IBN ଓଡ଼ିଶା ବ୍ୟୁରୋ

କୁନ୍ତୀଙ୍କର ଏହି କଥା ଯଦି ଜାଣିଯିବେ, ତା ହେଲେ ଆପଣଙ୍କ ଘରେ ମଧ୍ୟ ଆଉ କଳି ଝଗଡ଼ା ହେବ ନାହିଁ । ଜାଣନ୍ତୁ କଣ ସେହି କଥା ?

ଏହି କାହାଣୀଟି ଆପଣଙ୍କ ଜୀବନକୁ ନିଶ୍ଚିତ ଭାବରେ ବଦଳାଇ ଦେବ। ମହାଭାରତ ଯୁଦ୍ଧର ପରବର୍ତ୍ତୀ ସମୟରେ ଧର୍ମରାଜ ଯୁଧିଷ୍ଠିର ରାଜା ହୋଇଛନ୍ତି। ଭଗବାନ ଶ୍ରୀକୃଷ୍ଣ ହସ୍ତିନାପୁର ଛାଡ଼ି ଦ୍ବାରକା ଯିବା ପାଇଁ ବାହାରିଛନ୍ତି । ସେହି ସମୟରେ ଭଗବାନ ଶ୍ରୀକୃଷ୍ଣ ଦେଖିଲେ ଯେ ମାତା କୁନ୍ତୀଙ୍କ ଆଖିରୁ ଧାର ଧାର ହୋଇ ଲୁହ ବୋହି ଯାଉଛି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ପଞ୍ଚୁ ପାଣ୍ଡବଙ୍କ ମାତା କୁନ୍ତୀଙ୍କୁ ଶ୍ରୀକୃଷ୍ଣ ପଚାରିଲେ କି ମାଆ ଆପଣଙ୍କର କଣ ଦରକାର? କୁନ୍ତୀ କହିଲେ ଯଦି ଦେବାକୁ ଚାହୁଁଛ ତାହେଲେ ମୋ ଶରୀରରେ ଓ ମୋ ମନରେ ଦୁଃଖ ଯନ୍ତ୍ରଣା ଭରିଦିଅ। ଭଗବାନ ଶ୍ରୀକୃଷ୍ଣ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କହିଲେ, ଆପଣଙ୍କୁ ଦୁଃଖ କଣ ପାଇଁ ଦରକାର? ଭଗବାନ ଶ୍ରୀକୃଷ୍ଣ କହିଲେ ଯେ ,ଦୁଃଖର ସମୟ ତ ଚାଲିଗଲା ,ଯୁଦ୍ଧ ପରେ ଆପଣଙ୍କ ପୁତ୍ର ଯୁଧିଷ୍ଟିର ଏବେ ରାଜା ହୋଇଗଲେ। ଏବେ ତ ଆପଣଙ୍କ ଜୀବନରେ ଖାଲି ସୁଖ ହିଁ ସୁଖ।

ଏହାପରେ କୁନ୍ତୀ କହିଲେ ,ଆପଣ ଯେଉଁଠି ନାହାନ୍ତି ସେଠାରେ କେଉଁ ସୁଖ? ଏହାପରେ ଦେବୀ କୁନ୍ତୀ କହିଲେ ଯେ, ଯେଉଁଠାରେ ଭଗବାନ ଥାଆନ୍ତି, ସେଠାରେ ସୁଖ ଥାଏ। ଭଗବାନ ଯେତେବେଳେ କାହାକୁ ଛାଡ଼ି ଚାଲିଯିବେ, ସେଠାରେ କୌଣସି ସୁଖ ନଥାଏ। ଯେଉଁଠାରେ ସ୍ନେହ ,ପ୍ରେମ ,ଶ୍ରଦ୍ଧା ,ଭଲ ପାଇବା ନାହିଁ, ସେଠାରେ ମଣିଷ ଜୀବନର କିଛି ମୂଲ୍ୟ ନଥାଏ।

ଆଜିର ଦୁନିଆରେ ଅନେକ ଲୋକଙ୍କ ପାଖରେ ଟଙ୍କା ଓ ଧନ ସଂପତ୍ତି ରହିଛି, କିନ୍ତୁ କାହା ମଧ୍ୟରେ ସ୍ନେହ ଓ ଭଲ ପାଇବା ନାହିଁ। ଟଙ୍କା ଦ୍ଵାରା ଆମେ ଅନ୍ୟକୁ କିଣି ପାରିବା କିନ୍ତୁ ଜିଣି ପାରିବା ନାହିଁ। ଅନ୍ୟକୁ କେବଳ ସ୍ନେହ ଓ ଭଲ ପାଇବାରେ ହିଁ ଜିଣି ହୁଏ। ତେଣୁ ଆପଣ ଅନ୍ୟମାନଙ୍କୁ ସ୍ନେହ ଓ ଭଲ ପାଇବା ଦିଅନ୍ତୁ। ଆପଣଙ୍କୁ ମଧ୍ୟ ସମାଜ ଭଲ ପାଇବ। ପରିବାରରେ ଯଦି ସମସ୍ତେ ସମସ୍ତଙ୍କୁ ସ୍ନେହ ଓ ପ୍ରେମ ଦିଅନ୍ତି, ତାହେଲେ ପରିବାର ଓ ସମାଜ ସୁଖରେ ଜୀବନ ଅତିବାହିତ କରିବ।

ତେବେ ବନ୍ଧୁଗଣ, ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button