ଦେଶ

ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟ୍‌ରୁ ଲାମିଛାନେ ନିଲମ୍ବିତ – Ibnodisha

[ad_1]

କାଠମାଣ୍ଡୁ: ନେପାଳୀ କ୍ରିକେଟର୍ ସନ୍ଦୀପ ଲାମିଛାନେଙ୍କ ଅସୁବିଧା ବଢ଼ିବାରେ ଲାଗିଛି । ପ୍ରଥମେ ଦୁଷ୍କର୍ମ ମାମଲାରେ ୮ ବର୍ଷର ଜେଲ୍ ଦଣ୍ଡାଦେଶ ପରେ ଏବେ କ୍ରିକେଟ୍ ଆସୋସିଏସନ୍ ଅଫ୍ ନେପାଳ (ସିଏଏନ୍‌) ତାଙ୍କୁ ଅନ୍ତର୍ଜାତୀୟ ଏବଂ ଘରୋଇ କ୍ରିକେଟ୍‌ରୁ ନିଲମ୍ବିତ କରିଛି ।

ଜେଲ୍ ଦଣ୍ଡାଦେଶ ପରେ ଏହା ଲାମିଛାନେଙ୍କ ପାଇଁ ଦ୍ୱିତୀୟ ବଡ଼ ଝଟ୍‌କା । ବୁଧବାର କାଠମାଣ୍ଡୁ ଜିଲ୍ଲା କୋର୍ଟ ନେପାଳ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ଲାମିଛାନେଙ୍କୁ ୮ ବର୍ଷ ଜେଲ୍ ଦଣ୍ଡାଦେଶ ସହିତ ୩ ଲକ୍ଷ ଟଙ୍କା ଜୋରିମାନା କରିଥିଲେ । ଏହା ବ୍ୟତୀତ ପୀଡ଼ିତାଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button