IBN ଓଡ଼ିଶା ବ୍ୟୁରୋ

ଘରକୁ ଏହି 4ଟି ପକ୍ଷୀ ଆସିଲେ ମିଳିଥାଏ ଶୁଭ ଅଶୁଭ ସଂକେତ! ଗୃହକୁ ମା ଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ

ବନ୍ଧୁଗଣ ପ୍ରାଚୀନ କାଳରେ ରୁଷୀ ମୁନି ମାନେ ମାନୁଥିଲେ କି ପ୍ରକୃତି କୁ ଛୋଟ ବଡ କଥାର ସଂକେତ ଦେଇଥାଏ । ଏହା ଜୀବନରେ ଘଟିବାକୁ ଥିବା ଭଲ ଓ ଖରାପ ଘଟଣାର ସଂକେତ ଡିଥାଏ । ଯଦି ଏହି ସଂକେତ ଆମେ ବୁଝିଥାଉ ତେବେ ଭଲ ହୋଇଥାଏ । କିନ୍ତୁ କେବେ କେବେ ଆମେ ଏହି ସଂକେତ କୁ ବୁଝିପାରି ନ ଥାଉ । ଆଜି ଆମେ ଜାଣିବା କିଛି ବିଶେଷ ପକ୍ଷୀ ଙ୍କ ବିଷୟରେ ଯାହାଙ୍କ ଦ୍ଵାରା ଶୁଭ ଓ ଅଶୁଭ ସଂକେତ ମିଳିଥାଏ ।

1- ପାରା : ଅନେକ ଲୋକଙ୍କୁ ପାରା ପ୍ରିୟ ହୋଇ ନ ଥାଏ । କିନ୍ତୁ ପାରା ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ଆପଣଙ୍କ ଘରର ମୁଖ୍ୟଦ୍ଵାରରେ ପାରା ଆସି ବସିଯାଏ ତେବେ ଧନ ପ୍ରାପ୍ତ ହୋଇଥାଏ । ପାରା ଘରକୁ ଆସିଲେ ଅର୍ଣ୍ଣ ନିଶ୍ଚୟ ଖାଇବାକୁ ଦେବା ଉଚିତ । ଏହା ଦ୍ଵାରା ମନୋକାମନା ପୂରଣ ହୋଇଥାଏ ।

2- ମୟୁର : ମୟୂର ଏକ ଶୁଭ ପକ୍ଷୀ ମାନାଯାଏ । ମୟୂର ମା ସରସ୍ଵତୀ ଓ ଭଗବାନ କାର୍ତ୍ତିକଙ୍କର ଆବାହନ ଅଟେ । ଯଦି ଆପଣଙ୍କ ଗୃହକୁ ମୟୂର ଆସିଯାଏ ତେବେ ଶୁଭ ସଂକେତ ହେବା ସହ ସେହି ଘରର ବିକାଶ ହୋଇଥାଏ, ଶତ୍ରୁ ନାସ ହେବା ସହ ଘରର ସଦସ୍ୟଙ୍କ ମଧ୍ୟରେ ପ୍ରେମ ଓ ବିଶ୍ଵାସ ବଢିଥାଏ । ଭଗବାନ କୃଷ୍ଣ ମଧ୍ୟ ମୟୂର ପଙ୍ଖ ଧାରଣ କରିଥାନ୍ତି । କୌଣସି କାର୍ଯ୍ୟ କୁ ଯିବା ସମୟରେ ମୟୂର ଦେଖିଲେ ସେହି କାର୍ଯ୍ୟ ରେ ସଫଳତା ମିଳିବାର ସମ୍ଭାବନା ବଢିଯାଏ ।

3- ଘରଚଟିଆ : ଯଦି ଘରକୁ ଘରଚଟିଆ ପକ୍ଷୀ ଆସି ବସା ବାନ୍ଧିଥାନ୍ତି ତେବେ ଶୁଭ ସଂକେତ ହେବା ସହ ସେହି ଘରର ଧନ ସମ୍ପତି ବୃଦ୍ଧି ପାଇଥାଏ । ଯଦି ଘରଚଟିଆ ମୁଣ୍ଡରେ ମଳତ୍ୟାଗ କରେ ତେବେ ଶୁଭ ସମଚାର ପ୍ରାପ୍ତ ହୁଏ । ଘରଚଟିଆ ଜଲ୍ଦି କାହା ପାଖକୁ ଯାଏ ନାହିଁ । ଯଦି ଘରର ଆଖପାଖରେ ଘରଚଟିଆ ପକ୍ଷୀ ବିନା ଭୟରେ ଯାଇଥାଏ ତେବେ ପଜେଟିଭ ଶକ୍ତି ର ସଂଚାର ହୋଇଥାଏ । ଏମିତି ଘରେ ରହିବା ଶୁଭ ହୋଇଥାଏ । ଅନେକ ସଂଖ୍ଯାରେ ଘରଚଟିଆ ଛାତ ଉପରେ ବସିଲେ ଖାସ ସମାଚାର ବା ଶୁଭ କାର୍ଯ୍ୟ ହେବାର ସଂକେତ ଦେଇଥାଏ ।

4- ପେଚା : ମା ଲକ୍ଷ୍ମୀଙ୍କର ବାହନ ହେଉଛି ପେଚା । ଧଳା ପେଚା ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ । କୌଣସି ଗର୍ଭବତୀ ମହିଳା ଙ୍କୁ ପେଚା ଦେଖାଗଲେ ଶୁଭ ସଂକେତ ହୋଇଥାଏ । ଯଦି ପେଚା ଗଭାବତୀ ମହିଳାଙ୍କୁ ସ୍ପର୍ଶ କରିନିଏ ତେବେ ସନ୍ତାନ ସୌଭାଗ୍ୟବତୀ ହୋଇଥାଏ ।

ଏହି ପ୍ରକାରରେ କୌଣସି ରୋଗୀ ଙ୍କୁ ପେଚା ସ୍ପର୍ଶ କରେ ତେବେ ଗମ୍ଭୀର ରୋଗ ଠିକ ହୋଇଯାଏ । ପରୀକ୍ଷା ଦେବାକୁ ଯିବା ସମୟରେ ପେଚା ଦେଖାଗଲେ ଶୁଭ ହୋଇଥାଏ । ସକାଳୁ ସକାଳୁ ପେଚା ଦେଖିଲେ ଧନର ବୃଦ୍ଧି ହୋଇଥାଏ । ଏହାର ସ୍ଵର ଶୁଣିଲେ ବହୁତ ଶୁଭ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button