IBN ଓଡ଼ିଶା ଏକ୍ସକ୍ଲୁସିଭ୍

କେବଳ କମଳା ନୁହେଁ, ଏହାର ମଞ୍ଜି ମଧ୍ୟ କେଶକୁ କରିଥାଏ ଲମ୍ବା ଓ ମୁଲାୟମ

ତ୍ୱଚାକୁ ମୁଲାୟମ କରିବା ପାଇଁ ଲୋକେ କମଳା ଖାଉଥିବା ତ ସମସ୍ତେ ଜାଣନ୍ତି, କିନ୍ତୁ ଏହାର ମଞ୍ଜି ମଧ୍ୟ ଅତି ଦରକାରୀ ବୋଲି ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। କମଳାର ମଞ୍ଜି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ ହୋଇଥାଏ। ତ୍ୱଚାଠୁ ଆରମ୍ଭ କରି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ଏହା ସାହାଯ୍ୟ କରେ। ଆସନ୍ତୁ ଜାଣିବା କେମିତି…

କେଶ ସମସ୍ୟା ଦୂର କରେ:

କଣ୍ଡିସନର ଅଭାବରୁ କେଶ ଶୁଷ୍କ ହୋଇଯାଇଥିଲେ କମଳା ମଞ୍ଜିରୁ ପ୍ରସ୍ତୁତ ତେଲ ଲଗାନ୍ତୁ। ଏହା କେଶକୁ ମୁଲାୟମ କରିବା ସହ ମୂଳରୁ ମଜଭୁତ ବନାଇଥାଏ। କମଳା ମଞ୍ଜିରେ ଥିବା ଭିଟାମିନ୍‌ ସି ଓ ବାୟୋ ଫ୍ଲେବନୟଡ୍‌ କେଶ ପାଇଁ ବେଶ୍‌ ଉପକାରୀ ହୋଇଥାଏ।

ରକ୍ତଚାପକୁ କରେ ନିୟନ୍ତ୍ରଣ:

କମଳା ମଞ୍ଜି ସେବନ କରିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ଏଥିରେ ଭିଟାମିନ୍‌ ବି୬ ଓ ମ୍ୟାଗ୍ନେସିୟମ୍‌ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି ଯାହା ବ୍ଲଡ୍‌ ପ୍ରେସରକୁ ନିୟନ୍ତ୍ରିତ କରେ।

ଆଣ୍ଟି ଅକ୍ସିଡେଣ୍ଟର ଉତ୍ସ:

କମଳା ମଞ୍ଜିକୁ ଆଣ୍ଟି ଅକ୍ସିଡେଣ୍ଟର ଉତ୍ସ ବୋଲି ମଧ୍ୟ କୁହାଯାଏ। କମଳା ମଞ୍ଜି ଖାଇବା ଦ୍ୱାରା ଶରୀରର ଇମ୍ୟୁନିଟି ସିଷ୍ଟମ୍‌ ମଜଭୁତ ହୋଇଥାଏ।

ଏସେନ୍ସ ଭଳି ବ୍ୟବହୃତ ହୁଏ:

କମଳା ମଞ୍ଜିରୁ ବାହାରୁଥିବା ଏସେନ୍ସ କେକ୍‌ ଓ ଅନ୍ୟାନ୍ୟ ଖାଦ୍ୟରେ ଫ୍ଲେଭର ପାଇଁ ବ୍ୟବହାର କରାଯାଏ।

ଘରର ଦୁର୍ଗନ୍ଧ ଦୂର କରେ:

ଘରର ଦୁର୍ଗନ୍ଧ ଦୂର କରିବା ପାଇଁ କମଳା ମଞ୍ଜିରୁ ପ୍ରସ୍ତୁତ ଏସେନ୍ସିଆଲ ଅଏଲକୁ ଏକ ବାଲ୍ଟି ପାଣିରେ ମିଶାଇ ଘର ପୋଛି ଦିଅନ୍ତୁ। ଘର ମହକି ଉଠିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button