ଦେଶ

ଜଳସ୍ତର ହ୍ରାସ ଯୋଗୁଁ ପାନାମା କେନାଲ୍‌ରେ ଟ୍ରାଫିକ୍‌ ଜାମ୍‌; ଅଟକିଛି ୨୦୦ରୁ ଅଧିକ ଜାହାଜ – Ibnodisha

[ad_1]

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନଜନିତ ପ୍ରଭାବ ଓ ଜଳସ୍ତର ହ୍ରାସ ହେତୁ ପ୍ରଶାନ୍ତ ମହାସାଗର ଓ ଆଟ୍‌ଲାଣ୍ଟିକ୍‌ ମହାସାଗରକୁ ସଂଯୋଗ କରୁଥିବା ପାନାମା କେନାଲ୍‌ ନିକଟରେ ଟ୍ରାଫିକ୍‌ ଜାମ୍‌ ହୋଇଥିବା କଥା ‘ଏକ୍ସ୍‌’ର ଏକ ଭାଇରାଲ୍‌ ପୋଷ୍ଟ୍‌ରୁ ଜଣାପଡ଼ିଛି।

‘ଏକ୍ସ୍‌’ କରିଥିବା ପୋଷ୍ଟ୍‌ରେ ‘ସ୍ବେନି ଟେକ୍‌ ଏସ୍‌ପିଏଫ୍‌ଏକ୍ସ୍‌’ କହିଛି: ପାନାମା କେନାଲ୍‌ର ଉଭୟ ପାର୍ଶ୍ବରେ ୨୦୦ରୁ ଅଧିକ ଜାହାଜ ଅଟକି ରହିଛନ୍ତି। ସେଥିରୁ କେତେକ ଜାହାଜ ପ୍ରାୟ ୩ ସପ୍ତାହ ହେବ ଅଟକି ରହିଲେଣି।

ସେଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ସମ୍ପ୍ରତି ପାନାମାରେ ପଡ଼ିଥିବା ଅଭୂତପୂର୍ବ ମରୁଡ଼ି ଯୋଗୁଁ ଜାହାଜ ସବୁ କେନାଲ୍‌ରେ ଲାଖି ରହିଥିବା କୁହାଯାଉଛି। ବର୍ଷା ହେଉଛି ଏହି କେନାଲ୍‌ରେ ପ୍ରବାହିତ ଜଳର ଉତ୍ସ। କିନ୍ତୁ, ଅନାବୃଷ୍ଟି ଯୋଗୁଁ ଏହି କେନାଲ୍‌ ବାଟେ ଜାହାଜ ସବୁ ଯାତାୟାତ କରିପାରୁ ନାହାନ୍ତି।

ଏହାଛଡ଼ା, ପାନାମା କେନାଲ୍‌ କର୍ତ୍ତୃପକ୍ଷ ସବୁଠୁ ଭାରୀ ଓ ବଡ଼ ଜାହାଜ ଉପରେ କଟକଣା ଲାଗୁ କରିଥିବା କଥା ମଧ୍ୟ ଗଣମାଧ୍ୟମ ‘ବ୍ଲୁମ୍‌ବର୍ଗ’ ସୁନିଶ୍ଚିତ କରିଛି। ତେଣୁ, ସେ ସବୁ ଜାହାଜ ଯାତାୟାତରେ ଆହୁରି ବିଳମ୍ବ ହେବ।

ଜଳସ୍ତର କମ୍‌ ଥିବାରୁ ଜାହାଜ ସବୁ ଅଳ୍ପ ସାମଗ୍ରୀ ପରିବହନ କରିବା କଥା। ତେଣୁ, ଆଉ କେତେକ ଜାହାଜ ମାଲପତ୍ର ପରିବହନ ପାଇଁ ବିକଳ୍ପ ସମୁଦ୍ର ପଥ ବ୍ୟବହାର କରୁଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button