IBN ଓଡ଼ିଶା ବ୍ୟୁରୋ

ମାଲାୟାଲମ୍ ଅଭିନେତା ଟିପି ମାଧବନ୍‌ଙ୍କ ଦେହାନ୍ତ, ୮୮ ବର୍ଷରେ ଚାଲିଗଲା ଜୀବନ

ମୁମ୍ଵାଇ ୦୯।୧୦: ମାଲାୟାଲମ୍ ଚଳଚ୍ଚିତ୍ରର ଜଣାଶୁଣା ଅଭିନେତା ଟିପି ମାଧବନ୍ ଆଉ ନାହାଁନ୍ତି। ସେ ୯ ଅକ୍ଟୋବରରେ ଏହି ଦୁନିଆକୁ ବିଦାୟ ଦେଇଛନ୍ତି। ଭେଟେରାନ ଅଭିନେତା କେରଳର କୋଲାମର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ବିଭିନ୍ନ ରୋଗ ପାଇଁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ମାଧବନଙ୍କର ମୃତ୍ୟୁ ହୋଇଥିଲା।

ସେ ଗତ ଆଠ ବର୍ଷ ଧରି ପଠାନପୁରମର ଗାନ୍ଧୀ ଭବନରେ ରହୁଥିଲେ। ପେଟ ସମ୍ବନ୍ଧୀୟ ଅସୁସ୍ଥତା ହେତୁ ଅଭିନେତା ଭେଣ୍ଟିଲେଟରରେ ଥିଲେ। ଭେଟେରାନ ଅଭିନେତାଙ୍କ ଦେହାନ୍ତ ଖବର ହେତୁ ସମଗ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି।

୪୦ ବର୍ଷ ବୟସ ପରେ ତାଙ୍କ ଚଳଚ୍ଚିତ୍ର କ୍ୟାରିଅର୍ ଆରମ୍ଭ କରିଥିବା ମାଧବନ୍ ୬୦୦ ରୁ ଅଧିକ ମାଲାୟାଲମ୍ ଚଳଚ୍ଚିତ୍ରରେ କାମ କରିଛନ୍ତି। ସେ ମାଲାୟାଲମ୍ ଚଳଚ୍ଚିତ୍ର ଅଭିନେତା ସଂଘ, ଏମ୍ଏମ୍ଏର ପ୍ରଥମ ସାଧାରଣ ସମ୍ପାଦକ ଥିଲେ। ୧୯୭୫ରେ ମାଧବନ୍ ତାଙ୍କର ଚଳଚ୍ଚିତ୍ର କ୍ୟାରିଅର୍ ଆରମ୍ଭ କରିଥିଲେ । ଯେତେବେଳେ ଅଭିନେତା ମଧୁ ତାଙ୍କୁ ରାଗମରେ ତାଙ୍କର ପ୍ରଥମ ବ୍ରେକ୍ ଦେଇଥିଲେ । ସେ ଶେଷ ଥର ପାଇଁ ୨୦୧୬ ରିଲିଜ୍ ମାଲଗୁଡି ଡେରେ ଏକ ଭାବପ୍ରବଣ ସସପେନ୍ସ ଥ୍ରୀଲରେ ଅଭିନୟ କରିଥିଲେ ।

କେରଳ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି

ମାଧବନଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ କହିଛନ୍ତି ମାଧବନ୍ ଜଣେ ଦକ୍ଷ ଅଭିନେତା। ଯିଏ ୬୦୦ ରୁ ଅଧିକ ଚଳଚ୍ଚିତ୍ରରେ ବିଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button