ରାଜ୍ୟ

ଆଜିର ଅନୁଚିନ୍ତା – Ibnodisha

[ad_1]

ତାରିଖ :୧୩.୦୨.୨୦୨୪ ମଙ୍ଗଳବାର

ପୂର୍ବା ପୂର୍ବ କର୍ମ ଫଳ ଅନୁସାରେ
ମିଳିଥାଏ ଯେ ସଂସ୍କାର,
କୁଜନ ସୁଜନ ଜନମ ଲଭନ୍ତି
ଗଢନ୍ତି ନିଜ ସଂସାର ।

ଗୋଟିଏ ଚରିତ୍ର ହୀନ ମଣିଷ ସବୁବେଳେ ଅନ୍ୟର ଚରିତ୍ରକୁ ଆକ୍ଷେପ କରି କଥା କୁହେ, କାହିଁକି ନା ସେ ନିଜେ ଯାହା ଅନ୍ୟକୁ ସେୟା ଭାବି ନିଜ କଦର୍ଯ୍ୟ ଭାବନାର ନିକିତିରେ ତୁଳେଇ ଥାଏ ।

ଯେଉଁ କଥା ହୃଦୟରେ ଅଛି ତାକୁ କହିବା ପାଇଁ ସାହସ କରନ୍ତୁ, ତା’ସହ ଯେଉଁ କଥା ଅନ୍ୟର ହୃଦୟରେ ଅଛି ତାକୁ ବୁଝିବା ପାଇଁ ପ୍ରୟାସ କରନ୍ତୁ…..
ତା’ହେଲେ ଯାଇଁ ସବୁକିଛି ଠିକ୍ ହୋଇପାରିବ ।

ମଣିଷର ଭାଗ୍ୟରେ ଯାହା ଥାଏ ତାହା ହିଁ ଘଟିଥାଏ ତାକୁ କେହି Change କରି ପାରିବେ ନାହିଁ , Science ର Develop ଘଟିଲେ ବି ମଣିଷ ଜୀବନକୁ ରକ୍ଷା କରିପାରୁ ନାହିଁ।ମଣିଷ ଯେତେ ଦିନ ପାଇଁ ଏ ଧରାପୃଷ୍ଠକୁ ଆସିଛି ସେତିକି ଦିନ ତା’ର ଲୀଳା ଖେଳା କରି ପୁଣି ଫେରିଯିବ।ସୃଷ୍ଟି କର୍ତ୍ତା ହେଉଛନ୍ତି Director, ଆମେ ମାନେ ଜଣେ ଜଣେ Actors ତେଣୁ ପ୍ରତିଦିନ ସକାଳୁ ଭଗବାନଙ୍କୁ ସମର୍ପଣ ଭାବନାରେ ନିଜକୁ ସମର୍ପି ଦିଅ ଯେପରି ଆଜି ଦିନର Acting ସୁନ୍ଦରତାରେ ଭରିଯାଉ । .

ନିଜର ଦୁଃଖ ପାଇଁ କେବେ ବି ସଂସାରକୁ ଦୋଷ ଦିଅନ୍ତୁ ନାହିଁ, ନିଜର ମନକୁ ବୁଝାନ୍ତୁ….

କାହିଁକି ନା

ଆପଣଙ୍କ ମନର ପରିବର୍ତ୍ତନ ହିଁ ଆପଣଙ୍କ ଦୁଃଖର ଅନ୍ତ କରି ପାରିବ….

ଓଶ୍ରୀ ଜଗନ୍ନାଥ ଶରଣଂ

ଅଦ୍ୟ ଫେବୃଆରୀ ମାସ ୧୩ ତାରିଖ ୨୦୨୪ ମସିହା(ମଙ୍ଗଳବାର)
ଶକାବ୍ଦ -୧୯୪୫
ସମ୍ବତ -୨୦୮୦
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
ମାଘମାସ- ଶୁକ୍ଳପକ୍ଷ
ତିଥି- ଚତୁର୍ଥୀ ଦିବା ଘ୦୨/୦୭ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ
ନକ୍ଷତ୍ର- ଉତ୍ତରଭାଦ୍ର ଦିବା ଘ୦୧/୩୨ ପର୍ଯ୍ୟନ୍ତ ତଦନ୍ତେ ରେବତୀ
ଚନ୍ଦ୍ର- ମୀନ
ଯୋଗ- ସାଧ୍ୟ
କରଣ – ବିଷ୍ଟି
ସୌରମାସ- ମକର ୩୦ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୨୧/୦୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୨/୦୯
*✧═════•❁❀
ଯୋଗିନୀ ନୈରୁତେ ଦିବା ଘ୦୩/୦୭ ଗତେ ଦକ୍ଷିଣେ
ଧନୁ ରାଶିର ଘାତଚନ୍ଦ୍ର
ଚତୁର୍ଥୀ ର ଏକୋଦିଷ୍ଟ ଓ ପଞ୍ଚମୀ ର ପାର୍ବଣ ଶ୍ରାଦ୍ଧ
ମକର ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୧/୨୭ ଗତେ ଘ୦୨/୫୩ ମଧ୍ୟେ
ବାରବେଳା – ଦିବା ଘ୦୭/୪୩ ଗତେ ଘ୦୯/୧୦ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୯/୧୧ଗତେ ଘ୧୧/୦୮ ମଧ୍ୟେ ଓ ଘ୦୩/୫୫ ଗତେ ଘ୦୫/୩୨ ମଧ୍ୟେ ଓ ଘ୦୬/୩୦ ଗତେ ଘ୦୮/୫୩ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ମୂଳା ଦିବା ଘ୦୩/୦୭ ଗତେ ବେଲ ଭକ୍ଷଣ ନିଷେଧ
═✧══•❁❀❁•═══
✧═════•❁❀❁•═════✧
ଆଜିର ରାଶିଫଳ*
✧═════•❁❀❁•═════✧
ମେଷ: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।
✧═════•❁❀❁•═════✧
ବୃଷ: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।
✧═════•❁❀❁•═════✧
ମିଥୁନ: ଧ୍ୟାନ ଓ ଯୋଗ ମାଧ୍ୟମ ରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। ଆପଣଙ୍କର କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।
✧═════•❁❀❁•═════✧
କର୍କଟ: ସକାରାତ୍ମକ ମନୋଭାବରେ ରହନ୍ତୁ, କାମ କରିବା ସହଜ ହେବ। ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବାର ବିଚାର କରିବେ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।
✧═════•❁❀❁•═════✧
ସିଂହ: ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ କାମ ପାଇଁ ଆର୍ଥିକ ସହାୟତା ମିଳିବ। ଗଣମାଧୢମ ଓ ସ˚ଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ। ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ।
✧═════•❁❀❁•═════✧
କନ୍ୟା: ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। ନୂଆ ପରିଯୋଜନାରେ କାମ କରିବେ। ଆପଣଙ୍କ କାମରେ ସବୁ ଲୋକ ଖୁସି ରହିବେ। ବ୍ୟବସାୟୀଙ୍କୁ ନୂଆ ନିବେଶରେ ଲାଭ ହେବ। ଛାତ୍ରଙ୍କ ମନରେ ବିଭିନ୍ନ ପ୍ରକାର କଥା ଘୂରି ବୁଲିବ।
✧═════•❁❀❁•═════✧
ତୁଳା: କାମ ଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆ ରହିବ। ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଖେଳାଳିମାନେ ସୁନାମ ଅର୍ଜନ କରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ। ପାରିବାରିକ ଜୀବନ ସୁଖମୟ ହେବ।
✧═════•❁❀❁•═════✧
ବିଛା: ନିଜକୁ ଊର୍ଜାବାନ ଅନୁଭବ କରିବେ। କୌଣସି ଅନୁଭବୀ ବ୍ୟକ୍ତିଙ୍କର ରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ।
✧═════•❁❀❁•═════✧
ଧନୁ: କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ପଇସା ଚିନ୍ତା ଦୂର ହେବ। କଳାକାରଙ୍କୁ ଫିଲ୍ମର ସୁଯୋଗ ମିଳିବ। ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟ ମାଗିବେ। ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।
✧═════•❁❀❁•═════✧
ମକର: ଆପଣଙ୍କ ମନୋବଳ ଦୃଢ଼ ରହିବ। ଆପଣଙ୍କର କୌଣସି କାମ ବାଧା ପ୍ରାପ୍ତ ହେବ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ ।
✧═════•❁❀❁•═════✧
କୁମ୍ଭ: ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ପ୍ରିୟତମଙ୍କଠାରୁ ଉପହାର ପାଇବେ।
✧═════•❁❀❁•═════✧
ମୀନ: ଦିନଟି ଆପଣଙ୍କ ପାଇଁ ଉତ୍‌ଥାନ ପତନ ଲାଗି ରହିବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପିଲା ଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ବୈବାହିକ ଜୀବନ ଖୁସିରେ ଭରା ରହିବ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button