IBN ଓଡ଼ିଶା ବ୍ୟୁରୋ

ସବୁଠାରୁ କମ୍‌ ବୟସରେ ନୋବେଲ ପୁରସ୍କାର ପାଇଥିବା ଭାରତୀୟ କିଏ ? ଜାଣନ୍ତୁ.

ନୂଆଦିଲ୍ଲୀ ୦୯।୧୦: ଘୋଷଣା ହୋଇଛି ୨୦୨୪ ପାଇଁ ନୋବେଲ ପୁରସ୍କାର । ନୋବେଲ ପୁରସ୍କାର ପାଇଥିବା ପ୍ରଥମ ଭାରତୀୟ ଥିଲେ ରବିନ୍ଦ୍ରନାଥ ଟାଗୋର । ଆପଣ ଜାଣନ୍ତି କି ଏହି ପୁରସ୍କାର ପାଇବାରେ ସବୁଠାରୁ କନିଷ୍ଠ ଭାରତୀୟ କିଏ? ଆସନ୍ତୁ ଜାଣିବା…

ସବୁଠାରୁ କମ୍ ବୟସରେ ନୋବେଲ ପୁରସ୍କାର ପାଇଥିବା ପ୍ରଥମ ଭାରତୀୟ ହେଉଛନ୍ତି ଅଭିଜିତ୍ ବାନାର୍ଜୀ ।

ସେ ୨୦୧୯ରେ ନୋବେଲ ପୁରସ୍କାର ପାଇଥିଲେ । ଅଭିଜିତ୍ ୫୮ ବର୍ଷ ବୟସରେ ୨୦୧୯ରେ ଇକୋମିକ୍ସର୍ ସାଇନ୍ସରେ ଏହି ପୁରସ୍କାର ଗ୍ରହଣ କରିଥିଲେ । ତାଙ୍କର ଏହି ସଫଳତା ଖୁବ୍ ଚର୍ଚ୍ଚାରେ ରହିଥିଲା ।

ଅଭିଜିତ୍ ବାନାର୍ଜୀ ପଭର୍ଟି ଆକ୍ସନ୍ ଲ୍ୟାବର ସହ-ପ୍ରତିଷ୍ଠାତା । ସେ ଦାରିଦ୍ର୍ୟକୁ ରୋକିବା ପାଇଁ ଅନେକ କାର୍ଯ୍ୟକ୍ରମ ଚଳାଇଛନ୍ତି। ଅଭିଜିତ୍ ବାନାର୍ଜୀ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାମାତା ଅର୍ଥନୀତିର ପ୍ରଫେସର ଥିଲେ । ଅଭିଜିତ୍ ମଧ୍ୟ ସମାନ ବିଷୟରେ ଅନେକ ସଫଳତା ହାସଲ କରିଥିଲେ । ସେ କଲିକତା ବିଶ୍ୱବିଦ୍ୟାଳୟ ଏବଂ ଦିଲ୍ଲୀର ଜବାହର ଲାଲ ବିଶ୍ୱବିଦ୍ୟାଳୟରୁ ଅଧ୍ୟୟନ କରିଥିଲେ ।

ଏହାବ୍ୟତୀତ ସେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଶେଷ କରିଥିଲେ। ନୋବେଲ ପୁରସ୍କାର ପାଇଥିବା ଭାରତୀୟଙ୍କ ମଧ୍ୟରେ ରବୀନ୍ଦ୍ରନାଥ ଟାଗୋର, ହରଗୋବିନ୍ଦ ଖୁରାନା, ଭେଙ୍କଟାରମଣ ରାମକୃଷ୍ଣନ, କୈଲାଶ ସତ୍ୟାର୍ଥୀ, ଅମତ୍ୟ ସେନ ଏବଂ ଚନ୍ଦ୍ରଶେଖର ଭେଙ୍କଟାରମଣ ଅଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button