ରାଜ୍ୟ

ଏସ୍‌ଏଚ୍‌ଜି ପିଛା ୪ଲକ୍ଷ ୧୦ ହଜାର ଟଙ୍କା ଋଣବୋଝ – Ibnodisha

[ad_1]

ଖୋର୍ଦ୍ଧା: କେବଳ ପରିବାରର ନୁହେଁ, ରାଜ୍ୟର ଆର୍ଥିକ ଓ ସାମାଜିକ ବିକାଶରେ ମହିଳାଙ୍କ ଭୂମିକାକୁ ଅଗ୍ରାହ୍ୟ କରିହେବନାହିଁ। ଏହାକୁ ଦୃଷ୍ଟିରେ ରଖି ମିଶନ ଶକ୍ତି, ସ୍ବୟଂ ସାହାୟିକା ଗୋଷ୍ଠୀ ମାଧ୍ୟମରେ ଗ୍ରାମାଞ୍ଚଳର ମହିଳାଙ୍କୁ ଆର୍ଥିକ ସଶକ୍ତ କରିବାକୁ ଯୋଜନା କରାଯାଉଛି। ପ୍ରତିବର୍ଷ କୋଟି କୋଟି ଟଙ୍କା ଋଣ ପ୍ରଦାନ କରାଯାଉଛି। କିନ୍ତୁ ସ୍ଥଳ ବିଶେଷରେ ଯୋଜନାର ସୁଫଳ ସ୍ବଳ୍ପ କେତେକ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାଙ୍କୁ ମିଳୁଥିବା ବେଳେ ଜିଲ୍ଲାରେ ଗୋଷ୍ଠୀ ପିଛା ହାରାହାରି ଋଣ ଭାର ପ୍ରତିବର୍ଷ ବୃଦ୍ଧି ପାଇବାରେ ଲାଗିଛି।

ନାବାର୍ଡର ଓ ଜିଲ୍ଲା ବ୍ୟାଙ୍କ କମିଟି ବୈଠକରୁ ମିଳିଥିବା ସୂଚନାନୁସାରେ, ମାର୍ଚ୍ଚ ୨୦୧୭ ବେଳକୁ ଜିଲ୍ଲାରେ ୪୧୦୦ଟି ଏସଏଚ୍‌ଜି ମଧ୍ୟରୁ ୩୯୬୦ଟି ଏସ୍‌ଏଚ୍‌ଜିକୁ ୪୨ କୋଟି ୨୦ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଥିଲା। ଅର୍ଥାତ୍‌ ପ୍ରତି ଏସ୍‌ଏଚ୍‌ଜି ପିଛା ଋଣ ଭାର ୫୦ ହଜାର ଟଙ୍କା ଥିଲା। ୨୦୧୮ରେ, ଋଣ ‌ନେଇଥିବା ଏସ୍‌ଏଚ୍‌ଜି ସଂଖ୍ୟା ୫୬୭୩କୁ ବୃଦ୍ଧି ପାଇଥିଲା ଓ ମୋଟ ଋଣ ପରିମାଣ ୮୩ କୋଟି ୩୮ଲକ୍ଷ ୬୨ ହଜାର ଟଙ୍କା ଥିଲା। ୨୦୧୯ରେ ୯୦୯୦ଟି ଏସ୍‌ଏଚ୍‌ଜି ମୋଟ ୧୪୬ କୋଟି ୬୭ଲକ୍ଷଟଙ୍କା ଋଣ ନେଇଥିଲେ। ୨୦୨୦ରେ ୧୦୨୭୪ଟି ଏସ୍ଏଚ୍‌ଜି ୧୯୪ କୋଟି ୯୨ଲକ୍ଷଟଙ୍କା ଋଣ ନେଇଥିଲେ। ଆକଳନରେ ୨୦୧୮ରେ ପ୍ରତି ଏସ୍‌ଏଚ୍‌ଜିର ମୁଣ୍ଡପିଛା ଋଣ ପରିମାଣ ୫୦ହଜାର ଟଙ୍କା ଥିବା‌େ ବଳେ ୨୦୧୯ରେ ଏହା ବୃଦ୍ଧି ପାଇ ୧ଲକ୍ଷ୬୧ହଜାର, ୨୦୨୦ରେ ୧ଲକ୍ଷ ୯୦ ହଜାର ଓ ୨୦୨୩ରେ ଏହା ବୃଦ୍ଧି ପାଇ ୪ଲକ୍ଷ ୧୦ ହଜାର ଟଙ୍କା ରେ ପହଞ୍ଚିଛି।

୨୦୨୨–୨୩ ଆର୍ଥିକ ବର୍ଷରେ ହୋଇଥିବା ଜିଲ୍ଲାସ୍ତରୀୟ ବ୍ୟାଙ୍କର୍ସ ବୈଠକରେ ୨୦୨୩–୨୪ ଆର୍ଥିକ ବର୍ଷରେ ଏହି ଋଣ ପରିମାଣକୁ ଆହୁରି ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଜିଲ୍ଲାର ଗ୍ରାମାଂଚଳର ୧୦ଲକ୍ଷ ୪୭ ହଜାର ଜନସଂଖ୍ୟା ଓମହିଳାଙ୍କ ଆନୁପାତିକ ହାରକୁ ଆକଳନ କରାଯାଇ ୧୯ ହଜାର ୧୪୧ଟି ଏସ୍‌ଏଚ୍‌ଜି ଗଠନ କରାଯାଇପାରିବ। ତେବେ ୨୦୨୩ ମାର୍ଚ୍ଚ ସୁଦ୍ଧା ୧୩ହଜାର ୩୧୦ଟି ଏସ୍‌ଏଚ୍‌ଜି ଗଠନ କରାଯାଇଛି। ୨୦୨୪ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଜିଲ୍ଲାରେ ବଳକା ୫୮୮୫ଟି ଏସ୍‌ଏଚ୍‌ଜି ଗଠନ କରି ବ୍ୟାଙ୍କ ଋଣ ପ୍ରଦାନ କରିବାକୁ ଯୋଜନା ରଖାଯାଇଛି। ସୂଚନାଯୋଗ୍ୟ, ଅଗଷ୍ଟ ୨୨ରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫–ଟି ସଚିବ ଭି କାର୍ତ୍ତିକେୟନ୍‌ ପା‌ଣ୍ଡିଆନ୍‌ ଖୋର୍ଦ୍ଧା ଗସ୍ତ ସମୟରେ ସାଧାରଣ ସଭାରେ କହିଥିଲେ ଯେ ଜିଲ୍ଲାରେ ପ୍ରାୟ ୧୬ହଜାର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ୬ଶହ କୋଟି ଟଙ୍କାରୁ ଅଧିକ ଟଙ୍କା ବ୍ୟାଙ୍କ ଋଣ ନେଇଛନ୍ତି। ଯାହା ପ୍ରତି ଗୋଷ୍ଠୀ ପିଛା ୪ଲକ୍ଷ ୧୦ ହଜାର ରହିଛି। ଯଦି ସ୍ବାବଲମ୍ବୀ ହେବା ଦିଗରେ ଭଲ କାମ କରିବେ ତେବେ ରାଜ୍ୟ ସରକାର ବିନାସୁଧରେ ଋଣ ପରିମାଣକୁ ୫ଲକ୍ଷରୁ ୧୦ଲକ୍ଷଟଙ୍କା ଯାଏଁ ବୃଦ୍ଧି କରିବେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button