ଦେଶ

ପାକିସ୍ତାନରେ ପାଳନ ହେବନି ନୂଆବର୍ଷ – Ibnodisha

[ad_1]

ଇସ୍‌ଲାମାବାଦ : ପାକିସ୍ତାନରେ ପାଳନ ହେବନି ନୂଆବର୍ଷ । ଗାଜାବାସୀଙ୍କ ପ୍ରତି ଅନୁକମ୍ପା ବ୍ୟକ୍ତ କରିବା ଲାଗି ଏଥର ସମଗ୍ର ଦେଶରେ ଇଂରାଜୀ ନବବର୍ଷ ପାଳନ କରାଯିବ ନାହିଁ ବୋଲି ଗୁରୁବାର ଦିନ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନ୍‌ୱାରୁଲ୍‌ ହକ୍‌ କାକର୍‌ ନିଷେଧାଜ୍ଞା ଜାରି କରିଛନ୍ତି।ଜାତି ଉଦ୍ଦେଶ୍ୟରେ ଦେଇଥିବା ସଂକ୍ଷିପ୍ତ ଉଦ୍‌ବୋଧନରେ କାକର୍‌ ଅନୁରୋଧ କରିଛନ୍ତି, ପାଲେଷ୍ଟିନୀୟଙ୍କ ପ୍ରତି ଅନୁକମ୍ପା ବ୍ୟକ୍ତ କରି ନବବର୍ଷରେ ନିଷ୍ଠା ଓ ନମ୍ରତା ପ୍ରଦର୍ଶନ କରନ୍ତୁ।ପାଲେଷ୍ଟାଇନ୍‌ର ସାଙ୍ଘାତିକ ପରିସ୍ଥିତି ପ୍ରତି ଧ୍ୟାନ ଦେଇ ଆମ ପାଲେଷ୍ଟିନୀୟ ଭାଇଭଉଣୀଙ୍କ ପ୍ରତି ଅନୁକମ୍ପା ଓ ସମର୍ଥନ ବ୍ୟକ୍ତ କରିବା ଲାଗି ନବବର୍ଷ ଉପଲକ୍ଷେ କୌଣସି କାର୍ଯ୍ୟକ୍ରମ ଆୟୋଜନ ଉପରେ ସରକାର କଡ଼ା ନିଷେଧାଜ୍ଞା ଜାରି କରିବେ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଇସ୍ରାଏଲୀୟ ସେନାଦ୍ବାରା ୨୧,୦୦୦ରୁ ଊର୍ଦ୍ଧ୍ବ ପାଲେଷ୍ଟିନୀୟଙ୍କର ମୃତ୍ୟୁ ଘଟିଲାଣି। ଅକ୍ଟୋବର ୭ରୁ ମୋବାବର୍ଷଣ ଆରମ୍ଭ କରି ପ୍ରାୟ ୯୦୦୦ ପିଲାଙ୍କୁ ହତ୍ୟା କରିଥିବା ଇସ୍ରାଏଲ୍‌ ହିଂସା ଓ ଅବିଚାରର ସମସ୍ତ ସୀମା ଉଲ୍ଲଂଘନ କରିଗଲାଣି। ଗାଜା ଓ ୱେଷ୍ଟ୍‌ବ୍ୟାଙ୍କ୍‌ରେ ନିରୀହ ଶିଶୁ ଓ ନିରସ୍ତ୍ର ପାଲେଷ୍ଟିନୀୟଙ୍କ ସଂହାର ଘଟଣାରେ ସମଗ୍ର ପାକିସ୍ତାନୀ ଜାତି ଓ ମୁସଲ୍‌ମାନ ବିଶ୍ବ ଭୀଷଣ ବିବ୍ରତ ହୋଇପଡ଼ିଛନ୍ତି। ପାକିସ୍ତାନ ପାଲେଷ୍ଟାଇନ୍‌କୁ ୨ଟି ସହାୟତା ‘ପ୍ୟାକେଜ୍‌’ ପଠାଇଛି ଓ ଆଉ ଗୋଟାଏ ‘ପ୍ୟାକଜେ୍‌’ ପ୍ରସ୍ତୁତି କରାଯାଉଛି ବୋଲି ସେ କହିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button