ମାନବ ପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା, ହାତଲେଖାକୁ ନେଇ ବଢ଼ୁଛି ସସ୍ପେନ୍ସ ।

IBN ଓଡ଼ିଶା (ବ୍ୟୁରୋ):-ଭୁବନେଶ୍ୱର:
ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ବଢିଲା ସସପେନ୍ସ । ହତ୍ୟା କି ଆତ୍ମହତ୍ୟା ଘଟଣାକୁ ୧୩ ଦିନ ପରେ ବି ହଟୁନି ରହସ୍ୟରୁ ପରଦା । ଏହାରି ଭିତରେ ସୁସାଇଡ ନୋଟରେ ହାତ ଲେଖାକୁ ନେଇ ସସପେନ୍ସ ବଢିଛି । ସନ୍ଦେହ ଘେରରେ ରହିଛନ୍ତି ପତ୍ନୀ ବିଦ୍ୟାଶ୍ରୀ । କାରଣ ଗତକାଲି ଜେରାରେ ବିଦ୍ୟାଶ୍ରୀ ଡାଏରୀର ଶେଷ ଦୁଇ ପୃଷ୍ଠା ନିଜେ ଲେଖିଥିବା ମାନିଛନ୍ତି । ପତ୍ନୀ ବିଦ୍ୟାଶ୍ରୀ, ବାପା ଓ ମାଆଙ୍କୁ ଦୀର୍ଘ ସାଢେ ୩ ଘଂଟା ଜେରା କରିଛନ୍ତି ତଦନ୍ତକାରୀ ଦଳ ।
ଜିଆରପି ଡିଏସପି ଚନ୍ଦ୍ରଶେଖର ସାହୁଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ ତଦନ୍ତ କରିବାକୁ ଆଦିତ୍ୟଙ୍କ ଘରେ ପହଞ୍ଚିଥିଲା । ତାଙ୍କ ଘରେ ପରିବାରର ତିନି ଜଣଙ୍କୁ ଦୀର୍ଘ ସମୟ ଧରି ଜିଆରପିର ତଦନ୍ତକାରୀ ଦଳ ଜେରା କରିଥିଲେ । ତେବେ ସମସ୍ତ ଦିଗରୁ ମାମଲାର ତଦନ୍ତ କରୁଥିବା କହିଛନ୍ତି ଡିଏସପି ଚନ୍ଦ୍ରଶେଖର ସାହୁ । ତେବେ ବର୍ତମାନ ସୁଦ୍ଧା କୌଣସି ସିଦ୍ଧାନ୍ତରେ ଉପନୀତ ହୋଇ ନାହୁଁ ବୋଲି ସେ କହିଛନ୍ତି । ପୂର୍ବରୁ ଆଦିତ୍ୟ ଦାଶଙ୍କ ଦୁଇ ସାଙ୍ଗ ପପୁ ଓ ବିକାଶକୁ ମଧ୍ୟ ଜେରା କରି ସାରିଛି ଜିଆରପି । ଅନ୍ୟପଟେ ଲିଙ୍ଗରାଜ ଷ୍ଟେସନ ନିକଟରେ ରେଳ ଧାରଣାରେ ଆଦିତ୍ୟଙ୍କ ମୃତ ଦେହ ମିଳିଥିଲା । ଏବେ ବି ରହସ୍ୟ ଭିତରେ ରହିଛି ଆଦିତ୍ୟଙ୍କ ମୃତ୍ୟୁ ।