ରାଜ୍ୟ

ମୋବାଇଲ ପାଇଁ ଗଡ଼ିଲା ମୁଣ୍ଡ – Ibnodisha

[ad_1]

ସମ୍ବଲପୁର: ମୋବାଇଲ ପାଇଁ ବୀଭତ୍ସ ହତ୍ୟାକାଣ୍ଡ । ଯୁବକଙ୍କୁ ହତ୍ୟା କରି ମାଟି ତଳେ ପୋତିଦେଲେ ଦୁଇ ଅଭିଯୁକ୍ତ । ହତ୍ୟାକାଣ୍ଡର ୬ ଦିନ ପରେ ଉଦ୍ଧାର ହେଲା ମୃତଦେହ । ଏଭଳି ଘଟଣା ଘଟିଛି ସମ୍ବଲପୁର ରେଙ୍ଗାଲି ବ୍ଲକ କତରବଗା ଥାନା ଅନ୍ତର୍ଗତ କତରବଗା ଜଙ୍ଗଲରେ । ମୃତକ ଜଣଙ୍କ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଫିରୋଜ । ମୋବାଇଲ ଟ୍ରାକିଂ କରି ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଉଛନ୍ତି କତରବଗା ଗ୍ରାମର ବିରେଶ ବଢ଼େଇ ଓ ଜଣେ ନାବାଳକ । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ସମ୍ବଲପୁର ସଦର ଏସଡିପିଓ ତୋଫାନ ବାଗଙ୍କ କହିଛନ୍ତି, ଗତ ୮ ତାରିଖରେ ଶାସନ ଥାନାରେ ମହମ୍ମଦ ଫିରୋଜ ନାମକ ଜଣେ ଯୁବକଙ୍କ ନିଖୋଜ ମାମଲା ରୁଜୁ ହୋଇଥିଲା ।

ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରି ମୋବାଇଲ ଟ୍ରାକିଂ କରି ଫିରୋଜଙ୍କ ମୋବାଇଲ କ୍ରୟ କରିଥିବା ବ୍ୟକ୍ତିଙ୍କ ନିକଟରେ ପହଞ୍ଚିଥିଲା । ତାଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ଅଭିଯୁକ୍ତ ନାବାଳକ ଓ ବିରେଶକୁ ଗିରଫ କରିଥିଲା ପୋଲିସ । ଉଭୟ ଫିରୋଜକୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ । ସେମାନଙ୍କ ନିକଟରୁ ମୃତ ଫିରୋଜଙ୍କ ମୋବାଇଲ ଓ ମୋପେଡକୁ ପୋଲିସ ଜବତ କରିଛି । ଅଭିଯୁକ୍ତ ଦ୍ୱୟ ଫିରୋଜଙ୍କୁ ବଡ଼ପାଟେନ ଜଙ୍ଗଲ ମଧ୍ୟରେ ହତ୍ୟା ପରେ ପୋତି ଦେଇଥିଲେ । ପଚାରଉଚରା ପରେ ଏହା ଜଣାପଡିବାରୁ ମୃତଦେହକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗତକାଲି ଉଦ୍ଧାର କରିଛି ପୋଲିସ । ଏହାକୁ ନେଇ କତରବଗା ଥାନାରେ ଏକ ମାମଲା ରୁଜୁ କରି ପୋଲିସ ନାବାଳକକୁ ଜୁଭେନାଇଲ କୋର୍ଟରେ ହାଜର କରିଥିବା ବେଳେ ବିରେଶକୁ ଚୋର୍ଟ ଚାଲାଣ କରିଛି ।

ସୂଚନା ଅନୁସାରେ, ୨ ଅଭିଯୁକ୍ତ ମୃତକଙ୍କୁ କଲ୍ କରି ଲୁହା ବିକ୍ରି କରିବାକୁ କତରବଗାକୁ ଡାକିଥିଲେ । ଫିରୋଜ ମୋପେଡ ଯୋଗେ ସେଠାରେ ପହଞ୍ଚିବା ପରେ ଅଭିଯୁକ୍ତ ଦ୍ୱୟ ତାଙ୍କୁ ଗଡ଼ପାଟେନ ଜଙ୍ଗଲ ମଧ୍ୟକୁ ଡାକି ନେଇଥିଲେ । ସେ ଏକ ଦାମୀ ଫୋନ ଧରିଥିବାରୁ ତାହା ଛଡାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଏଥିରେ ବିଫଳ ହେବାରୁ ବିରେଶ ଏକ ବାଡ଼ିରେ ଫିରୋଜଙ୍କୁ ଆକ୍ରମଣ କରିଥିଲା । ପ୍ରାଣ ବିକଳରେ ଜୀବନ ବଞ୍ଚାଇ ଦୌଡ଼ି ପଳାଇବାକୁ ଫିରୋଜ ଉଦ୍ୟମ କରିଥିବା ବେଳେ ଏକ ଖାଲରେ ପଡ଼ି ଯାଇଥିଲେ । ଏହାର ସୁଯୋଗ ନେଇ ୨ ଅଭିଯୁକ୍ତ ଫିରୋଜଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିବା ପରେ ଖାଲରେ ପୋତି ଦେଇଥିଲେ । ଏହାପରେ ମୃତକର ମୋପେଡ ଗାଡିକୁ ଲୁଚାଇ ଦେଇ ମୋବାଇଲକୁ ନେଇଯାଇଥିଲେ । ଏଥିରୁ ସିମକାର୍ଡ କାଢ଼ି ଦେଇ ମୋବାଇଲକୁ ବିକ୍ରି କରିଦେଇଥିଲେ । ଯାହାକୁ ଟ୍ରାକିଂ କରି ପୋଲିସ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିଥିଲା । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button