ଦେଶ

ମନ୍ତ୍ରୀ ଆନନ୍ଦ ଛାଡ଼ିଲେ ଆପ୍‌ – Ibnodisha

[ad_1]

ନୂଆଦିଲ୍ଲୀ: ଇଡିର ଚଢ଼ଉ ପରେ ଆପ୍‌ରୁ ଇସ୍ତଫା ଦେଇଛନ୍ତି ମନ୍ତ୍ରୀ ରାଜକୁମାର ଆନନ୍ଦ । ଆନନ୍ଦ ଦିଲ୍ଲୀ ସରକାରରେ ସାମାଜିକ କଲ୍ୟାଣ ମନ୍ତ୍ରୀ ଥିଲେ । ନିକଟରେ ରାଜକୁମାର ଆନନ୍ଦଙ୍କ ଘରେ ଇଡି ଚଢ଼ଉ କରିଥିଲା । ସେ ଉଭୟ ଆମ୍ ଆଦମୀ ପାର୍ଟି ଏବଂ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ୨୦୨୦ରେ ରାଜକୁମାର ଆନନ୍ଦ ଆମ୍ ଆଦମୀ ପାର୍ଟି ଟିକଟରେ ପଟେଲ ନଗରରୁ ବିଧାୟକ ହୋଇଥିଲେ । ଦଳରୁ ଇସ୍ତଫା ଦେଇ ପୂର୍ବତନ ମନ୍ତ୍ରୀ ରାଜକୁମାର ଆନନ୍ଦ କହିଛନ୍ତି, ‘ମୁଁ ଦିଲ୍ଲୀ ସରକାରରେ ଜଣେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିଲି ଏବଂ ମୋ ପାଖରେ ୭ଟି ପୋର୍ଟଫୋଲିଓ ଥିଲା । କିନ୍ତୁ ଆଜି ମୁଁ ବହୁତ ଦୁଃଖିତ ଏବଂ ମୋର ଦୁଃଖ ଆପଣଙ୍କ ସହ ବାଣ୍ଟିବାକୁ ଚାହୁଛି । ମୁଁ ରାଜନୀତିରେ ପ୍ରବେଶ କଲି ଯେତେବେଳେ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ ରାଜନୀତିରେ ପରିବର୍ତ୍ତନ ହେଲେ ଦେଶ ବଦଳିଯିବ । ତେବେ ଆଜି ମୋତେ ବହୁତ ଦୁଃଖର ସହ କହିବାକୁ ପଡୁଛି ଯେ ରାଜନୀତିରେ ପରିବର୍ତ୍ତନ ଆସିଲା ନାହିଁ । ରାଜନେତା ବଦଳିଗଲେ । ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ଆମ୍ ଆଦମୀ ପାର୍ଟିର ଜନ୍ମ ହୋଇଥିଲା । କିନ୍ତୁ ଆଜି ଏହି ଦଳ ନିଜେ ଦୁର୍ନୀତିର ପଙ୍କରେ ଫସିଚାଲିଛି । ମନ୍ତ୍ରୀ ପଦବୀରେ ରହି ଏହି ସରକାରରେ କାମ କରିବା ମୋ ପାଇଁ କଷ୍ଟକର ହୋଇପଡ଼ିଛି । ମୁଁ ବର୍ତ୍ତମାନ ଏହି ଦଳ, ଏହି ସରକାର ଏବଂ ମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି । କାରଣ ମୁଁ ଚାହେଁ ନାହିଁ ଯେ ମୋର ନାମ ସେମାନଙ୍କ ଦୁର୍ନୀତି ସହିତ ଜଡ଼ିତ ହେଉ ।’

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button