ରାଜ୍ୟ

ଜନସେବା କେନ୍ଦ୍ରରେ ଗ୍ରାହକଙ୍କ ଠାରୁ ଟଙ୍କା ଉଠାଣ ନାମରେ ଟଙ୍କା ହେଉଛି ହରିଲୁଟ – Ibnodisha

[ad_1]

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍. ଭି-୭୯ ରେ ଥିବା ସୁଭମ ଜନସେବା କେନ୍ଦ୍ରରେ ରହିଥିବା ବେଳେ ସେହି ଜନସେବା କେନ୍ଦ୍ରକୁ +୩ଡିଗ୍ରୀ କଲେଜରେ ଅଧ୍ୟୟନ କରୁଥିବା ଛାତ୍ରୀ ରାମୋ କଟାମ ଏପ୍ରିଲ ୭ ଦିନ ସେହି ଜନସେବା କେନ୍ଦ୍ରକୁ ଟଙ୍କା ଦରକାର ଥିବା ଜଗୁ ସୁଭମ ଜନସେବା କେନ୍ଦ୍ରଠାରେ ଯାଇଥିଲେ l ସେହି ଜନସେବା କେନ୍ଦ୍ରରେ ପହଞ୍ଚି ଟଙ୍କା ଉଠେଇବା କହିଥିଲେ ସେ ଛାତ୍ରୀ ଜଣକ ୧୦୦୦ ଟଙ୍କା ଉଠେଇବା ପାଇଁ କହିଥିଲେ l କିନ୍ତୁ ସେହି ଗ୍ରହକସେବା କେନ୍ଦ୍ର ପିଲା ନେଟୱର୍କ ଠିକ ନାହିଁ ସର୍ବର ଡାଉନ କହି ଦୁଇ ରୁ ତିନିଥର ଫିଙ୍ଗାର ପ୍ରିଣ୍ଟ ନେଇ ଥିଲେ ଏବଂ ତାଙ୍କୁ ୧୦୦୦ଟି ଟଙ୍କା ଦେଇଥିଲେ l କିଛି ଦିନ ଗଲାପରେ ସେହି ଛାତ୍ରୀ ଜଣକ ଏପ୍ରିଲ ୧୭ ତାରିଖ ଦିନ ୧୦୦୦ ଟଙ୍କା ଉଠେଇ ଥିଲେ l ପରେ ୨୦ ତାରିଖ ଦିନ ସେହି ଛାତ୍ରୀ ଜଣକ ଉତ୍କଳ ବ୍ୟାଙ୍କ ଥିବା ତାଙ୍କ ଖାତାଟିକୁ ଅପଡେଟ କରିବା ପାଇଁ ବ୍ୟାଙ୍କରେ ପହଞ୍ଚି ଖାତା ଅପଡେଟ କରିବା ପରେ ଜାଣିପାରିଲେ ତାଙ୍କ ଖାତା ରୁ ୭୦୦୦ଟଙ୍କା ଚଞ୍ଚକତା କରି ଉଠେଇ ନେଇଥିବା ଅଭିଯୋଗ କରିଛନ୍ତି ଛାତ୍ରୀ ରାମୋ କାଟାମ l ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଗରିବ ଆଦିବାସୀ ଲୋକଙ୍କ ସହ ଖେଳ ଖେଳା ଯାଉଥିବା ବେଳେ କିଭଳି ଏହି ଜନସେବା କେନ୍ଦ୍ର ଗୁଡିକ ଯାଞ୍ଚ କରାଯାଉନି କି କାର୍ଯ୍ୟାନୁଷ୍ଠାନ ନିଆ ଯାଉନାହିଁ ଏହା ଏକ ବିଡମ୍ବନା ବିଷୟ ହୋଇଥିବା ବେଳେ ଏଭଳି ବାରମ୍ବାର ଏହି ଗ୍ରହକସେବାକେନ୍ଦ୍ର ଗୁଡିକରେ ଘୋଟାଲାହେଉଥିବା ବେଳେ ଏହା ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ ନାହିଁ l ଗ୍ରହକସେବାକେନ୍ଦ୍ର ଗୁଡିକ ଗ୍ରାହକଙ୍କ ସୁବିଧା ପାଇଁ ଖୋଲା ଯାଇଥିବା ବେଳେ ସେବା ଦେବା ନାଁ ରେ ଲୋକଙ୍କୁ ଠାରୁ ଏଭଳି ଠକି ବହୁ ଟଙ୍କା ହଡପ କରୁଥିବା ପ୍ରତ୍ୟେକ ଦିନ ଅଭିଯୋଗ ଶୁଣିବା ପାଇଁ ମିଳୁଥିବା ବେଳେ ଏହା ପ୍ରତି ପ୍ରଶାସନ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବା ପାଇଁ ବାକି ରହିଲା l

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button