛି। ଏହା ଇରାନର ଦକ୍ଷିଣ-ପୂର୍ବ ପ୍ରଦେଶ ସିସ୍ତାନ-ବାଲୁଚିସ୍ତାନରେ ଅନେକ ଆତଙ୍କବାଦୀ କାଣ୍ଡ ଘଟାଇଛି । ଗତ କିଛି ବର୍ଷ ମଧ୍ୟରେ ଜୈଶ-ଅଲ-ଅଦଲ ଇରାନର ସୁରକ୍ଷା ବାହିନୀ ଉପରେ ଅନେକ ଥର ଆକ୍ରମଣ କରିଛି । ଅଲ ଆରବିଆ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଗତ ଡିସେମ୍ବର ମାସରେ ଜୈସ୍ ଅଲ୍-ଆଦଲ ସିସ୍ତାନ-ବେଲୁଚିସ୍ତାନର ଏକ ପୁଲିସ ଷ୍ଟେସନ ଉପରେ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button