ଦେଶ

ଚୀନରେ ବଡ଼ ଧରଣର ଭୂକମ୍ପ; ୧୧୧ ମୃତ, ୨୩୦ରୁ ଅଧିକ ଆହତ – Ibnodisha

[ad_1]

ବେଜିିଂ: ଚୀନର ଗାନ୍‌ସୁ-କିଙ୍ଗ୍‌ହାଇର ସୀମାବର୍ତ୍ତୀ ଅଞ୍ଚଳରେ ମଙ୍ଗଳବାର ଏକ ବଡ଼ ଧରଣର ଭୂକମ୍ପ ହୋଇଯାଇଛି। ଭୂକମ୍ପ ପ୍ରଭାବରେ ବଡ଼ବଡ଼ କୋଠା ଭୁଶୁଡ଼ି ପଡ଼ିବା ଫଳରେ ୧୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୩୦ରୁ ଅଧିକ ଆହତ ଅଛନ୍ତି। ଭୂକମ୍ପଟି ୬.୧ ତୀବ୍ରତା ବିଶିଷ୍ଟ ବୋଲି ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର କହିଥିବା ବେଳେ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏହା ୬.୨ ତୀବ୍ରତାର ବୋଲି ସୂଚନା ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳରୁ ୩୫ କିଲୋମିଟର ଓ ପଶ୍ଚିମରୁ ଦକ୍ଷିଣ-ପଶ୍ଚିମ ଦିଗରୁ ୧୦୨ କିଲୋମିଟର ଦୂରତ‌ାରେ ସଂଗଠିତ ହୋଇଛି। ତେବେ ଏହି ଭୂକମ୍ପରେ ନିଖୋଜ ଲୋକଙ୍କୁ ନେଇ ସେପରି କୌଣସି ସୂଚନା ଅଛି କି ନାହିଁ ତାହା ସରକାରୀ ରିପୋର୍ଟରେ ଦର୍ଶାଯାଇ ନାହିଁ।

ଜ‌ାଣିବାକୁ ମିଳିଛି ଯେ ଚୀନର ଉତ୍ତର-ପଶ୍ଚିମର ସୀମାବର୍ତ୍ତୀ ଅଞ୍ଚଳର ପୂରା ୫ କିଲୋମିଟର ଭିତରେ ଅନେକ ସ୍ଥାନରେ ତୀବ୍ର ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ପରେ ବହୁ ବଡ଼ ବଡ଼ କୋଠା ଭାଙ୍ଗି ପଡ଼ିଛି। ଭଗ୍ନସ୍ତୁପ ତଳେ ଲୋକ ଚାପି ହୋଇ ରହିଛନ୍ତି। ଏହି ଭୂକମ୍ପ ସଂଗଠିତ ହେବା ପରେ ବିପର୍ଯ୍ୟୟ ପ୍ରଶମନ ପାଇଁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିପର୍ଯ୍ୟୟ ପ୍ରଶମନ ପାଇଁ ରହିଥିବା ଚୀନର ଜାତୀୟ ଆୟୋଗ ଏବଂ ଜରୁରୀକାଳୀନ ପରିଚାଳନା ମନ୍ତ୍ରଣାଳୟ ୪ର୍ଥ ସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଜରୁରୀକାଳୀନ ପରିସ୍ଥିତିକୁ ସକ୍ରିୟ କରିଥିବା ରିପୋର୍ଟରେ ପ୍ରକାଶ ପାଇଛି। ଘଟଣାସ୍ଥଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଚାଲିଛି ଏବଂ ବିପର୍ଯ୍ୟୟର ପ୍ରଭାବକୁ ଆକଳନ କରିବା ଏବଂ ସ୍ଥାନୀୟ ରିଲିଫ୍ କାର୍ଯ୍ୟ ପାଇଁ ମାର୍ଗଦର୍ଶନ ଯୋଗାଇବା ପାଇଁ ଏକ କାର୍ଯ୍ୟକାରିଣୀ ଗୋଷ୍ଠୀ ପଠାଯାଇଛି ବୋଲି ସ୍ଥାନୀୟ ଗଣମାଧ୍ୟମ କହିଛି। ତେବେ ଭୂକମ୍ପ ସଂଗଠିତ ହୋଇଥିବା ସ୍ଥାନରେ ତାପମାତ୍ରା ୧୪ ଡିଗ୍ରୀ ସେଲସିୟସ ଥିଲା। ଗତ ସପ୍ତାହରୁ ଆରମ୍ଭ ପ୍ରବଳ ଶୀତରେ ଚୀନର ଲୋକ ଥରୁଛନ୍ତି। କେତେକ ସ୍ଥାନରେ ଜଳ, ବିଦ୍ୟୁତ୍, ପରିବହନ, ଯୋଗାଯୋଗ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ନଷ୍ଟ ହୋଇଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button