IBN ଓଡ଼ିଶା ବ୍ୟୁରୋ

‘ଲଭ୍‌, ସିତାରା’ରେ ଚମକିବେ ଶୋଭିତା, ‘ZEE-5’ ରେ ହେବ ପ୍ରିମିୟର

ମୁମ୍ଵାଇ ୧୬।୦୯: ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କୁ ଆଗକୁ ପାରିବାରିକ ଡ୍ରାମା ‘ଲଭ୍, ସିତାରା’ରେ ଦେଖିବାକୁ ମିଳିବ । ନିକଟରେ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଥିବାବେଳେ ଦର୍ଶକମାନେ ତାକୁ ଉଚ୍ଛ୍ୱସିତ ପ୍ରଶଂସା କରିଛନ୍ତି । ଏଥିରେ ଶୋଭିତା ଜଣେ କେରଳୀ ଝିଅର ଭୂମିକା ନିର୍ବାହ କରିଛନ୍ତି ଯିଏକି ଜଣେ ପଞ୍ଜାବୀ ସେଫ୍ଙ୍କ ପ୍ରେମରେ ପଡୁଛନ୍ତି ।

ଉଭୟ ବିବାହ କରିବାକୁ ମଧ୍ୟ ନିଷ୍ପତ୍ତି ନେଉଛନ୍ତି, କିନ୍ତୁ ଦୁଇ ପରିବାର ମଧ୍ୟରେ ସଂସ୍କୃତି ଓ ଚଳଣୀର ଫରକ ଏଥିରେ ବାଧା ସୃଷ୍ଟି କରୁଛି । ରାଜୀବ ସିଦ୍ଧାର୍ଥ ଏଥିରେ ମୁଖ୍ୟ ଅଭିନେତା ଭାବେ ଅବତୀର୍ଣ୍ଣ ହୋଇଛନ୍ତି ।

ଏ ସଂପର୍କରେ ଶୋଭିତା କହିଛନ୍ତି, ସୀତାରା ଭୂମିକାରେ ଅଭିନୟ କରିବା ମୋ’ ଲାଗି ଏକ ସାର୍ଥକ ଯାତ୍ରା ରହିଛି । ବାସ୍ତବିକ ଜୀବନରେ ଏହା ପରିପକ୍ୱତାର ଯାତ୍ରା । ନିଜ ସର୍ତ୍ତରୁ ମୁକ୍ତ ହେବା ଓ ନିଜର ଅସଲ ରୂପକୁ ଗ୍ରହଣ କରିବା ଲାଗି ସୀତାରାର କାହାଣୀ ଏମିତି ଯେ ଅନେକ ମହିଳା ତାକୁ ନିଜ ସହ ଯୋଡ଼ିପାରିବେ। ସେ ଜଣେ ସଫଳ ଇଣ୍ଟେରିଅର ଡିଜାଇନର ହୋଇଥିବାବେଳେ ଦୁଇ ପରିବାର ମଧ୍ୟରେ ସଂଘର୍ଷ ସମୟରେ ନିଜ ମଧ୍ୟରେ ଆସୁଥିବା ଭାବନାତ୍ମକ ଚାଲେଞ୍ଜର ଯେଭଳି ସଫଳ ଭାବେ ମୁକାବିଲା କରିଛନ୍ତି ତାହା ଦର୍ଶକମାନଙ୍କୁ ନିଶ୍ଚିତ ଭାବେ ଚମତ୍କୃତ କରିବ ।

ହୃଦୟକୁ ଛୁଇଁବାଭଳି ଏହି କାହାଣୀକୁ ଦର୍ଶକମାନେ ପସନ୍ଦ କରିବେ ବୋଲି ଆଶା । ଏହି ଫିଲ୍ମ ମଧ୍ୟ ତାଙ୍କ କ୍ୟାରିୟରକୁ ଏକ ନୂଆ ଦିଗ ଦେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ‘ଲଭ୍, ସୀତାରା’କୁ ରୋନି ସ୍କ୍ରିୱାଲା ପ୍ରଯୋଜନା କରିଥିବାବେଳେ ବନ୍ଦନା କଟାରିଆ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମଟି ସେପ୍ଟେମ୍ବର ୨୭ରେ ଜି୫ରେ ପ୍ରିମିୟର ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button