ଦେଶ

କାର୍ ଦୁର୍ଘଟଣାରେ ବିଶ୍ୱ ରେକର୍ଡଧାରୀ ମାରାଥନର୍ କିପ୍‌ଟୁମ୍‌ଙ୍କ ମୃତ୍ୟୁ – Ibnodisha

[ad_1]

ନୂଆଦିଲ୍ଲୀ: କେନିଆର ବିଶ୍ୱ ରେକର୍ଡଧାରୀ ମାରାଥନର୍ କେଲ୍‌ଭିନ୍ କିପ୍‌ଟୁମ୍ ଏବଂ ତାଙ୍କ କୋଚ୍‌ଙ୍କର ରବିବାର ଏକ କାର୍ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ହସ୍ପିଟାଲ୍‌ରେ କିପ୍‌ଟୁମ୍‌ଙ୍କ ଶବ ଦେଖିଥିବା କେନିଆ ରନର୍ ମିଲ୍‌କା ଚେମୋସ୍‌୍ ଏହି ସୂଚନା ଦେଇଛନ୍ତି । ୨୪ ବର୍ଷୀୟ କିପ୍‌ଟୁମ୍ ଲଙ୍ଗ୍ ଡିଣ୍ଟାନ୍ସ ରେସ୍‌ରେ ଜଣେ ସୁପର୍ ଷ୍ଟାର୍ ହେବାକୁ ଯାଉଥିଲେ । କିପ୍‌ଟୁମ୍ ଏବଂ ତାଙ୍କ ରୁଆଣ୍ଡା କୋଚ୍ ଗର୍‌ଭାଇସ୍ ହାକିଜିମାନା କାର୍‌ରେ ଯାଉଥିବା ବେଳେ ରବିବାର ରାତି ପ୍ରାୟ ୧୧ଟା ବେଳେ ପଶ୍ଚିମ କୋନିଆର ଏଲ୍‌ଡୋରେଟ୍ ଏବଂ କାପ୍‌ଟାଗାଟ୍ ସମହର ମଧ୍ୟ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ପରେ ସେମାନଙ୍କୁ ଏଲ୍‌ଡେରେଟ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣା ଖବର ପାଇ ଚେମୋସ୍ ଏବଂ ଅନ୍ୟ ଆଥ୍‌ଲେଟ୍‌ମାନେ ହସ୍ପିଟାଲ୍‌ରେ ପହଞ୍ଚିଥିଲେ । କିପ୍‌ଟୁମ୍‌ଙ୍କ ପରିବାର ସଦସ୍ୟ ମଧ୍ୟ ସେମାନଙ୍କ ସହିତ ଥିଲେ ଏବଂ ଶବ ଚିହ୍ନଟ କରିଥିବା ଚେମୋସ୍ କହିଛନ୍ତି । କେନିଆ ମିଡିଆ ରିପୋର୍ଟ ଅନୁସାରେ କାର୍‌ରେ ଜଣେ ମହିଳା ମଧ୍ୟ ଥିଲେ ଏବଂ ତାଙ୍କୁ ଗୁରୁତର ଅବସ୍ଥାରେ ସମାନ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।

ବିଶ୍ୱକପ୍ ପ୍ରଥମ ପୁରୁଷ ଆଥ୍‌ଲେଟ୍ ଭାବେ କିପ୍‌ଟୁମ୍ ୨ ଘଣ୍ଟା ୧ ମିନିଟ୍ ମଧ୍ୟରେ ମାରାଥନ୍ ରେସ୍ ଶେଷ କରିଥିଲେ । ଗତ ଅକ୍ଟୋବରରେ ଚିକାଗୋ ମାରାଥନ୍‌ରେ ସେ ୨:୦୦:୨୫ ସମୟ ସହ କେନିଆର ଏଲିଉଡ୍ କିପ୍‌ଚୋଗେଙ୍କ ରେକର୍ଡ ଭଙ୍ଗକରି ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ । କିପ୍‌ଟୁମ୍‌ଙ୍କୁ ରେକର୍ଡକୁ ଗତ ସପ୍ତାହରେ ଅନ୍ତର୍ଜାତୀୟ ଟ୍ରାକ୍ ମହାସଂଘ ୱାର୍ଲ୍ଡ ଆଥ୍‌ଲେଟିକ୍ସ ପକ୍ଷରୁ ସ୍ୱୀକୃତି ପ୍ରଦାନ କରାଯାଇଥିଲା । କେନିଆ ଆଥ୍‌ଲେଟିକ୍ ସଂଘ ଦୁର୍ଘଟଣାସ୍ଥଳକୁ ଏକ ଟିମ୍ ପଠାଇଥିବା ସଭାପତି ଜ୍ୟାକ୍‌ସନ୍ ତୁୱେଇ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button