ଦେଶ

ଡାକ୍ତରଖାନାରେ ଭର୍ତ୍ତି ହେଲେ ଅମିତାଭ ବଚ୍ଚନଙ୍କ ଶାଶୂ – Ibnodisha

[ad_1]

ମୁମ୍ବାଇ: ସ୍ବନାମଧନ୍ୟା ଅଭିନେତ୍ରୀ ଜୟା ବଚ୍ଚନ ମାଆ ଓ ମେଗାଷ୍ଟାର୍‌ ଅମିତାଭ ବଚ୍ଚନଙ୍କ ଶାଶୂ ଇନ୍ଦିରା ଭାଦୁଡ଼ୀଙ୍କୁ ବୁଧବାର ଦିନ ମୁମ୍ବାଇସ୍ଥିତ ହିନ୍ଦୁଜା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।ଇନ୍ଦିରାଙ୍କ ହୃଦ୍‌ସ୍ପନ୍ଦ ଧାରା ଅନିୟମିତ ହେଉଥିବା କଥା ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିବା ପରେ ‘ପେସ୍‌ମେକର୍‌ ସର୍ଜରି’ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

‘ଫ୍ରି ପ୍ରେସ୍‌ ଜର୍ଣ୍ଣାଲ୍‌’ ରିପୋର୍ଟ କରିଛି ଯେ, ହୃଦ୍‌କ୍ରିୟାଜନିତ ସମସ୍ୟା କାରଣରୁ ୯୩ ବର୍ଷୀୟ ଇନ୍ଦିରାଙ୍କୁ ମୁମ୍ବାଇସ୍ଥିତ ହିନ୍ଦୁଜା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଭାରତୀୟ ଚଳଚ୍ଚିତ୍ରର ପ୍ରତିଭାଶାଳିନୀ ଅଭିନେତ୍ରୀ ଜୟା ଭାଦୁଡ଼ୀ (ବଚ୍ଚନ) ବଙ୍ଗୀୟ ପରିବାରରେ ଜନ୍ମିତା। ତାଙ୍କର ବାପା ତରୁଣ କୁମାର ଭାଦୁଡ଼ୀ ଜଣେ ପ୍ରଖ୍ୟାତ ସାମ୍ବାଦିକ ଓ କବି। କିନ୍ତୁ, ତାଙ୍କର ମାମୁଘର ଭୋପାଳର ଜବଲପୁରରେ। ଜବଲପୁରରେ ପ୍ରତିପାଳିତ ହୋଇଥିଲେ ବି ଜୟାଙ୍କ ଉପରେ ବଙ୍ଗୀୟ ସଂସ୍କୃତିର ପ୍ରଭାବ ଥିଲା। ୨୦୨୦ରେ ଜୟା ସ୍ବାମୀ ଅମିତାଭ ବଚ୍ଚନଙ୍କ ସହିତ ଭୋପାଳସ୍ଥିତ ପୂର୍ବଜଙ୍କ ଘରେ ମାଆ ଇନ୍ଦିରାଙ୍କ ୯୦ତମ ଜନ୍ମଦିନ ପାଳନ କରିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button