IBN ଓଡ଼ିଶା ବ୍ୟୁରୋ

ଦିଲ୍ଲୀ-ଏନସିଆର ପ୍ରଦୂଷଣକୁ ନେଇ କଠୋର ସୁପ୍ରିମକୋର୍ଟ; AQMC କଲେ ତାଗିଦ୍‌, କହିଲେ

ନୂଆଦିଲ୍ଲୀ ୨୭।୦୯: ଦିଲ୍ଲୀ-ଏନସିଆର ପ୍ରଦୂଷଣକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ । ବୃଦ୍ଧି ପାଉଥିବା ପ୍ରଦୂଷଣକୁ ନେଇ ଉଦବେଗ ପ୍ରକାଶ କଲେ । କୋର୍ଟ କହିଛନ୍ତି ପ୍ରଦୂଷଣ ଉପରେ ନିୟନ୍ତ୍ରଣ ଲଗାଇବା ପାଇଁ ଗଠିତ ହୋଇଥିବା ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ଆଶା ଅନୁଯାୟୀ କାମ କରିନାହିଁ । କୋର୍ଟ ଆୟୋଗକୁ ତାଗିଦ୍ କରି ଏକ ଉତ୍ତମ ଆଫିଡେଭିଟ୍ ଦାଖଲ କରିବାକୁ କହିଛନ୍ତି ।

ଅକ୍ଟୋବର ୩ରେ ଏହି ମାମଲାର ଶୁଣାଣି ହେବ ।

ଏହି ମାମଲାରେ କୋର୍ଟ ଦ୍ୱାରା ନିଯୁକ୍ତ ବରିଷ୍ଠ ଓକିଲ ଆପରାଜିତା ସିଂ କହିଛନ୍ତି ଯେ ପଞ୍ଜାବ ଏବଂ ହରିୟାଣାରେ କୃଷକମାନେ ପୁଣି ଥରେ ନଡ଼ା ଜାଳିବା ଆରମ୍ଭ କରିଛନ୍ତି। ଚଳିତବର୍ଷ ପ୍ରଦୂଷଣ ସ୍ଥିତି ଗୁରୁତର ହେବା ପୂର୍ବରୁ ଚାଷୀ ନଡ଼ା ଜାଳିବା ବନ୍ଦ କରିବା ଅଧିକ ଜରୁରୀ । ଜଷ୍ଟିସ୍ ଅଭୟ ଏସ୍ ଓକ ଏବଂ ଆଗଷ୍ଟିନ୍ ମସିହଙ୍କ ଏକ ବେଞ୍ଚ କମିଶନଙ୍କୁ କହିଛନ୍ତି ଯେ ନଡ଼ା ନଷ୍ଟ କରିବା ପାଇଁ ଚାଷୀଙ୍କୁ ଦିଆଯାଇଥିବା ମେସିନ୍ ବ୍ୟବହାର କରାଯାଉ ।

କୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଯେ ଆୟୋଗର ସବ-କମିଟି ବର୍ଷକୁ ମାତ୍ର ଚାରିଥର ବୈଠକ କରିଥାଏ। ବୈଠକର ବିବରଣୀ ମାଗିଥିଲେ କୋର୍ଟ । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ CAQM ଆକ୍ଟର ଧାରା ୧୪ ଅନୁଯାୟୀ ପ୍ରଦୂଷଣକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାର ରହିଛି । କିନ୍ତୁ ୨୦୨୧ ମସିହାରେ ଆୟୋଗ ଗଠନ ହେବା ପରଠାରୁ କୌଣସି ପଦକ୍ଷେପ ନେଇ ନାହାଁନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button