IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଏମିତି ହେବା ଉଚିତ ନବଦମ୍ପତିଙ୍କ ଶୟନକକ୍ଷ, ଜାଣନ୍ତୁ ଏହାକୁ ନେଇ କଣ କହୁଛି ବାସ୍ତୁଶାସ୍ତ୍ର

କୌଣସି ବି ବ୍ୟକ୍ତିଙ୍କ ପାଇଁ ତାଙ୍କ ଶୟନକକ୍ଷବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ। କାରଣ ବ୍ୟକ୍ତି ପୂରା ଦିନର ଥକାକୁ ଶାନ୍ତ କରିଥାଏ ଏହି ଶୟନକକ୍ଷରେ। ଶୟନକକ୍ଷ କୌଣସି ବି ନବଦମ୍ପତିଙ୍କ ପାଇଁ ବହୁତ ଜରୁରୀ ହୋଇଥାଏ, ଯାହା ତାଙ୍କ ସମ୍ପର୍କରେ ମଧୁରତାକୁ ଦର୍ଶାଇଥାଏ। ନବବିବାହିତ ଦମ୍ପତିଙ୍କ ସୁଖମୟ ହେଉ ଏଥିପାଇଁ ବହୁତ ଜରୁରୀ ହୋଇଥାଏ ଶୟନକକ୍ଷର ବାସ୍ତୁ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଶୟନକକ୍ଷ ସହିତ ଜଡିତ ବାସ୍ତୁ ଟିପ୍ସ ନେଇ ଆସିଛୁ। ତେବେ ଆସନ୍ତୁ ଜାଣିବା ଏହି ଟିପ୍ସ ବିଷୟରେ।

-ସମ୍ପୂର୍ଣ୍ଣ ସୁଖମୟ ବିଶ୍ରାମ ପାଇଁ ମୁଣ୍ଡ ସବୁବେଳେ ଦକ୍ଷିଣ ଦିଗ ଆଡକୁ ରଖନ୍ତୁ ଏବଂ ପାଦ ଉତ୍ତର ଦିଗ ଆଡକୁ କରି ଶୁଅନ୍ତୁ।

-ଯଦି ଆପଣଙ୍କ ଟଏଲେଟ ଶୟନକକ୍ଷରେ ଥାଏ ତେବେ ତାର ଡୋର ସବୁବେଳେ ବନ୍ଦ ରଖିବାକୁ ଚେଷ୍ଟା କରନ୍ତୁ। ଅନ୍ୟଥା ସେଥିରୁ ନକାରାତ୍ମକ ଶକ୍ତି ଆପଣଙ୍କ ଜୀବନରେ କଳହ ସ୍ରୁଷ୍ଟି କରିପାରେ। ବେଡ ତଳ କବାଡରେ କେବେବି ଅଳିଆ ରଖନ୍ତୁ ନାହିଁ।

vastu-ବାସ୍ତୁ ଅନୁଯାୟୀ ବେଡରୁମରେ ଆଇନା ରଖିବା ଉଚିତ ନୁହେଁ। ଯଦି ରହିଛି ତେବେ ତାକୁ ରାତିରେ ଶୋଇବା ସମୟରେ ଢ଼ାକି ଦିଅନ୍ତୁ।

-ବେଡରୁମରେ ଫର୍ଣ୍ଣିଚର ଲୁହା କିମ୍ବା ଧନୁଷାକାର, ଅର୍ଦ୍ଧାଚନ୍ଦ୍ରାକାର ବା ବ୍ରୁତ୍ତାକାର ହେବା ଅନୁଚିତ। ଏହାଦ୍ୱାରା ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିନଥାଏ। ଆୟତ୍ତାକାର କିମ୍ବା ବେତର ଫର୍ଣ୍ଣିଚର ବାସ୍ତୁରେ ଶୁଭ ହୋଇନଥାଏ।

bed-ବେଡରୁମରେ ଲାଇଟ୍‌ ବହୁତ ଅଧିକ ରହିବା ଅନୁଚିତ ଏବଂ ଲାଇଟ୍‌ ଏମିତି ରହିବା ଦରକାର ଯେ ଯେମିତି ଏହାର ସିଧା ପ୍ରଭାବ ବେଡ ଉପରେ ପଡିବନାହିଁ। ଏହାର ଆଲୋକ ସବୁବେଳେ ପଛ ପଟ କିମ୍ବା ବାମ ପଟକୁ ରହିବା ଆବଶ୍ୟକ।

-ବେଡକୁ ସବୁବେଳେ କାନ୍ଥକୁ ଛାଡିକି ଲଗାଇବା ଉଚିତ। ଯଦି ବେଡ ଲାଗିକି ରହିବ ତେବେ ମନରେ ସବୁବେଳେ ବ୍ୟାକୁଳତା ଲାଗି ରହିଥାଏ।

-କାନ୍ଥ କେବେବି ଧଳା ଏବଂ ଲାଲ ରଙ୍ଗର ହେବା ଅନୁଚିତ। ଗାଢ଼ା ରଙ୍ଗ ଅପେକ୍ଷା ହାଲୁକା ରଙ୍ଗ ହେବା ଉଚିତ। ଗାଢ଼ା ରଙ୍ଗ ସବୁବେଳେ ନକାରାତ୍ମକ ଶକ୍ତି ଜନ୍ମାଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button