ଦେଶ

ନ୍ୟାୟ ମାଗିବାରୁ ୧୩ ବର୍ଷ ଜେଲ – Ibnodisha

[ad_1]

ତେହରାନ: ଗତବର୍ଷ ଇରାନରେ ଉଚିତ ଢଙ୍ଗରେ ହିଜାବ ପିନ୍ଧି ନ ଥିବା ଅଭିଯୋଗରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ କୁର୍ଦ୍ଦିଶ୍‌? ଯୁବତୀ ମହସା ଅମିନି ପ୍ରାଣ ହରାଇଥିଲେ । ଏହାର ପ୍ରତିବାଦରେ ଦେଶବ୍ୟାପୀ ବିକ୍ଷୋଭରେ ସାମିଲ ହୋଇଥିବା ମହମ୍ମଦ ଜାଭାଦ ଜାହେଦି(୨୦)ଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା ।

ମୃତ ବିକ୍ଷୋଭକାରୀ ମହମ୍ମଦଙ୍କ ପାଇଁ ତାଙ୍କ ମାଆ ମହସା ୟାଜଦାନି ନ୍ୟାୟ ମାଗିବାରୁ ତାଙ୍କୁ ଇରାନର ଏକ ଅଦାଲତ ୧୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ତାଙ୍କ ବିରୋଧରେ ଆଲ୍ଲାଙ୍କୁ ନିନ୍ଦା, ଉତ୍ତେଜନା ସୃଷ୍ଟି କରିବା, ସୁପ୍ରିମ ଲିଡରଙ୍କୁ ଅପମାନିତ କରିବା ଏବଂ ଶାସନ ବିରୋଧୀ ପ୍ରଚାର କରିବା ଅଭିଯୋଗ ଲଗାଯାଇଥିଲା । ଆନ୍ଦୋଳନରେ ସାମିଲ ହୋଇଥିବା ଜାହେଦିଙ୍କ ମୁଣ୍ଡ ଓ ପିଠିକୁ ଅତି ନିକଟରୁ ଏକାଧିକ ଗୁଳି କରାଯାଇଥିଲା । ବିକ୍ଷୋଭ ବେଳେ ପ୍ରାଣ ହରାଇଥିବା ତାଙ୍କ ପୁଅ ଓ ଅନ୍ୟମାନଙ୍କ ପାଇଁ ସେ ନ୍ୟାୟ ମାଗିଥିଲେ । ଗତ ଅଗଷ୍ଟରେ ତାଙ୍କୁ ଗିରଫ କରାଯାଇ ଏକ ଗୋପନ ସ୍ଥାନରେ ରଖାଯାଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button