ଖେଳ

ପେସାଦାର କ୍ରିକେଟ୍‌ରୁ ସୌରଭ ତିୱାରୀଙ୍କ ଅବସର ଘୋଷଣା – Ibnodisha

[ad_1]

ରାଞ୍ଚି : ବିରାଟ କୋହଲଙ୍କ ନେତୃତ୍ୱାଧୀନ ୨୦୦୮ ବିଶ୍ୱ ବିଜେତା ଭାରତୀୟ ଅଣ୍ଡର-୧୯ ଟିମ୍‌ର ସଦସ୍ୟ ଥିବା ସୌରଭ ତିୱାରୀ ପେସାଦାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି । ୩୪ ବର୍ଷୀୟ ସୌରଭ ଝାଡ଼ଖଣ୍ଡ ପକ୍ଷରୁ କ୍ୟାରିୟର୍‌ର ଅନ୍ତିମ ମ୍ୟାଚ୍ ଖେଳିବା ପରେ କ୍ରିକେଟ୍‌କୁ ଅଲ୍‌ବିଦା କହିବେ । ୧୧ ବର୍ଷ ବୟସରୁ କ୍ରିକେଟ୍ ଆରମ୍ଭ କରିଥିବା ସୌରଭ ତିୱାରୀ ୨୦୦୬-୦୭ରେ ରଣଜୀ ଡେବ୍ୟୁ କରିଥିଲେ । ଚଳିତ ରଣଜୀ ଟ୍ରଫିରେ ଝାଡ଼ଖଣ୍ଡ ଭଲ ପ୍ରଦର୍ଶନ କରିପାରି ନାହିଁ । ଟିମ୍ ବର୍ତ୍ତମାନ ଗୋଟିଏ ମ୍ୟାଚ୍‌ରେ ବିଜୟୀ ହୋଇଥିବାରୁ କ୍ୱାର୍ଟର୍ ଫାଇନାଲ୍ ଦୌଡ଼ରୁ ମଧ୍ୟ ବାଦ୍ ପଡ଼ିଛି ।

ଇଏସ୍‌ପିଏନ୍ କ୍ରିକ୍‌ଇନ୍‌ଫୋ ରିପୋର୍ଟ ଅନୁସାରେ ଏହି ନିଷ୍ପତ୍ତି ନେବା ବହୁ କଠିନ ହୋଇଥିଲେ ମଧ୍ୟ ଏହା ପ୍ରକୃଷ୍ଟ ସମୟ ବୋଲି ସୌରଭ କହିଛନ୍ତି । ସେ ଆହୁରି କହିଛନ୍ତି, ଟେଷ୍ଟ୍ ଟିମ୍‌ରେ ମୋ ସମ୍ଭାବନା ବହୁ କମ୍ ଥିବାରୁ ଯୁବ ଖେଳାଳିଙ୍କ ପାଇଁ ରାଜ୍ୟ ଟିମ୍‌ରେ ସ୍ଥାନ ଖାଲିକରିବା ନିମନ୍ତେ ଏହି ନିଷ୍ପତ୍ତି ନେଇଛି । ୨୦୦୬ରେ ପ୍ରଥମ ଶ୍ରେଣୀ କ୍ରିକେଟ୍ ଆରମ୍ଭ କରିଥିବା ସୌରଭ ତିୱାରୀ ବର୍ତ୍ତମାନ ସୁଦ୍ଧା ୧୧୫ ମ୍ୟାଚ୍‌ରୁ ୮୦୩୦ ରନ୍ କରିଛନ୍ତି । ଏହା ମଧ୍ୟରେ ୨୨ ଶତକ ମଧ୍ୟ ସାମିଲ ।

ଏହା ବ୍ୟତୀତ ୧୧୬ ଲିଷ୍ଟ୍ ମ୍ୟାଚ୍‌ରେ ସେ ୪୬.୫୫ ହାରାହାରିରେ ୬ ଶତକ ସହ ମୋଟ ୪୦୫୦ ରନ୍ କରିଛନ୍ତି । ସେ ଟିମ୍ ଇଣ୍ଡିଆ ପକ୍ଷରୁ ତିନିଟି ଦିନିକିଆ ମ୍ୟାଚ୍ ଖେଳି ମାତ୍ର ୪୯ ରନ୍ କରିଛନ୍ତି । ସୌରଭ ତିୱାରୀଙ୍କ ଆଇପିଏଲ୍ କ୍ୟାରିୟର୍ ବହୁ ଉତ୍‌ଥାନ ପତନ ମଧ୍ୟରେ ଗତି କରିଥିଲା । ସେ ମୁମ୍ବାଇ ଇଣ୍ଡିଆନ୍ସ, ଆର୍‌ସିସି, ଦିଲ୍ଲୀ ଡେୟାରଡେଭିଲ୍ସ ଏବଂ ରାଇଜିଂ ପୁଣେ ସୁପର୍ ଜାଏଣ୍ଟ୍‌ସ ତରଫରୁ ଖେଳିଛନ୍ତି । ଆଇପିଏଲ୍‌ର ୯୩ ମ୍ୟାଚ୍‌ରେ ସେ ୨୮.୭୩ ହାରହାରିରେ ୮ ଅର୍ଦ୍ଧଶତକ ସହ ମୋଟ ୧୪୯୪ ରନ୍ କରିଛନ୍ତି । ଇତ୍ୟବସରରେ ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୨୦.୧୦ ରହିଥିଲା ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button