ଦେଶ

ରେସ୍ତୋରାଁରୁ ଆପତ୍ତିଜନକ ଅବସ୍ଥାରେ ୨୦ଜଣ ଯୁବକ ଓ ଯୁବତୀ ଉଦ୍ଧାର – Ibnodisha

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ର‌ଦେଶର ଫରୁଖାବାଦର ଫତେହଗଡ଼ରେ ଥିବା ଏକ ରେସ୍ତୋରାଁ ଉପରେ ପୁଲିସ ଆକସ୍ମିକ ଚଢ଼ାଉ କରିଥିଲା। ଏହି ଚଢ଼ଉ ସମୟରେ ଆପତ୍ତିଜନକ ଅବସ୍ଥାରେ ୯ଜଣ ଯୁବତୀ ଓ ୧୧ଜଣ ଯୁବକଙ୍କୁ ପୁଲିସ ଉଦ୍ଧାର କରିବା ସହିତ ରେସ୍ତୋରାଁ ପରିଚାଳକଙ୍କୁ ହେପାଜତକୁ ନେଇଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଫତେହଗଡ଼ ଶିକାଗୋ ରେସ୍ତୋରାଁରେ ସର୍ବଦା ଯୁବକ-ଯୁବତୀଙ୍କ ଭିଡ଼ ଲାଗି ରହିଥାଏ। ବିଶେଷସୂତ୍ରରୁ ପୁଲିସକୁ ସୂଚନା ମିଳିଥିଲା କି ଏହି ରେସ୍ତୋରାଁରେ ଅନୈତିକ କାମ ଚାଲିଛି। ଏହି ଖବର ପାଇବା ପରେ ପୁଲିସ ଶିକାଗୋ ପିଜ୍ଜା ରେସ୍ତୋରାଁ ଉପରେ ଆକସ୍ମିକ ଚଢ଼ାଉ କରିଥିଲା।

ଏହି ଚଢ଼ାଉ ସମୟରେ ପୁଲିସ ଘଟଣାସ୍ଥଳରୁ ୯ଜଣ ଯୁବତୀ ଓ ୧୧ଜଣ ଯୁବକଙ୍କୁ ଆପତ୍ତିଜନକ ଅବସ୍ଥାରେ ଉଦ୍ଧାର କରିବା ସହିତ ସେମାନଙ୍କୁ ହେପାଜତକୁ ପଠାଇ ଦେଇଛି। ଏଥିସହିତ କୋଠରିଗୁଡ଼ିକରୁ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଛି ପୁଲିସ। ଏହି ଘଟଣାରେ ରେସ୍ତୋରାଁ ମାଲିକ ଓ ତାଙ୍କ ପୁଅଙ୍କୁ ବି ହେପାଜତକୁ ନେବା ସହିତ ପୁଲିସ ପଚରାଉଚରା ଜାରି ରଖିଛି।

ତେବେ ଏହି ଘଟଣା ସାମ୍ନାକୁ ଆସିବା ପ‌ରେ ଲୋକେ ବିଭିନ୍ନ ପ୍ରକାର ପ୍ରଶ୍ନ କରିଛନ୍ତି। ରେସ୍ତୋରାଁକୁ ଗ୍ରାହକମାନେ ଖାଦ୍ୟ ଗ୍ରହଣ କରିବାକୁ ଆସୁଥିବା ବେଳେ ସେଠାରେ କିପରି ଭାବେ ଏଭଳି ଅନୈତିକ କାର୍ଯ୍ୟ ହେଉଥିଲା?  ଏହା କ’ଣ ରେସ୍ତୋରାଁ ମାଲିକ ଜାଣି ନଥି‌ଲେ? ନା ଜାଣିଶୁଣି ଏସବୁକୁ ସମର୍ଥନ ଦେଇଥି‌ଲେ। ଏଦିଗରେ ବି ପୁଲିସ ଯାଞ୍ଚ କରୁଛି। ଏଥିସହିତ ହେପାଜତରେ ଥିବା ଯୁବକ-ଯୁବତୀଙ୍କ ପରିଚୟ ଓ ଠିକଣା ଜାଣିବା ପରେ ପୁଲିସ ସେମାନଙ୍କ ପରିବାରଲୋକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button