ବିଶ୍ୱକପ୍ : ଆଫଗାନିସ୍ତାନକୁ ୧୪୯ ରନ୍ରେ ହରାଇଲା ନ୍ୟୁଜିଲାଣ୍ଡ – Ibnodisha
[ad_1]
ଚେନ୍ନାଇ: ଆଇସିସି ବିଶ୍ୱକପ୍-୨୦୨୩ର ୧୬ତମ ମ୍ୟାଚ୍ରେ ବୁଧବାର ଆଫଗାନିସ୍ତାନକୁ ନ୍ୟୁଜିଲାଣ୍ଡ ୧୪୯ ରନ୍ରେ ପରାସ୍ତ କରିଛି । ୨୮୯ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୩୪.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୩୯ ରନ୍ ସଂଗ୍ରହ କରିପାରିଛି । ନ୍ୟୁଜିଲାଣ୍ଡ ବୋଲରଙ୍କ ଆଗରେ ଆଫଗାନିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ ହୋଇଛି । ମିଚେଲ ସଣ୍ଟନର ଓ ଲକି ପରଗୁସନ ୩-୩ଟି ୱିକେଟ ନେଇଥିଲେ । ଟ୍ରେଣ୍ଟ ବୋଲ୍ଟଙ୍କୁ ୨ଟି ଓ ମିଟ୍ଟି ହେନରି ଓ ରାଚିନ ରବୀନ୍ଦ୍ରଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା । ଏଥି ସହିତ ନ୍ୟୁଜିଲାଣ୍ଡ କ୍ରମାଗତ ଭାବେ ୪ଟି ମ୍ୟାଚରେ ବିଜୟ ହାସଲ କରି ଚଳିତ ବିଶ୍ୱକପ୍ ପଏଣ୍ଟ ଟେବୁଲରେ ଶୀର୍ଷରେ ପହଞ୍ଚିଛି । ଆଫଗାନିସ୍ତାନ ପାଇଁ ରହମତ ଶାହ ସର୍ବାଧିକ ବ୍ୟକ୍ତିଗତ ରନ୍ କରିଥିଲେ । ସେ ୬୨ଟି ବଲ୍ ଖେଳି ଗୋଟିଏ ଚୌକା ସହାୟତାରେ ୩୬ ରନ୍ କରିଥିଲେ ।
ଅଜମାତୁଲ୍ଲା ଓମରଜାଇ ୨୭ ରନ୍, ଇକରାମ ଅଲିଖିଲ ଅପରାଜିତ ୧୯ ରନ୍, ଇବ୍ରାହିମ ଜଦ୍ରାନ ୧୪ ରନ୍ ଓ ରହମନୁଲ୍ଲା ଗୁରବାଜ ୧୧ ରନ୍ ଯୋଡ଼ିଥିଲେ । ଅନ୍ୟ ବ୍ୟାଟରଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ସ୍ଥାନୀୟ ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଆଫଗାନିସ୍ତାନ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ନ୍ୟୁଜିଲାଣ୍ଡ ଦଳ ବ୍ୟାଟିଂ କରିଥିଲା । କ୍ୱିୱି ଦଳ ସ୍କୋର ୧୧୦ ରନ୍ରେ ଆଗଧାଡ଼ିର ୪ଟି ମୂଲ୍ୟବାନ ୱିକେଟ୍ ହରାଇ ସାରିଥିବା ବେଳେ ମଧ୍ୟକ୍ରମର ବ୍ୟାଟର ଦଳୀୟ ରନ୍କୁ ଆଗକୁ ବଢ଼ାଇଥିଲେ ।
ଫଳରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ହରାଇ ୨୮୮ ରନ୍ ସଂଗ୍ରହ କରିପାରିଥିଲା । ମଧ୍ୟକ୍ରମର ବ୍ୟାଟର ଟମ୍ ଲଥାମ୍ ଓ ଗ୍ଲେନ୍ ଫିଲିପ୍ସ ଶତକୀୟ ଭାଗିଦାରୀ ହୋଇଥିଲେ । ଉଭୟ ବ୍ୟାଟର ୫ମ ୱିକେଟ୍ ପାଇଁ ୧୪୪ ରନ୍ ସଂଗ୍ରହ କରିଥିଲେ । ଗ୍ଲେନ୍ ଫିଲିପ୍ସ ୮୦ଟି ବଲ୍?ରୁ ୪ଟି ଚୌକା ଓ ୪ଟି ଛକା ମାରିବା ସହିତ ବ୍ୟକ୍ତିଗତ ଭାବେ ୬୧ ରନ୍ ଯୋଗଦାନ ଦେଇ ଆଉଟ୍ ହୋଇଥିଲେ । ଆଫଗାନିସ୍ତାନର ୬ଷ୍ଠ ଶିକାର ହୋଇଥିଲେ ଟମ୍ ଲଥାମ୍ । ସେ ଆଉଟ୍ ହେବା ପୂର୍ବରୁ ୭୪ଟି ବଲ୍ ଖେଳି ୩ଟି ଚୌକା ଓ ୨ଟି ଛକା ବଳରେ ୬୮ ରନ୍ ସଂଗ୍ରହ କରିଥିଲେ ।
[ad_2]