IBN ଓଡ଼ିଶା ବ୍ୟୁରୋ

ଭଗବାନଙ୍କ ଆଗରେ କାନ୍ଦିବାର ଅର୍ଥ କଣ ହୋଇଥାଏ ?

ବନ୍ଧୁଗଣ ଅନେକ ସମୟରେ ଆମେ ପୂଜା ପାଠ କରିବା ସମୟରେ ବା ଈଶ୍ବରଙ୍କ ଧ୍ୟାନ କରିବା ସମୟରେ ଆମ ଆଖି ରୁ ଲୁହ ଚାଲି ଆସିଥାଏ । ପୂଜା କରିବା ସମୟରେ ଆମ ଆଖ ପାଖର ବାତାବରଣ ଶୁଦ୍ଧ ହୋଇଯାଏ ଏବଂ ଦୁଃଖ ର ମାହୋଲ ଖୁସି ରେ ପରିଣତ ହୋଇଯାଏ । ତେବେ ଆମେ ଯେତେ ଚିନ୍ତିତ ଥିଲେ ମଧ୍ୟ ଏ ସବୁ କିଛି ଭଲ ଲାଗିଥାଏ । ତେବେ ପ୍ରକୃତରେ ଏ ସବୁର ପ୍ରକୃତ ଅର୍ଥ କଣ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ପୂଜା କରିବା ସମୟରେ ଆଖି ରୁ ଲୁହ କଣ ପାଇଁ ଆସିଥାଏ ।

ଯଦି କୌଣସି ବ୍ୟକ୍ତି ଠାକୁର ଙ୍କ ପୂଜା କରିବା ସମୟରେ ହଠାତ ତାଙ୍କ ଆଖି ରୁ ଲୁହ ଚାଲି ଆସେ ତେବେ ଏହା ଈଶ୍ବରଙ୍କ ସଂକେତ ହୋଇଥାଏ କି ଆପଣଙ୍କ ଆତ୍ମା ର ଈଶ୍ଵରୀ ଶକ୍ତି ସହ ମିଳନ ହୋଇ ସାରିଛି । ଆଉ ଏହି ସମୟରେ ମନୁଷ୍ୟ ନିଜର ଇଚ୍ଛା ଭଗବାନଙ୍କୁ ନିଶ୍ଚୟ କହିବା ଉଚିତ । ଏହା ସହ ପୂଜା କରିବା ସମୟରେ ଯଦି ଆଖି ରୁ ଲୁହ ଚାଲି ଆସେ ତେବେ ଏହାର ଅନ୍ୟ ଏକ ଅର୍ଥ ହେଉଛି ଆପଣଙ୍କ ଅନ୍ତଃ ମନ ରେ ଯାହା ବି ଖରାପ ବିଚାର ବା ଚିନ୍ତାଧାରା ଥିଲା ତାହା ଶୁଦ୍ଧ ହେଉଛି ।

ଯଦି ପୂଜା କରିବା ସମୟରେ ଡଫା ର ଜ୍ଯୋତି ବଢିଯାଏ ତେବେ ଏହା ମଧ୍ୟ ଇଶ୍ଵରଙ୍କର ଏକ ସଂକେତ ହୋଇଥାଏ କି ଇଶ୍ଵର ଆପଣଙ୍କ ର ପୂଜା ଓ ସଚ୍ଚା ଭକ୍ତି ରେ ପ୍ରସନ୍ନ ଅଛନ୍ତି । ଯଦି ଆପଣ ପୂଜା କରିବା ସମୟରେ ଏହା ଦେଖୁଛନ୍ତି କି ଆପଣଙ୍କ ଦ୍ଵାରା ଜଳା ଯାଇଥିବା ଧୂପବତୀ ର ଧୂଆଁ ଇଷ୍ଟ ଦେବତା ଙ୍କ ମୂର୍ତ୍ତି ଆଗକୁ ଯାଉଛି ତେବେ ଏହାର ଅର୍ଥ ହେଉଛି କି ଇଶ୍ଵର ଆପଣ ଙ୍କ ପୂଜା କୁ ସ୍ଵୀକାର କରିଛନ୍ତି ।

ଆଉ ଏହି ସମୟରେ ମଣିଷ ନିଜର ମନୋକାମନା ଇଶ୍ଵର ଙ୍କୁ ଜାଣିବା ନିହାତି ଜରୁରୀ ଅଟେ । ଯଦି ଭଗବାନ ଶିବ ଙ୍କ ପୂଜା ଓ ଆରତୀ ସମୟରେ ଯଦି ଗୋମାତା ଦ୍ଵାରା କୁ ଆସିଥାନ୍ତି ତେବେ ବହୁତ ଶୁଭ ସଂକେତ ମାନାଯାଏ । ତେଣୁ ଦ୍ଵାର କୁ ଆସିଥିବା ଗାଈ ର ପୂଜା କରିବା ସହ ରୁଟି ଖାଇବାକୁ ଦେବା ଉଚିତ ।

ଏହା ଛଡା ହାତ ଯୋଡି ପ୍ରଣାମ କରିବା ଉଚିତ ଗୋମାତା ଙ୍କୁ । ଓ ନିଜର ଇଚ୍ଛା ଗୋମାତାଙ୍କୁ ନିଶ୍ଚୟ ଜଣାଇବା ଉଚିତ । ତେଣୁ ଏହି ସବୁ ସଂକେତ ମିଳିଥାଏ ଯଦି ପୂଜା କରିବା ସମୟରେ ଏଭଳି କିଛି ଘଟଣା ଘଟିଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button