ଦେଶ

ଭୂମିକମ୍ପରେ ଦୋହଲିଲା ଚୀନ୍‌ – Ibnodisha

[ad_1]

ଚୀନ୍‌ : ଭୂମିକମ୍ପରେ ଦୋହଲିଲା ଚୀନ୍‌। ଚୀନ୍‌ର ଦକ୍ଷିଣ ଝାଜିୟାଙ୍ଗ ପ୍ରାନ୍ତରେ ଭୟଙ୍କର ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରେକର୍ଡ କରାଯାଇଛି। ଏହି ଭୂମିକମ୍ପ ଝଟ୍‌କା ଏତେ ତୀବ୍ର ଥିଲା ଯେ ଦେଶର ରାଜଧାନୀ ଦିଲ୍ଲୀ ଓ ଏନ୍‌ସିଆର୍ ମଧ୍ୟ ଦୋହଲି ଯାଇଛି। ଖବର ଅନୁଯାୟୀ, କିର୍ଗିଜସ୍ଥାନ ଏବଂ ଝାଜିୟାଙ୍ଗ ସୀମା ଅଞ୍ଚଳରେ ଏହି ଭୂକମ୍ପ ଘଟିଛି। ଦିଲ୍ଲୀ-ଏନସିଆରରେ ମଧ୍ୟ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ଫଳରେ ଲୋକେ ଭୟଭୀତ ହୋଇପଡିଛନ୍ତି। ଗତକାଲି ରାତି ୧୧ଟା ୩୯ ମିନିଟ୍‌ ଓ ୧୧ ସେକେଣ୍ଡରେ ଏହି ଭୂମିକମ୍ପ ହୋଇଥିଲା। ଏହାର କେନ୍ଦ୍ର ଭୂମି ଠାରୁ ୮୦ କିଲୋମିଟର ଗଭୀରରେ ଥିବା କୁହାଯାଉଛି।ରଏଟର୍ସର ରିପୋର୍ଟ ମୁତାବକ, ନିକଟ କାଜାଖସ୍ତାନର ଜରୁରୀକାଳୀନ ମନ୍ତ୍ରଣାଳୟ ୬.୭ ତୀବ୍ରତାର ସମାନ ଭୂକମ୍ପ ରେକର୍ଡ କରିଛି। ଭୂକମ୍ପ ପରେ ୧୪ ଥର ଝଟ୍‌କା ଅନୁଭୂତ ହୋଇଥିବା ଚୀନ୍‌ର ବ୍ରଡକାଷ୍ଟର ସିସିଟିଭି ସୂଚନା ଦେଇଛି। ସେଥିମଧ୍ୟରୁ ଦୁଇଟିର ତୀବ୍ରତା ୫ରୁ ଅଧିକ ଥିବା କୁହାଯାଇଛି। ତେବେ ଏହି ଭୂକମ୍ପ ଯୋଗୁ ମୃତ୍ୟୁ ହୋଇନାହିଁ। କିନ୍ତୁ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି। କିନ୍ତୁ ଏଯାଏଁ କ’ଣ ସବୁ କ୍ଷୟକ୍ଷତି ହୋଇଛି ସେ ନେଇ କିଛି ସୂଚନା ମିଳିନାହିଁ।

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button