IBN ଓଡ଼ିଶା ବ୍ୟୁରୋ

ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଅନ୍ଧାର ହେଲା କୋଲକତା ସହର, ସାରା ରାତି ବିକ୍ଷୋଭ

କୋଲକତା: ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ କରି ବୁଧବାର ରାତି ସମ୍ପୂର୍ଣ୍ଣ କୋଲକାତା ସହର ଅନ୍ଧାର କରାଯାଇଥିଲା। ଗତକାଲି ରାତି ୯ଟାରୁ ୧୦ ପର୍ଯ୍ୟନ୍ତ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ହଜାର ହଜାର ସଂଖ୍ୟାରେ ମହିଳା ରାଜରାସ୍ତାକୁ ଓହ୍ଲାଇ କ୍ୟାଣ୍ଡେଲ ରାଲି କରିଥିଲେ। ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ୧ ଘଣ୍ଟା ଅନ୍ଧାର ହୋଇଥିଲା କୋଲକତା ସହର।

ସାରା ରାତି ହେଲା ବିକ୍ଷୋଭ ପ୍ରଦର୍ଶନ।

ଆଜି ସୁପ୍ରିମକୋର୍ଟରେ ଶୁଣାଣି ଥିବାବେଳେ ଦ୍ୱିତୀୟ ‘ରିକ୍ଲେମ ଦ ନାଇଟ୍’ ଜନ ଆନ୍ଦୋଳନରେ ଅଂଶଗ୍ରହଣ କରି ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି ମହିଳା। କୋଲକାତାର ମୁଖ୍ୟରାସ୍ତାରେ ମାନବ ଶୃଙ୍ଖଳା ସୃଷ୍ଟି କରିବା ସହ ହାତରେ ବିଭିନ୍ନ ସ୍ଲୋଗାନ ଥିବା ପ୍ଲାକାର୍ଡ ପ୍ରଦର୍ଶନ କରିଛନ୍ତି ସମାଜର ବିଭିନ୍ନ ବର୍ଗର ମହିଳା। ପ୍ରଦର୍ଶନକାରୀମାନେ ଶାନ୍ତିପୂର୍ଣ୍ଣ ବିରୋଧ କରିବା ସହ ‘ଆଲୋକ ହେଉ, ନ୍ୟାୟ ହେଉ’ ନାମକ ଏକ ବାର୍ତ୍ତା ଦେଇଥିଲେ।

ବିକ୍ଷୋଭକାରୀ ଡାକ୍ତରମାନେ ଦୀପ ପ୍ରଜ୍ୱଳନ ପାଇଁ ଆହ୍ବାନ ଦେଇଥିବା ବେଳେ ରାଜ୍ୟବ୍ୟାପୀ ପଦଯାତ୍ରା ସମୟରେ ପ୍ରଦର୍ଶନକାରୀମାନେ ଟର୍ଚ୍ଚ ଜଳାଥିଲେ ଏବଂ ମହମବତୀ ଧରିଥିଲେ। ଏହି ମାମଲାକୁ ନେଇ ପଶ୍ଚିମବଙ୍ଗରେ ତୀବ୍ର ଆନ୍ଦୋଳନ ଜାରି ରହିଛି । ଅନ୍ୟପଟେ ପୀଡିତାଙ୍କ ମାତାପିତା ପୋଲିସର ମନୋଭାବକୁ ନେଇ ପ୍ରଥମ ଥର ଖୋଲାଖୋଲି ଭାବେ ନିଜ କଥା ପ୍ରକାଶ କରିଛନ୍ତି। ପୀଡିତାଙ୍କ ମାତାପିତା କହିଛନ୍ତି ଯେ କୋଲକାତା ପୋଲିସର ଡିସି ନର୍ଥ ସେମାନଙ୍କୁ ଟଙ୍କା ଦେବାକୁ ଚେଷ୍ଟା କରିଥିଲେ। ଘଟଣାକୁ ଚପେଇବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ଏଥିରେ ସହମତି ହୋଇନଥିଲେ ପୀଡିତାଙ୍କ ବାପା-ମାଆ। କୋଲକାତାର ଆର୍‌.ଜି କାଣ୍ଡ ପ୍ରାୟ ଏକ ମାସ ବିତିଗଲାଣି, କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ଠୋସ ତଥ୍ୟ ପ୍ରକାଶ କରାଯାଇ ନାହିଁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button