IBN ଓଡ଼ିଶା ବ୍ୟୁରୋ

ବ୍ରେକ୍‌ଫାଷ୍ଟରେ ଆପଣ ବି କରୁନାହାନ୍ତି ତ ଏହି ୬ଟି ଭୁଲ, ମୋଟା ବା ମୋଟି ହୋଇଯିବେ

ସାରା ଦିନ କାମ କରିବା ପାଇଁ ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ଉର୍ଜା ଆବଶ୍ୟକ ହୋଇଥାଏ। ଏହି ଉର୍ଜା ପାଇଁ ସକାଳର ବ୍ରେକଫାଷ୍ଟ ପୁଷ୍ଟିକର ହେବା ଜରୁରୀ। ଏଣୁ ସକାଳର ପ୍ରଥମ ଭୋଜନକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଏ। ସକାଳେ ପୁଷ୍ଟିକର ଖାଦ୍ୟ ଖାଇବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି। ଅଧିକାଂଶ ଲୋକ ଭାବନ୍ତି ଯେ ସକାଳେ ଅଧିକ ଖାଇବା ଦ୍ୱାରା ଚର୍ବି ଅଂଶ ବଢ଼େ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ ଧାରଣା। ସକାଳ ଖାଇବାରେ କରାଯାଉଥିବା କେତେକ ଭୁଲ ଯୋଗୁ ଯେତେ ବ୍ୟାୟାମ କଲେ ମଧ୍ୟ ଓଜନ କମିବା ବଦଳରେ ବଢ଼ିବାକୁ ଲାଗିଥାଏ। ଆସନ୍ତୁ ଜାଣିବା ସକାଳେ କେଉଁ ପ୍ରକାର ଖାଦ୍ୟ ଖାଇବା ଅନୁଚିତ…

ଚା’କିମ୍ବା କଫିରେ କ୍ରିମ୍‌ ମିଶାଇବା:

ସ୍ୱାଦ ବଢ଼ାଇବା ପାଇଁ ଲୋକମାନେ ସକାଳ ଚା’ ବା କଫିରେ କ୍ରିମ୍‌ ମିଶାଇଥାନ୍ତି। ଏହା ଦ୍ୱାରା ଚା’ର ସ୍ୱାଦ ବଢ଼ିବା ସହ ଓଜନ ମଧ୍ୟ ବୃଦ୍ଧିପାଏ। ଓଜନ କମାଇବାକୁ ଚାହୁଁଥିଲେ ସକାଳ ଚା’ରେ ଆଦୌ କ୍ରିମ୍‌ ମିଶାନ୍ତୁ ନାହିଁ। ସକାଳେ ଗ୍ରୀନ୍‌-ଟି ପିଇବା ଅଧିକ ଲାଭଦାୟକ ହୋଇଥାଏ।

ଫ୍ୟାଟି ବ୍ରେକ୍‌ଫାଷ୍ଟ:

ମୋଟାପଣ ଯୋଗୁ ଚିନ୍ତିତ ଥିବା ବ୍ୟକ୍ତି ସକାଳ ବ୍ରେକଫାଷ୍ଟରେ ନୁଡଲ୍ସ ବା ଉପମା ଭଳି ଫ୍ୟାଟି ବ୍ରେକ୍‌ଫାଷ୍ଟ ଖାଆନ୍ତୁ ନାହିଁ। ଏଭଳି ଖାଦ୍ୟ ଖାଇବା ଦ୍ୱାରା ଦିନସାରା ଭାରି ଭାରି ଲାଗିଥାଏ। ଏଣୁ ସକାଳେ କର୍ଣ୍ଣଫ୍ଲେକ୍ସ ଓ କ୍ଷୀର, ଫଳ, ବ୍ରେଡ୍‌ ଟୋଷ୍ଟ ଭଳି ହାଲ୍‌କା ଖାଦ୍ୟ ଖାଆନ୍ତୁ।

ଓଟ୍ସରେ ଚିନି ମିଶାଇବା:

ସକାଳେ ଓଟ୍ସ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉତ୍ତମ ହୋଇଥାଏ। କିଛି ଲୋକ ସ୍ୱାଦ ବଢ଼ାଇବା ପାଇଁ ଓଟ୍ସରେ ଚିନି ମିଶାଇ ଖାଇଥାନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଓଟ୍ସରେ ଚିନି ମିଶାଇବା ଦ୍ୱାରା ଏହା ଫ୍ୟାଟ୍‌ଯୁକ୍ତ ହୋଇଯାଏ। ଫଳରେ ଓଟ୍ସ ଖାଇଲେ ମଧ୍ୟ ଓଜନ ବଢ଼େ। ସ୍ୱାଦ ବଢ଼ାଇବାକୁ ଆପଣ ଓଟ୍ସରେ ଡ୍ରାଏ ଫ୍ରୁଟ୍‌ସ ମିଶାଇପାରିବେ।

ଭୁଲ ଉପାୟରେ ଡାଏରୀ ପ୍ରଡକ୍ଟ ଭୋଜନ:

କ୍ଷୀର ସ୍ୱାସ୍ଥ୍ୟ ପାଇଁ ହିତକାରକ ହୋଇଥାଏ। କିନ୍ତୁ କିଛି ଲୋକ ସକାଳେ କ୍ଷୀରରେ ଚିନି ମିଶାଇ ପିଇଥାନ୍ତି। ଏହା ଦ୍ୱାରା କ୍ଷୀରର ଗୁଣବତ୍ତା ନଷ୍ଟ ହୋଇଯାଏ। ଏଣୁ ସକାଳେ କ୍ଷୀର ପିଇବା ବେଳେ ଆଦୌ ଚିନି ପକାନ୍ତୁ ନାହିଁ। ଏହା ବ୍ୟତୀତ ସକାଳେ ପନିର ବା ବଟର ସେବନ କରିବା ମଧ୍ୟ ଉଚିତ ନୁହେଁ।

ଅଧିକ ଫାଇବରଯୁକ୍ତ ଖାଦ୍ୟ ସେବନ:

ଫାଇବରଯୁକ୍ତ ଖାଦ୍ୟ ଖାଇବା ଶରୀର ପାଇଁ ଉତ୍ତମ ହୋଇଥାଏ। କିନ୍ତୁ ସକାଳ ବ୍ରେକଫାଷ୍ଟରେ ଅଧିକ ଫାଇବର ଯୁକ୍ତ ଖାଦ୍ୟ ଖାଇବା ଉଚିତ ନୁହେଁ, ନଚେତ୍‌ ଦିନ ସାରା ଆପଣଙ୍କୁ ଭାରି ଭାରି ଲାଗିପାରେ।

ସକାଳେ ନ ଖାଇବା:

କିଛି ଲୋକ ସକାଳେ ବ୍ରେକଫାଷ୍ଟ କରିନଥାନ୍ତି। କାମ ଚିନ୍ତାରେ ହେଉ ବା ଭୁଲିଯାଇ ସେମାନେ ଏଭଳି କରିଥାନ୍ତି। ଡାକ୍ତରଙ୍କ କହିବାନୁସାରେ ସକାଳେ ଅଧିକ ସମୟ ଖାଲିପେଟରେ ରହିବା ଦ୍ୱାରା ହିଁ ଅଧିକାଂଶ ଲୋକ ମୋଟାପଣର ଶିକାର ହୋଇଥାନ୍ତି। ଏଣୁ ସୁଡୋଲ ବଡି ପାଇଁ ସବୁବେଳେ ସକାଳେ ଟିଫିନ୍‌ କରନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button