IBN ଓଡ଼ିଶା ବ୍ୟୁରୋ

ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡିବା ପ୍ରସଙ୍ଗ: ବନ୍ଧାହେଲେ କାରିଗର

ମୁମ୍ବାଇ: ଶିବାଜୀ ମହାରାଜଙ୍କ ମୂର୍ତ୍ତି ଭୁଶୁଡିବା ପ୍ରସଙ୍ଗରେ ବନ୍ଧାହେଲେ କାରିଗର। ପୂର୍ବରୁ କଣ୍ଟ୍ରାକ୍ଟର ଚେତନ ପାଟିଲ ଗିରଫ ହୋଇଥିଲା ବେଳେ ଶିବାଜୀଙ୍କ ମୂର୍ତ୍ତି କାରିଗର ଜୟଦୀପ ଆପଟାଙ୍କୁ ଖୋଜୁଥିଲା ପୋଲିସ। ଘଟଣାର ପାଖାପାଖି ୧୦ ଦିନ ପରେ ବୁଧବାର ରାତିରେ ତାଙ୍କୁ ଗିରଫ କରିଛି ପୋଲିସ୍।

ତେବେ ପୋଲିସଙ୍କ କହିବା ଅନୁଯାୟୀ, ଜୟଦୀପ କଲ୍ୟାଣ ଅଞ୍ଚଳରେ ଏକ ଆର୍ଟ କଲେଜ ପରିଚାଳନା କରୁଥିଲେ।

ତାଙ୍କର ମୂର୍ତ୍ତି ଗଢିବାରେ ଏତେ ଅଭିଜ୍ଞତା ନଥିଲେ ମଧ୍ୟ ସେ ମହାରାଷ୍ଟ୍ର ସିନ୍ଧୁଦୂର୍ଗରେ ୩୫ ଫୁଟର ମୂର୍ତ୍ତି ନିର୍ମାଣ କରିଥିଲେ। ଯାହାକି ନିମ୍ନମାନର ଥିଲା।

ତେବେ ଗତବର୍ଷ ଡିସେମ୍ବର ୪ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ସିନ୍ଧୁଦୂର୍ଗ ଜିଲ୍ଲାରେ ଶିବାଜୀଙ୍କ ମୂର୍ତ୍ତିର ଅନାବରଣ କରିଥିଲେ । ମାତ୍ର ୮ ମାସ ପରେ ଭୁଶୁଡି ପଡିଛି ମୂର୍ତ୍ତି । ଗତ ଅଗଷ୍ଟ ୨୬ ତାରିଖରେ ମହାରାଜ ଶିବାଜୀଙ୍କ ମୂର୍ତ୍ତି ଭାଙ୍ଗିବା ପରଠାରୁ ଗରମ ହୋଇଛି ରାଜନୀତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button