ରାଜ୍ୟ

ଏହି ସମୟରେ ଧବଳେଶ୍ୱରଙ୍କ ପାଖରେ ଉଠିବ ମହାଦୀପ – Ibnodisha

[ad_1]

ଗୁରୁଡିଝାଟିଆ : ଶୁକ୍ରବାର ପ୍ରଭୁ ଧବଳେଶ୍ୱରଙ୍କ ଜାଗର ତଥା ମହାଶିବରାତ୍ରୀ ବ୍ରତ ପାଳନ ହେବ। ପ୍ରଭୁଙ୍କ ନିକଟରେ ରାତ୍ରୀର ୨ୟ ପ୍ରହର ପୂଜା ପରେ ଅର୍ଥାତ ରାତି ୧ ଘଟିକାରୁ ୨ଘଟିକା ମଧ୍ୟରେ ମହାଦୀପ ଉଠିବ। ପ୍ରଭୁଙ୍କ ୪ପ୍ରହର ପୂଜା ଅନୁଷ୍ଠିତ ହେବ। ଭୋର ସାଢେ ୩ଟାରୁ ୪ଟା ମଧ୍ୟରେ ପହଡ ଖୋଲାଯାଇ ମଙ୍ଗଳଆଳତୀ, ୧୦୮ଗରା ସୁବାସିତ ଜଳରେ ସ୍ନାନ ପରେ ଧୂପ, ସିଙ୍କୁଡି ଭୋଗ ଓ ଅନ୍ୟାନ୍ୟ ନୀତି ସଂପନ୍ନ ହେବ ବୋଲି ଧବଳେଶ୍ୱର ପୂଜକ ସମିତିର ସଂପାଦକ ନରେନ୍ଦ୍ର କୁମାର ପଣ୍ଡା ପ୍ରକାଶ କରିଛନ୍ତି। ପ୍ରଭୁଙ୍କ ନିକଟରେ ରାତ୍ର ଉଜାଗର ରହି ଜାଗର ଜାଳିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ପୀଠକୁ ସମାଗମ ହେବାକୁ ଥିବାରୁ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ୨ ପ୍ଲାଟୁନ ଫୋର୍ସ ,୪୦ଜଣ ପୁଲିସ ଅଧିକାରୀ ,୧ଜଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ,୧ଜଣ ଉପଆରକ୍ଷୀ ଅଧିକ୍ଷକ, ୬ଜଣ ପୁଲିସ ନିରୀକ୍ଷକ ସହିତ କନଷ୍ଟେବଳ, ଗୃହରକ୍ଷୀ ମୁତୟନ ହେବେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button