ଦେଶ

ଆପଣ ବି ଏସି ରେ ରହିବାକୁ ପସନ୍ଦ କରୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ ନଚେତ୍ ଭୋଗି ପାରନ୍ତି ଅନେକ ସମସ୍ୟା

ଆଜିକାଲି ଅଧିକାଂଶ ଲୋକମାନେ ଡେରିରେ ଉଠିବା, ଠିକ୍ ସମୟରେ ଖାଦ୍ଯ ନଖାଇବା ଏବଂ ଏସି ରହିବାର ଅଭ୍ଯସ୍ତ ହୋଇସାରିଲେଣି। ବିଶେଷକରି ଯୁବ ପିଢୀମାନଙ୍କ ନିକଟରେ ଏସବୁ ଦେଖିବାକୁ ମିଳିଥାଏ। ଏହାର ପରିଣାମ ଖୁବ୍ ଜିନ୍ତାଜନକ ହୋଇଥାଏ। ଏକ ରିସର୍ଚ୍ଚ ମୁତାବିକ ଦେଶରେ ଅଧିକାଂଶ ଲୋକମାନଙ୍କ ଶରୀରରେ ଭିଟାମିନ୍-ଡି ର ଅଭାବ ଦେଖାଯାଇଥାଏ। ରିସର୍ଚ୍ଚରେ ଏହାମଧ୍ଯ କୁହାଯାଇଛି ଭିଟାମିନ-ଡି ଅଭାବ ଥିବା ଲୋକମାନଙ୍କ ନିକଟରେ ଗମ୍ଭୀର ରୋଗ ହେବାର ଆଶଙ୍କା ରହିଥାଏ। ଭିଟାମିନ୍-ଡି ଉଚ୍ଚ ରକ୍ତଚାପ, ଡାଇବେଟିଜ୍ ଏବଂ ହ୍ଦ୍ ରୋଗ ସମ୍ବନ୍ଧିୟ ସମସ୍ଯା ସହ ଯୋଡି ହୋଇ ରହିଥାଏ।

ରିସର୍ଚ୍ଚ ଅନୁଯାୟୀ ଶରୀରରେ ଭିଟାମିନ୍-ଡି ର ଅଭାବ ହଠାତ୍ ଦେଖାଯାଇନଥାଏ। ଏହା ଆମ ଦୌନନ୍ଦିନ ଜୀବନର ଖାଦ୍ଯଶୈଳୀ ପରିବର୍ତ୍ତନରେ ଦେଖାଯାଇଥାଏ। ଭିଟାମିନ୍-ଡି ର ଅଭାବରେ ଶରୀରରେ ଅନେକ ସମସ୍ଯା ଦେଖାଯାଇଥାଏ। ଯେପରି ଆଣ୍ଟୁ-ଗଣ୍ଠିରେ ଯନ୍ତ୍ରଣା ହେବା, ଜଲଦି ଦୁର୍ବଳ ଲାଗିବା, ଦୁର୍ବଳ ମାଂସ-ପୋୀ, ପାଦ ଫୁଲିବା ଏବଂ ଅଧିକା ସମୟ ପର୍ଯ୍ଯନ୍ତ ଛିଡା ହେବାରେ କଷ୍ଟ ଅନୁଭବ ହୋଇଥାଏ। ଏକ୍ସପର୍ଟଙ୍କ କହିବାନୁଯାୟୀ ଦିଳ୍ଳୀର ଅଧିକାଂଶ ଲୋକମାନଙ୍କ ଶରୀରରେ ଭିଟାମିନ୍-ଡି ର ଅଭାବ ଥିବା ଦେଖିବାକୁ ମିଳିଛି।

sunshine-home

ଜାଣନ୍ତୁ ଶରୀରରେ ଭିଟାମିନ୍-ଡି କଣ?

ଭିଟାମିନ୍-ଡି ହେଉଛି କ୍ଯାଲସିୟମର ଟ୍ରାନ୍ସପୋଟର। ଶରୀରରେ ସମାନ ପରିମାଣର କ୍ଯାଲସିୟମ ଏବଂ ଭିଟାମିନ୍-ଡି ରହିବା ଉଚିତ। ଏହାବତୀତ ଭିଟାମିନ୍-ହି ଶରୀରରେ ଉଚିତ ପରିମାଣର ରହିବା ପାଇଁ ପ୍ରତ୍ଯେକ ଦିନ ଶାରୀରିକ ବ୍ଯାୟାମ କରିବା ଉଚିତ। ଏଥିସହ କ୍ଷୀର, ଅଣ୍ଡା ଏବଂ ମାଛ ଖାଉନଥିବା ବ୍ଯକ୍ତିମାନଙ୍କ ଶରୀରରେ ମଧ୍ଯ ଭିଟାମିନ୍-ଡି ର ଅଭାବ ରହିଥାଏ। ଏହିକାରଣରୁ ଯଦି ଆପଣମାନେ ଏପରି ଜୀବନ ଶୈଳୀ ବିତାଉଛନ୍ତି ତେବେ ତୁରନ୍ତ ପରିବର୍ତ୍ତନ କରନ୍ତୁ। କାରଣ ଏପରି କରିବା ଦ୍ବାରା ଶରୀରରେ ଅନେକ ସମସ୍ଯା ଦେଖାଯାଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button