ରାଜ୍ୟ

ସାତକୋଶିଆରେ ପୁଣି ବ୍ୟାଘ୍ର ପ୍ରକଳ୍ପ, ୫ ବର୍ଷରେ ଆସିବେ ୧୪ ମହାବଳ

ନୁଗୁଳ : ସାତକୋଶିଆରେ ପୁଣି ବ୍ୟାଘ୍ର ପ୍ରକଳ୍ପ । ଆସିବେ ମହାରାଷ୍ଟ୍ର ମହାବଳ। ଟ୍ରାନ୍ ସଲୋକସେନ ପ୍ରକଳ୍ପ ପାଇଁ ମିଳିଲା NTCA ଗ୍ରୀନ୍ ସିଗନାଲ। ପ୍ରସ୍ତୁତ ହେଉଛି ୫ ବର୍ଷିଆ ଯୋଜନା । ଆକ୍ସନ ପ୍ଲାନ ପ୍ରସ୍ତୁତ ପରେ NTCAକୁ ଦିଆଯିବ । ଏହାପରେ ପର୍ଯ୍ୟୟକ୍ରମେ ୫ ବର୍ଷରେ ମହାରାଷ୍ଟ୍ରର ତଡୋବା ଅଭୟାରଣ୍ୟରୁ ଆସିବେ ୧୨ରୁ ୧୪ଟି ମହାବଳ ।

କିଛି ଦିନ ତଳେ NTCA ଅଧିକାରୀ ସାତକୋଶିଆ ପରିଦର୍ଶନ କରିଥିଲେ। ଏହାପରେ ମିଳିଛି ଗ୍ରୀନ୍ ସିଗନାଲ। କିନ୍ତୁ ୧୫ଟି ସର୍ତ୍ତ ରହିଛି। ସବୁ ସର୍ତ୍ତ ପୂରଣ କରାଯିବ ବୋଲି ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି ।

୨୦୧୮ରେ ମଧ୍ୟପ୍ରଦେଶରୁ ସାତକୋଶିଆ ଆସିଥିଲା ଦୁଇଟି ମହାବଳ ମହାବୀର ଓ ସୁନ୍ଦରୀ । ତାହା ଥିଲା ଦେଶରେ ପ୍ରଥମ ଟ୍ରାନସଲୋକେସନ ପ୍ରକଳ୍ପ । କିନ୍ତୁ ସେହି ପ୍ରକଳ୍ପ ବିଫଳ ହେଲା । ମହାବୀରର ମୃତ୍ୟୁ ହେଲା, ସୁନ୍ଦରୀ ଫେରିଲା ମଧ୍ୟପ୍ରଦେଶ। ଟ୍ରାନସଲୋକେସନ ପ୍ରକଳ୍ପକୁ ସ୍ଥଗିତ କରିଥିଲା NTCA । ଏଥର NTCA ସର୍ତ୍ତ ସହ ଗ୍ରୀନ ସିଗନାଲ ଦେଇଛି । ପୂର୍ବ ଅନୁଭୁତିରୁ ଅନେକ କିଛି ଶିଖିବାକୁ ମିଳିଥିଲା । ତେଣୁ ପ୍ରକଳ୍ପ ଆରମ୍ଭ ପୂର୍ବରୁ ସ୍ଥାନୀୟ ବାସିନ୍ଦା ଓ ଜନ ପ୍ରତିନିଧିଙ୍କ ସହ ବିସ୍ତୃତ ଆଲୋଚନା କରାଯିବ ବୋଲି କହିଛନ୍ତି ପିସିସିଏଫ । କୋର ଏରିଆରୁ ସମସ୍ତ ଜନବସତି ଖାଲି କରାଯାଇଛି । ବଫର ଏରିଆରୁ ୬ ଟି ଗାଁ ଖାଲି ହୋଇଥିବା ବେଳେ ଆଉ କିଛି ଗାଁ ଖାଲି କରାଯିବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button