IBN ଓଡ଼ିଶା ଏକ୍ସକ୍ଲୁସିଭ୍

ତୁଳସୀରେ ଶାଳୀଗ୍ରାମ ରଖିଲେ କଣ ହୋଇଥାଏ । କହିଛନ୍ତି ଭଗବାନ ବିଷ୍ଣୁ

ଏକ ପ୍ରାଚୀନ କଥା ମାଧ୍ୟମରେ ଆଜି ଆମେ ଆପଣଙ୍କୁ କହିବୁ ଯେ ତୁଳସୀ ଗଛରେ କେଉଁ ଜିନିଷ ରଖିବା ଉଚିତ । ଥରେ ଦେବର୍ଷି ନାରଦ ବୈକୁଣ୍ଠ ଭଗବାନ ବିଷ୍ଣୁଙ୍କ ପାଖକୁ ଏକ ପ୍ରଶ୍ନ ନେଇ ଗଲେ । ଦେବର୍ଷି ନାରଦ କହିଲେ ଯେ ଥରେ ସେ ନୀଳଗିରି ପର୍ବତ ଦେଇ ଯାଉଥିବା ସମୟରେ ସେଠାରେ ଏକ ବିଚିତ୍ର ନଗରୀ ଦେଖିଲେ ଯେଉଁଠି ରହୁଥିବା ସବୁ ମନୁଷ୍ୟଙ୍କର ଚାରୋଟି ହାତ ସହିତ ସମସ୍ତଙ୍କ ହାତରେ ଧନୁ ଥିଲା ଏବଂ ସେମାନେ ଫଳ ଆହାର କରି ବଞ୍ଚୁଥିଲେ । ତେଣୁ ସେହି ବଣରେ ରହୁଥିବା ଲୋକଙ୍କୁ ଏଭଳି ସ୍ୱରୂପ କିଭଳି ଚତୁର୍ଭୁଜ ରୂପ ପ୍ରାପ୍ତ ହେଲା ବୋଲି ପଚାରିଲେ । ସେଭଳି ରୂପ ସ୍ଵର୍ଗରେ ଦେବତାଙ୍କୁ ମଧ୍ୟ ଭାଗ୍ୟ ହୋଇ ନଥାଏ । ତେବେ ତାହା ମନୁଷ୍ୟଙ୍କ ଠାରେ କିଭଳି ସମ୍ଭବ ହେଲା ।

ଏହାପରେ ଭଗବାନ ବିଷ୍ଣୁ କହିଛନ୍ତି ଯେ ତାହା କୌଣସି ମାୟା ନୁହେଁ । ସେମାନଙ୍କୁ ଚତୁର୍ଭୁଜ ରୂପ ଭଗବାନ ବିଷ୍ଣୁଙ୍କ କୃପାରୁ ହିଁ ପ୍ରାପ୍ତ ହୋଇଛି । ସେମାନେ ଯେଉଁ ଅତ୍ୟନ୍ତ ପୁଣ୍ୟ କାମ କରିଥିଲେ , ସେହି କାରଣରୁ ହିଁ ସେମାନଙ୍କୁ ଏଭଳି ରୂପ ପ୍ରାପ୍ତ ହୋଇଛି ବୋଲି କହିଲେ । ଏହା ଶୁଣି ଭଗବାନ ବିଷ୍ଣୁ ଦେବର୍ଷି ନାରଦଙ୍କୁ ଅତି ପ୍ରାଚୀନ କଥା ଶୁଣାଇଛନ୍ତି । ପୂର୍ବ କାଳର କଥା । ନୀଳଗିରି ପର୍ବତରେ ଶାବର ନାମକ ଶିକାରୀ ରହୁଥିଲା ଯିଏକି ଖୁବ ହିଂସ୍ର ଏବଂ ଦୁଷ୍ଟ ପ୍ରବୃତ୍ତିର ଥିଲା । ସବୁବେଳେ ଜୀବଜନ୍ତୁଙ୍କ ହତ୍ୟା ଏବଂ ଅନ୍ୟକୁ ଲୁଟିବା କାମ କରିବା ସହିତ ହିଂସା ଦ୍ଵେଷ ରହିଥିଲା । ତାର ଅନ୍ତିମ ସମୟ ପାଖେଇ ଆସିଥାଏ ଏବଂ ସେହିଦିନ ସେ ହାତରେ ଧନୁ ତୀର ଧରି ବାହାରକୁ ଶିକାର କରିବାକୁ ଚାଲିଗଲା ।

ଅନେକ ନିରୀହ ଜୀବଜନ୍ତୁଙ୍କୁ ମାରିବା ପରେ ସେ ଏକ ବିଶାଳ ସିଂହର ସମ୍ମୁଖୀନ ହେଲା । ସେ ଯେତେ ସିଂହକୁ ମାରିବାକୁ ଚେଷ୍ଟା କଲା କିନ୍ତୁ କିଛି ଲାଭ ହେଲା ନାହିଁ । କୌଣସି ଧନୁ ତୀର ସିଂହର କ୍ଷତି କରି ପାରିଲା ନାହିଁ । ସିଂହ ସେହି କ୍ଷଣରେ ଶିକାରୀକୁ ମାରିଦେଲା । ତାର ମୃତ୍ୟୁ ପରେ ଯମରାଜଙ୍କ ଦୁଇ ଦୂତ ତାର ଆତ୍ମାକୁ ନେବାକୁ ଆସିଲେ । ଏହାପରେ ସେମାନେ ସେହି ପାପୀକୁ ଲୁହା ଜଞ୍ଜିରରେ ବାନ୍ଧି ନର୍କକୁ ନେଇ ଯିବାକୁ ଆସିଲେ । ଯମ ଦୂତଙ୍କ ଏଭଳି କଥା ଶୁଣି ସେ ଭୟଭୀତ ହୋଇଗଲା । ସେହି ସମେୟରେ ସେଠାକୁ ଜଣେ ବୈଷ୍ଣବ ବ୍ରାହ୍ମଣ ଆସିଗଲା । ଶିକାରୀର ଦୟନୀୟ ଅବସ୍ଥା ଦେଖି ସେ ବିସ୍ମିତ ହୋଇଗଲେ ଏବଂ ଶିକାରୀର ଶରୀର ପାଖକୁ ଯାଇ ସେଠାରେ ଶାଳିଗ୍ରାମ ଯେଉଁଥିରେ ତୁଳସୀ ଦଳ ଥିଲା ତାହାକୁ ମସ୍ତକରେ ଏବଂ ଛାତି ଉପରେ ରଖି ରାମ ନାମ ଜପ କରିବାରେ ଲାଗିଲେ ।

ଶାଳିଗ୍ରାମର ସ୍ପର୍ଶ ମାତ୍ରେ ସେହି ଶିକାରୀର ସବୁ ପାପ ନଷ୍ଟ ହୋଇଗଲା । ସେଠାରୁ ଦୁଇ ପାସଦ ଯେଉଁମାନଙ୍କ ସ୍ୱରୂପ ଭଗବାନ ବିଷ୍ଣୁଙ୍କ ଭଳି ଥିଲା । ସେମାନେ କହିଲେ ଯେ ସେହି ବ୍ୟକ୍ତି ଭଗବାନ ବିଷ୍ଣୁଙ୍କ ଅବତାର ଅଟନ୍ତି । ତାଙ୍କୁ କାହିଁକି ସେମାନେ ନେବାକୁ ଆସିଛନ୍ତି । ଯମ ଦୂତ ମାନେ କହିଲେ ଯେ ସେହି ଶିକାରୀ କେବେ କୌଣସି ଧର୍ମ କରିନାହିଁ ବରଂ ସବୁବେଳେ ପାପ କରିଆସିଛି । ତଥାପି ସେ ବନ୍ଧନରୁ କିଭଳି ମୁକ୍ତ । ସେମାନେ କହିଛନ୍ତି ଯେ , ଯେଉଁ ମନୁଷ୍ୟ ଶାଳୀଗ୍ରାମକୁ ସ୍ପର୍ଶ କରିଥାଏ ତାର ବ୍ରହ୍ମହତ୍ୟା ଭଳି ପାପ ମଧ୍ୟ ନଷ୍ଟ ହୋଇଯାଏ । ପୁଣି ତୁଳସୀ ପତ୍ର ଏବଂ ରାମ ନାମ କାରଣରୁ ତାର ସବୁ ପାପ ନଷ୍ଟ ହୋଇ ଯାଇଛି । ତାପରେ ଯମ ଦୂତ ଦୁଇ ଜଣ ସେହି ଶିକାରୀକୁ ଛାଡ଼ି ଯମରାଜଙ୍କ ପାଖକୁ ଫେରିଗଲେ ।

ଏହା ଯମରାଜ ଶୁଣିବା ପରେ ଅତ୍ୟନ୍ତ ପ୍ରସନ୍ନ ହେଲେ । ସେପଟେ ସେହି ଦୁଇ ପାର୍ଶଦ ଶିକାରୀକୁ ଦିବ୍ୟ ବିମାନରେ ବୈକୁଣ୍ଠ ନେଇଗଲେ । ବୈଷ୍ଣବ ବ୍ରାହ୍ମଣ ମଧ୍ୟ ନିଜ ଆଶ୍ରମକୁ ଚାଲିଗଲା । କିଛି ଦୂରରେ ଥାଇ ଏସବୁ ଚମତ୍କାର ଦେଖୁଥିବା ଜଣେ ଛୋଟ ବାଳକ ସେହି ଶାଳୀଗ୍ରାମକୁ ପାଇବା ପାଇଁ ଇଚ୍ଛା କରି ସେହି ବ୍ରାହ୍ମଣ ପଛେ ପଛେ ଚାଲିବାକୁ ଲାଗିଲା । ବ୍ରାହ୍ମଣ ଯେତେବେଳେ ସେହି ଶାଲିଗ୍ରାମକୁ ତୁଳସୀ ଗଛରେ ରଖି ପ୍ରସାଦ ଚଢ଼ାଇ ଭିତରକୁ ଚାଲିଗଲା ଛୋଟ ପିଲାଟି ଶାଳୀଗ୍ରାମକୁ ଉଠାଇବା ସହିତ ସେହି ପ୍ରସାଦକୁ ମଧ୍ୟ ଖାଇ ଦେଲା । ଯେଉଁ କାରଣରୁ ସେ ଶକ୍ତିବାନ ହେବା ସହିତ ତାର ଚାରି ଚାରୋଟି ହାତ ହୋଇଗଲା । ପିଲାଟି ଭୟଭୀତ ହୋଇ ନିଜ ଗାଁକୁ ଗଲା ଏବଂ ଗାଁ ଲୋକେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।

ସେମାନେ ମଧ୍ୟ ସେହି ଆଶ୍ରମକୁ ଯାଇ ଶାଳୀଗ୍ରାମକୁ ସ୍ପର୍ଶ କରିବା ସହିତ ତୁଳସୀ ଗଛର ପୂଜା କରି ଏବଂ ତାପରେ ପ୍ରସାଦ ସେବନ କଲେ । ସେମାନଙ୍କର ଚାରି ଚାରୋଟି ହାତ ହୋଇଗଲା । ଏହାପରେ ଭଗବାନ ବିଷ୍ଣୁ କହିଛନ୍ତି ଯେ ଏଭଳି ଆଶୀର୍ବାଦ ପ୍ରାପ୍ତ ଥିବା ବ୍ୟକ୍ତିକୁ ସିଧାସଳଖ ମୋକ୍ଷ ପ୍ରାପ୍ତି ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button