ଖେଳ

ଏଏଫ୍‌ସି ଏସିଆନ୍ କପ୍ ୨୦୨୩; ୟାମାଶିତା ପ୍ରଥମ ମହିଳା ରେଫରି – Ibnodisha

[ad_1]

ଦୋହା : ଜାପାନର ୟୋଶିମି ୟାମାଶିତା ପ୍ରଥମ ମହିଳା ରେଫରି ଭାବେ ପୁରୁଷ ଏଏଫ୍‌ସି ଏସିଆନ୍ କପ୍ ୨୦୨୩ରେ ମ୍ୟାଚ୍ ପରିଚାଳନା କରିବେ । ଗୁରୁବାର ଏଫ୍‌ସି ପକ୍ଷରୁ ଏହି ସୂଚନା ଦିଆଯାଇଛି । ଶନିବାର ପ୍ରଥମ ଥର ପାଇଁ ସେ ଗ୍ରୁପ୍‌-ବି’ରେ ଖେଳାଯିବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ପରିଚାଳନା କରିବେ । ଏହି ମ୍ୟାଚ୍‌ର ସମସ୍ତ ଅଫିସିଆଲ୍ ମହିଳା ହେବେ । ଏଥିରେ ୟାଶିମାତାଙ୍କୁ ସହକାରୀ ରେଫରି ମାକୋଟା ବୋଜୋନୋ ଓ ନାଓମି ଟେଶିିରୋଗି ସହଯୋଗ କରିବେ ।

୨୦୧୯ ଏଏଫ୍‌ସି କପ୍‌, ୨୦୨୨ ଏଏଫ୍‌ସି ଚାମ୍ପିଅନ୍ସ ଲିଗ୍ ଏବଂ ଗତବର୍ଷର ଜାପାନ୍ ଜେ୧ ଲିଗ୍ ଭଳି କ୍ଲବ୍ ମ୍ୟାଚ୍‌ରେ ପୂର୍ବରୁ ଏହି ତିନିଜଣ ମିଳିତ ଭାବେ ମ୍ୟାଚ୍ ପରିଚାଳନା କରିଛନ୍ତି । ୨୦୨୨ ମହିଳା ବିଶ୍ୱକପ୍‌ରେ ମ୍ୟାଚ୍ ଅଫିସିଆଲ୍ ଥିବା ଜାପାନର ପ୍ରଥମ ପେସାଦାର ରେଫରି ୟାମାଶିତାଙ୍କର ଦୁଇଟି ବିଶ୍ୱକପ୍ ଅଭିଜ୍ଞତା ରହିଛି । ଜାନୁଆରୀ ୧୨ରୁ ଫେବୃଆରୀ ୧୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ପୁରୁଷ ଏସିଆନ୍ କପ୍‌ରେ ପ୍ରଥମ ଥର ପାଇଁ ଦାୟିତ୍ୱରେ ଥିବା ପାଞ୍ଚଜଣ ମହିଳା ରେଫରିଙ୍କ ମଧ୍ୟରେ ୩୭ ବର୍ଷୀୟା ୟାଶିମାତା ଅନ୍ୟତମ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button