ଦେଶ
ଯାତ୍ରୀଙ୍କ ସହ ଟ୍ରେନ୍ରେ ଗଲେ ରାହୁଲ – Ibnodisha

[ad_1]

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଛତିଶଗଡ଼ର ବିଳାସପୁରରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବାପରେ ସେ ସେଠାରୁ ରାୟପୁରକୁ ଟ୍ରେନ୍ ଯାତ୍ରା କରିଛନ୍ତି। ରାହୁଲ ବିଳାସପୁରରୁ ଏକ ଇଣ୍ଟରସିଟି ଟ୍ରେନ୍ର ସାଧାରଣ ବଗିରେ ବସି ଯାତ୍ରୀମାନଙ୍କ ସହ ଯାତ୍ରା କରିଛନ୍ତି ଏବଂ ଏହି ସମୟରେ ସେ ସହଯାତ୍ରୀଙ୍କ ସହ କଥା ହୋଇଛନ୍ତି। ରାହୁଲଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଦଳର ରାଜ୍ୟ ପ୍ରଭାରୀ କୁମାରୀ ସେଲଜା ଏବଂ ରାଜ୍ୟ କଂଗ୍ରେସ ମୁଖ୍ୟ ଦୀପକ ବୈଜ ଓ ଅନ୍ୟମାନେ ଟ୍ରେନ୍ରେ ଯାତ୍ରା କରିଥିଲେ। କଂଗ୍ରେସ ପକ୍ଷରୁ ଏନେଇ ଏକ ଫଟୋ ସେୟାର କରାଯାଇଛି। ଏଥିରେ ରାହୁଲ ଅନ୍ୟମାନଙ୍କ ଗହଣରେ ବସିଥିବା ଦେଖିବାକୁ ମିଳିଛି।
[ad_2]