ରବୀନ୍ଦ୍ର ଜାଡେଜାଙ୍କ ନୂଆ ରେକର୍ଡ, ଅଶ୍ୱିନ ଓ କପିଲ ଦେବଙ୍କୁ ପଛରେ ପକାଇଲେ
ଭାରତୀୟ ଟିମର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଟେଷ୍ଟ କ୍ରିକେଟରେ ନୂଆ ରେକର୍ଡ କରିଛନ୍ତି। ସେ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ୪ର୍ଥ ଦିନରେ ଖାଲେଦ ଅହମଦଙ୍କୁ ଆଉଟ କରି ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ଖାଲେଦଙ୍କୁ ଆଉଟ କରି ଜାଡେଜା ଟେଷ୍ଟ କ୍ରିକେଟରେ ନିଜର ୩୦୦ତମ ୱିକେଟ ଦଖଲ କରିଛନ୍ତି।
ଟେଷ୍ଟ କ୍ରିକେଟରେ ୩୦୦ ୱିକେଟ ସହ ୩୦୦୦ ରନ ହାସଲ କରିବାରେ ସେ ଭାରତ ତଥା ଏସିଆ ମହାଦେଶର ସବୁଠାରୁ ଦ୍ରୁତତମ ଖେଳାଳି ହୋଇଯାଇଛନ୍ତି।
ରବୀନ୍ଦ୍ର ଜାଡେଜା ତୃତୀୟ ଭାରତୀୟ ଭାବେ ଡବଲ ୩ ହଜାର କ୍ଲବରେ ମଧ୍ୟ ସାମିଲ ହୋଇଛନ୍ତି। ଜାଡେଜାଙ୍କ ବ୍ୟତୀତ କପିଲ ଦେବ ଓ ରବିଚନ୍ଦ୍ରନ ଅଶ୍ୱିନ ଏପରି ରେକର୍ଡର ଅଧିକାରୀ ରହିଛନ୍ତି। ତେବେ ବାମହାତୀ ଜାଡେଜା ୩୦୦ ୱିକେଟ ଓ ୩ ହଜାର ରନ କରିବାରେ ଅଶ୍ୱିନ ଓ କପିଲ ଦେବଙ୍କୁ ପଛରେ ପକାଇ ଦେଇଛନ୍ତି।
ଭୟଙ୍କ ଠାରୁ କମ ଇନିଂସ ଖେଳି ସେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। କପିଲ ଦେବ ୮୩ଟି ଓ ଅଶ୍ୱିନ ୮୮ଟି ମ୍ୟାଚ୍ରେ ଏପରି କୀର୍ତ୍ତିମାନ ହାସଲ କରିଥିଲେ। କିନ୍ତୁ ଜାଡେଜା ୭୩ଟି ମ୍ୟାଚ୍ରେ ୩୦୦ ୱିକେଟ ଓ ୩ ହଜାର ରନ କରିପାରିଛନ୍ତି।