ଖେଳ

‘ଓଡିଆଇ କ୍ରିକେଟର ଅଫ୍ ଦି ଇୟର’ ହୋଇ ଇତିହାସ ରଚିଲେ ସ୍ମୃତି ମନ୍ଧାନା

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମର କ୍ରିକେଟର ସ୍ମୃତି ମନ୍ଧାନାଙ୍କୁ ଏକ ବଡ଼ ସଫଳତା ମିଳିଛି। ଆଇସିସି ଦ୍ୱାରା ସ୍ମୃତି ମନ୍ଧାନାଙ୍କୁ ୨୦୨୪ ମସିହାର ମହିଳା ‘ଓଡିଆଇ କ୍ରିକେଟର ଅଫ୍ ଦି ଇୟର’ ବିଜେତା ଘୋଷଣା କରାଯାଇଛି। ମନ୍ଧାନା ବର୍ଷର ଶ୍ରେଷ୍ଠ ଦିନିକିଆ କ୍ରିକେଟର ଟାଇଟଲ ଜିତି ଇତିହାସ ରଚିଛନ୍ତି। କ୍ୟାରିୟରରେ ଦ୍ୱିତୀୟ ଥର ପାଇଁ ବର୍ଷର ଶ୍ରେଷ୍ଠ ଦିନିକିଆ କ୍ରିକେଟର ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି ମନ୍ଧାନା। ଏଭଳି କରିବାରେ ସେ ଦ୍ବିତୀୟ ମହିଳା କ୍ରିକେଟର ହୋଇପାରିଛନ୍ତି। ଏହା ପୂର୍ବରୁ ସ୍ମୃତି ମନ୍ଧାନା ୨୦୧୮ ରେ ପ୍ରଥମ ଥର ପାଇଁ ଶ୍ରେଷ୍ଠ ଦିନିକିଆ କ୍ରିକେଟର ଟାଇଟଲ ଜିତିଥିଲେ। ଏବେ ମନ୍ଧାନାଙ୍କୁ ୨୦୨୪ ବର୍ଷର ଶ୍ରେଷ୍ଠ ଦିନିକିଆ କ୍ରିକେଟର ଟାଇଟଲ ମିଳିଛି।

ମନ୍ଧାନାଙ୍କ ପୂର୍ବରୁ, ନ୍ୟୁଜିଲାଣ୍ଡ କ୍ରିକେଟର ସୁଜି ବେଟ୍ସ ଦୁଇଥର ଆଇସିସି ମହିଳା ‘ଓଡିଆଇ କ୍ରିକେଟର ଅଫ୍ ଦି ଇୟର’ ଟାଇଟଲ ଜିତିବାରେ ସଫଳ ହୋଇଥିଲେ। ବେଟ୍ସ ୨୦୧୩ ଏବଂ ୨୦୧୬ରେ ଆଇସିସି ‘ଓଡିଆଇ କ୍ରିକେଟର ଅଫ୍ ଦି ଇୟର’ ଟାଇଟଲ ଜିତିବାର ଗୌରବ ଅର୍ଜନ କରିଥିଲେ।

ତେବେ ୨୦୨୪ ବର୍ଷ ମନ୍ଧାନାଙ୍କ ପାଇଁ ବହୁତ ସ୍ୱତନ୍ତ୍ର ରହିଥିଲା। ୨୦୨୪ ମସିହାରେ, ମନ୍ଧାନା ୧୩ଟି ଦିନିକିଆ ଖେଳି ମୋଟ ୭୪୭ ରନ କରିପାରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button