ଅପରାଧ

୪ ମାସ ତଳେ ଅପହରଣ କରି ବିବାହ କରିଥିଲେ; ମାରିକି ପୋଡି ଦେଲେ ଶାଶୁଘର ଲୋକେ ! – Ibnodisha

[ad_1]

ନିଆଳି: ୪ ମାସ ତଳେ ଝିଅକୁ ଅପହରଣ କରି ବିବାହ କରିଥିଲେ । ଗତକାଲି ହତ୍ୟା କରି ଶାଶୁଘର ଲୋକେ ମଶାଣିରେ ପୋଡି ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ନିଆଳି ଥାନା ନିର୍ଭର ପଞ୍ଚାୟତ କୋଠମୂଳ ଗାଁରେ । ଏ ସମ୍ପର୍କରେ ନାବାଳିକା ପରିବାର ନିଆଳି ଥାନାରେ ଲିଖିତ ଅଭିଯୋଗ କରିବା ସହ ହତ୍ୟାକାରୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହି ଘଟଣାରେ ପୋଲିସ ସ୍ୱାମୀ ଓ ଶାଶୁକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । ସୂଚନା ଅନୁଯାୟୀ, କଟକ ଜିଲ୍ଲା ନିଆଳି ଥାନା କୃଷ୍ଣପ୍ରସାଦ ପଞ୍ଚାୟତ ସ୍ଥିତ ଗୋଚ୍ଛାୟତ ସାହି ଗାଁର ରୋହିତ ଗୋଚ୍ଛାୟତଙ୍କ ନାବାଳିକା ଝିଅକୁ ଅପହରଣ କରାଯାଇଥିଲା ।

ଏହାକୁ ନେଇ ଚଳିତ ବର୍ଷ ଜୁଲାଇ ମାସରେ ନାବାଳିକାର ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ପରେ ନାବାଳିକା ପରିବାର ଲୋକେ ଜାଣିବାକୁ ପାଇଥିଲେ ନିର୍ଭର ପଞ୍ଚାୟତ କୋଠମୂଳ ଗାଁର ଲକ୍ଷ୍ମୀଧର ବେହେରାଙ୍କ ପୁଅ ପବିତ୍ର ବେହେରା ନାବାଳିକାକୁ ବଳ ପୂର୍ବକ ଉଠାଇ ନେଇ ବିବାହ କରିଛନ୍ତି । କିନ୍ତୁ ଚାରି ମାସ ତଳେ ଥାନାରେ ହୋଇଥିବା ଏତଲା ଆଧାରରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ନାବାଳିକା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । କିନ୍ତୁ ଗତକାଲି ନାବାଳିକା ଝିଅ ଓ ପବିତ୍ର ଦୁହେଁ ମାଧବ ହନୁମାନ ମନ୍ଦିର ଆସିଥିବାବେଳେ ନାବାଳିକାଙ୍କୁ ହତ୍ୟା କରି ଗାଁ ମଶାଣିରେ ପୋଡ଼ି ଦେଇଥିବା ନେଇ ସେହି ଗାଁର କିଛି ଲୋକ ନାବାଳିକା ପରିବାର ଲୋକଙ୍କୁ ଫୋନ କରି ଜଣାଇଥିଲେ ।

ଏହା ପରେ ନାବାଳିକା ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ । କୋଠମୂଳ ଗାଁ ମଶାଣି ଜୁଇରେ ନିଆଁ ଜଳୁଥିବା ଦେଖିବାକୁ ପାଇଥିଲେ । ଯାହାକୁ ନେଇ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଝିଅର ବାପା ନିଆଳି ଥାନା ଏତଲା ଦେବା ସହିତ ହତ୍ୟାକାରୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏ ସମ୍ପର୍କରେ ନିଆଳି ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ବର୍ତ୍ତମାନ ସୁଦ୍ଧା ନାବାଳିକାଙ୍କ ହତ୍ୟାର କାରଣ ଜଣାପଡିନଥିବା ବେଳେ ବିଭିନ୍ନ ଦିଗରେ ତଦନ୍ତ କରୁଛି ପୋଲିସ । ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button