ରାଜ୍ୟ

ବିଜେପି ନେତାଙ୍କ ଉପରେ ମରଣାନ୍ତକ ଆକ୍ରମଣ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଞ୍ଜାମ: ବିଜେପି ନେତାଙ୍କ ଉପରେ ମରଣାନ୍ତକ ଆକ୍ରମଣ। ଗଞ୍ଜାମ ଆସିକାର କୋଟିନଡ଼ା ଥାନା କଲେଜ ଛକ ସୂତାକଳ ରାସ୍ତାରେ ବିଜେପି ନେତା ଶ୍ରୀନିବାସ ଭଞ୍ଜଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ସୂଚନା ଅନୁସାରେ ଗତକାଲି ରାତିରେ ଶ୍ରୀନିବାସ ଭଞ୍ଜ ସୂତାକଳ ଛକରୁ ଘରକୁ ଫେରୁଥିବା ସମୟରେ ଅନ୍ଧାରର ସୁଯୋଗ ନେଇ ଦୁଇରୁ ତିନି ଜଣ ମିଳିତ ଭାବେ ଲୁହା ରଡ଼ରେ ଅତର୍କିତ ଆକ୍ରମଣ କରିଥିଲେ।

ଶ୍ରୀନିବାସଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ପରେ ତାଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଶ୍ରୀନିବାସ ଭାରତୀୟ ଜନତା ପାର୍ଟିର ଘୁମୁସର ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ରହିଥିଲା ବେଳେ ଜିଲ୍ଲା ପରିଷଦ ଭାବେ ବିଜେପି ପକ୍ଷରୁ ଦୁଇ ଦୁଇ ପ୍ରାର୍ଥୀ ହୋଇଥିଲେ। ଆକ୍ରମଣ ଘଟଣା ପଛରେ ରାଜନୈତିକ ଶତ୍ରୁତା ଥିବା ସେ ଅଭିଯୋଗ କରିଛନ୍ତି। କୋଟିନଡ଼ା ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ।

Related Articles

Leave a Reply

Your email address will not be published. Required fields are marked *

Back to top button