ଅପରାଧ

ବରଯାତ୍ରୀ ଶୋଭାଯାତ୍ରା ବେଳେ ଯୁବକଙ୍କୁ ହତ୍ୟା – Ibnodisha

[ad_1]

ଗଜପତି: ବରଯାତ୍ରୀ ଶୋଭାଯାତ୍ରା ବେଳେ ଯୁବକଙ୍କୁ ହତ୍ୟା । ଗଜପତି ଜିଲ୍ଲା ମୋହନାର ଚନ୍ଦ୍ରଗିରିରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ମୃତ ଯୁବକ ଜଣକ ହେଲେ ଚନ୍ଦ୍ରଗିରି ଗାଁର ପ୍ରଶାନ୍ତ ପ୍ରଧାନ । ମାତ୍ର ୧୫ ଦିନ ତଳେ ବିବାହ କରିଥିଲେ ପ୍ରଶାନ୍ତ । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଏହି ଘଟଣାରେ ଅଭିଯୁକ୍ତ ଶ୍ରୀହରି ପ୍ରଧାନକୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟପଟେ ଅଭିଯୁକ୍ତର ଘର ଜାଳି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ । ସୂଚନା ମୁତାବକ, ଗତକାଲି ରାତିରେ ମୋହନା ଥାନା ଚନ୍ଦ୍ରଗିରିରେ ଏକ ବରଯାତ୍ରୀ ଶୋଭାଯାତ୍ରା ଚାଲିଥିଲା । ଏଥିରେ ଯୋଗ ଦେଇଥିବା ପ୍ରଶାନ୍ତ ପ୍ରଧାନଙ୍କୁ ଅତର୍କିତ ଭାବେ ଛୁରାମାଡ଼ କରିଥିଲେ ଶ୍ରୀହରି ।

ଏନେଇ ଗୁରୁତର ଅବସ୍ଥାରେ ପ୍ରଶାନ୍ତକୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ କ୍ଷ ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ତେବେ ଏହି ଘଟଣାରେ ଅଭିଯୁକ୍ତ ଶ୍ରୀହରି ପ୍ରଧାନଙ୍କୁ ଗିରଫ କରିଛି ପୋଲିସ । ଅନ୍ୟପଟେ ଏହି ଘଟଣା ପରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତ ଶ୍ରୀହରିର ଘର ଜାଳି ଦେବା ସହ ରାସ୍ତା ଅବରୋଧ କରିଛନ୍ତି । ହତ୍ୟାକାରୀ ଯୁବକଙ୍କୁ ହସ୍ତାନ୍ତର ଦାବିରେ ରାତି ଠାରୁ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ କ୍ଷ ଫଳରେ ମୋହନା – ପାରଳାଖେମୁଣ୍ଡି ୩୨୬ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ଠପ ହୋଇଯାଇଛି କ୍ଷ ଚନ୍ଦ୍ରଗିରିରେ ଉତ୍ତେଜନା ଲାଗି ରହିଥିବା ବେଳେ ଆର. ଉଦୟଗିରି ଏସଡିପିଓ ଅଶ୍ୱିନୀ ନାୟକ, ମୋହନା ତହସିଲଦାର ହଳଧର ଶବର, ମୋହନା ଥାନା ଅଧିକାରୀ ବସନ୍ତ ସେଠୀ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି କ୍ଷ ଏହି ଘଟଣା ପରେ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button