ରାଜ୍ୟ

ଦେବଗଡ଼ରୁ ଅପହୃତା ଶିଶୁକନ୍ୟା ସୁନ୍ଦରଗଡ଼ରୁ ଉଦ୍ଧାର – Ibnodisha

[ad_1]

ସୁନ୍ଦରଗଡ଼ : ଦେବଗଡ଼ରୁ ଅପହୃତା ଶିଶୁକନ୍ୟା ଉଦ୍ଧାର। ଆଜି ସକାଳେ ଦେବଗଡ଼ର କପଡା ବ୍ୟବସାୟୀ ଆଲୋକ ଅଗ୍ରୱାଲଙ୍କ ଝିଅ ପିହୁ (୬)କୁ କାନ୍ଦୁଥିବାର ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁର ଜଣେ ମହିଳା ଦେଖିବାକୁ ପାଇଥିଲେ। ଦେବଗଡ଼ରୁ ଆଈମା କୋଳରୁ ଅପ଼ହୃତା ନାବାଳିକା ପିହୁକୁ ଭୋର୍ ୪ଟା ବେଳେ ବଡ଼ଗାଁ ଥାନା ସରବତୀ ଦେବୀ ଉଚ୍ଚବିଦ୍ୟାଳୟ ସମ୍ମୁଖ ରାସ୍ତାର ପୋଲ ତଳୁ ମହିଳା ଉଦ୍ଧାର କରିଥିଲେ। ଭୋରରୁ କାମକୁ ଯାଉଥିବା ଉକ୍ତ ମହିଳା ଦେଖିବା ପରେ ତାକୁ ଉଦ୍ଧାର କରିଥିଲେ।

ପରେ ସେ ଗ୍ରାମବାସୀ ଓ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବଡ଼ଗାଁ ପୁଲିସ ପହଞ୍ଚି ନାବାଳିକାକୁ ନିଜ ହେପାଜତକୁ ଆଣିଥିଲା। ଏବେ ଦେବଗଡ଼ ପୁଲିସ ପିହୁକୁ ଆଣିବା ଲାଗି ବଡ଼ଗାଁକୁ ଯାଉଛି। ଅପହରଣକାରୀମାନେ ଦେବଗଡ଼ରୁ ଅପହରଣ କରି ଆଣିବା ପରେ ଭୟରେ ହେଉ କି ଅନ୍ୟ କୌଣସି କାରଣରୁ ନାବାଳିକାକୁ ଏଠାରେ ଛାଡ଼ିଦେଇଥିବା ଅନୁମାନ କରାଯାଉଛି। ଶିଶୁଟି ବିଶେଷ କିଛି କହିପାରୁନି। ବଡ଼ଗାଁ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button