ସ୍ଵର୍ଗକୁ ଯିବା ପାଇଁ ରାବଣ ଏହି ସ୍ଥାନରେ ବନାଇଥିଲା ସିଡି, ଆପଣ ଜାଣିଛନ୍ତି କି ଏହା କେଉଁଟି ?

ବନ୍ଧୁଗଣ ରାମାୟଣ ସମୟର ରାବଣ ଚରିତ୍ର ବିଷୟରେ ସମସ୍ତେ ଜାଣିଛନ୍ତି । ରାବଣ ଜଣେ ମହାପଣ୍ଡିତ ଥିଲେ । ତେବେ ରାବଣଙ୍କ ପାଖରେ ଅନେକ କିଛି ଅଦ୍ଭୁତ ଶକ୍ତି ମଧ୍ୟ ରହିଥିଲା । ରାବଣ ନିଜ ଶକ୍ତି ବଳରେ ପୁରା ଅସୁର ଜାତିକୁ ଉଦ୍ଧାର କରିବା ପାଇଁ ଚାହୁଁଥିଲା । ସେଥିପାଇଁ ରାବଣଙ୍କର ବହୁତ ବଡ ଗୋଟେ ଇଛା ଥିଲା । ଯେ ସେ ଏପରି ଏକ ସିଡି ପ୍ରସ୍ତୁତ କରିବେ । ଯାହା ଦ୍ଵାରା ସେ ଧରିତ୍ରୀରୁ ନେଇ ସ୍ଵର୍ଗ ପର୍ଯ୍ୟନ୍ତ ଏକ ସିଡି ପ୍ରସ୍ତୁତ କରିବେ ।
ଯାହା ଦ୍ଵାରା ତାଙ୍କ ଅସୁର ଜାତିର ସମସ୍ତ ଅସୁର ସେହି ସିଡି ଦେଇ ସ୍ଵର୍ଗରେ ପହଞ୍ଚିପାରିବେ । କାରଣ ଅସୁର ମାନଙ୍କୁ ବିନା ପୂଣ୍ୟ କରି ମଧ୍ୟ ଏହି ସିଡି ଦ୍ଵାରା ସେ ସ୍ଵର୍ଗକୁ ଅତି ସହଜରେ ଯେପରି ପହଞ୍ଚିପାରିବ ସେହି ବିଷୟରେ ରାବଣ ସବୁବେଳେ ଭାବୁଥିଲେ । ତେବେ ରାବଣଙ୍କ ଏହି ଇଛା ରାମାୟଣରେ ବର୍ଣ୍ଣିତ ରହିଛି । ତେବେ ଆଜି ପର୍ଯ୍ୟନ୍ତ ମଧ୍ୟ ସେହି ସିଡି ଆମ ଭାରତ ବର୍ଷରେ ରହିଛି ।
ହିମାଚଳ ପ୍ରଦେଶର ଶର୍ମାମ ଜିଲ୍ଲାର ନାହାରାରୁ 7 କିଲୋମିଟର ଦୂରରେ ଭଗବାନ ଶିବଙ୍କର ଗୋଟିଏ ମନ୍ଦିର ରହିଛି । ଯାହାକୁ ପୋଡିବାଲା ମନ୍ଦିର ବୋଲି କୁହାଯାଇଥାଏ । ଏହି ଶୈବପୀଠଟି ପୋଡିବାଲା ଶିବ ମନ୍ଦିର ନାମରେ ପ୍ରସିଦ୍ଧ ଅଟେ । ତେବେ ମାନ୍ୟତା ଅନୁସାରେ ରାବଣ ସ୍ଵର୍ଗ ପାଇଁ ଯିବାକୁ ଯେଉଁ ସିଡି ବନାଇଥିଲା । ସେହି ସିଡିର ଆରମ୍ଭ ଏହି ମନ୍ଦିରରୁ କରିଥିଲା ।
ରାମାୟଣର ବର୍ଣ୍ଣିତ କଥା ଅନୁସାରେ ରାବଣ ଅମର ହେବାକୁ ଚାହୁଁଥିଲା । ସେଥିପାଇଁ ବର୍ଷ ବର୍ଷ ଧରି ଏହି ସ୍ଥାନରେ ରାବଣ ଏଠାରେ ଶିବଙ୍କର ତପସ୍ୟା ମଧ୍ୟ କରିଥିଲା । ରାବଣର କଠୋର ତପସ୍ୟାରେ ପ୍ରସନ୍ନ ହୋଇ ଭଗବାନ ଶିବ ରାବଣଙ୍କୁ ଦର୍ଶନ ଦେଇଥିଲେ । ତେବେ ପ୍ରଭୁ ଶିବଙ୍କୁ ରାବଣ ଅମର ହେବାର ବର ମାଗିଥିଲା । ଏଥିସହ ସ୍ଵର୍ଗ ପର୍ଯ୍ୟନ୍ତ ସିଡି ବନାଇବାକୁ ମଧ୍ୟ ଚାହୁଁଛି ।
ତେବେ ପ୍ରଭୁ ଶିବ ରାବଣଙ୍କୁ ସର୍ତ୍ତ ରଖି କହିଥିଲେ । ଯେ ଯଦି ଗୋଟେ ଦିନରେ 5 ପୋଡିର ନିର୍ମାଣ କରିଦେବ । ସେ ଅମର ହେବା ସହ ସ୍ଵର୍ଗ ପର୍ଯ୍ୟନ୍ତ ସିଡି ମଧ୍ୟ ବନିଯିବ । ତାପରେ ରାବଣ ପୋଡିର ନିର୍ମାଣ କରିବା ମଧ୍ୟ ଆରମ୍ଭ କରିଦେଇଥିଲା । ହେଲେ ସେ 4 ଟି ପୋଡି କରିବା ସହ ଅନ୍ୟ ଏକ ପୋଡି କରିପାରିନଥିଲା । ଯେଉଁ କାରଣରୁ ପ୍ରଭୁ ଶିବଙ୍କ ଠାରୁ ମିଳିଥିବା ବର ରାବଣଙ୍କର ବୃଥା ଯାଇଥିଲା ।
ତେବେ ମାନ୍ୟତା ଅଛି, ଯେ ରାବଣ ସ୍ଵର୍ଗ ପାଇଁ ସିଡି ବନାଇବା ତ ଆରମ୍ଭ କରିଥିଲା ହେଲେ ତାହାକୁ ପୂରଣ କରିପାରିନଥିଲା ।