ରାଜ୍ୟ

ଟ୍ରେନ ଲାଇନରୁ ଯୁବକଙ୍କ ମୃତ ଦେହ ଉଦ୍ଧାର – Ibnodisha

[ad_1]

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ରାଉତମୁଣ୍ଡା ଗାଁରେ ଘଟିଛି ଅଭାବନୀୟ ଘଟଣା । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ଘସିଏନ ଗାଁ ନିକଟସ୍ଥ ଟ୍ରେନ ଲାଇନ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ଘସିଏନ ଗାଁର ବୋଲି ସୂଚନା ମିଳିଛି। ବିଳମ୍ବିତ ରାତ୍ରରେ ଏହି ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଟ୍ରେନ ଲାଇନରୁ ମୃତଦେହ ଉଦ୍ଧାର କରିଛି। ତେବେ ତାଙ୍କୁ କେହି ହତ୍ୟା କରି ଟ୍ରେନ ଲାଇନରେ ଫିଙ୍ଗି ଦେଇଥିବା ନେଇ ସନ୍ଦେହ କରୁଛି ପୋଲିସ। ତେଣୁ ଏ ନେଇ ପୋଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହିତ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button