କ୍ୟାଟ୍ରିଜ୍ ଘୋଟାଲା: ୨୦ ଯବାନଙ୍କ ସମେତ ୨୪ ଜଣଙ୍କୁ ୧୦ ବର୍ଷ ଲେଖାଏଁ ଜେଲ୍ – Ibnodisha

[ad_1]
ରାମପୁର: ଉତ୍ତର ପ୍ରଦେଶର ରାମପୁରରେ ଘଟିଥିବା ୧୩ ବର୍ଷ ତଳର ପୁରୁଣା କ୍ୟାଟ୍ରିଜ୍ (ଗୁଳି) ଘୋଟାଲା ମାମଲାରେ ସ୍ପେଶାଲ୍ କୋର୍ଟରେ ଦଣ୍ଡାଦେଶ ଘୋଷିତ ହୋଇଛି । ପୂର୍ବରୁ ଏହି ମାମଲାରେ କୋର୍ଟ ୨୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହା ମଧ୍ୟରେ ପୁଲିସ, ପିଏସି ଏବଂ ପିଏସିର ୨୦ ଯବାନଙ୍କ ସମେତ ୨୪ ଜଣଙ୍କୁ ୧୦ ବର୍ଷ ଲେଖାଏଁ ସଶମ୍ର କାରାଦଣ୍ଡାଦେଶ ହୋଇଥିବା ବେଳେ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା କରାଯାଇଛି । ତେବେ ମୁଖ୍ୟ ଅଭିଯୁକ୍ତ ଯଶୋଦା ନନ୍ଦନଙ୍କ ଟ୍ରାଏଲ୍ ବେଳେ ମୃତ୍ୟୁ ହୋଇଯାଇଥିଲା । ସୂଚନାଯୋଗ୍ୟ, ୨୦୧୦ ଏପ୍ରିଲ୍ ୨୯ ତାରିଖରେ ୟୁପି ଏସ୍ଟିଲଫ୍ କ୍ୟାଟ୍ରିଜ୍ ଘୋଟାଲାର ପର୍ଦ୍ଦାଫାସ୍ କରିଥିଲା ।
ଅଭିଯୋଗ ହୋଇଥିଲା ଯେ ଏହି ଲୋକମାନେ ଚାକିରିରେ ଥାଇ ଆତଙ୍କବାଦୀ ଏବଂ ନକ୍ସଲ୍ଙ୍କୁ ସରକାରୀ କ୍ୟାଟ୍ରିଜ୍ ସପ୍ଲାଇ କରୁଥିଲେ । ଏହା ବଦଳରେ ସେମାନଙ୍କୁ ଦାବି ଅନୁସାରେ ଅର୍ଥ ମିଳୁଥିଲା । ସିଆର୍ପିଏଫ୍ର ଦୁଇଜଣ ଯବାନ ବିନୋଦ ଏବଂ ବିନେଶ ପାଶୱାନ୍ଙ୍କୁ ବିପୁଳ ମାତ୍ରାରେ କ୍ୟାଟ୍ରିଜ୍ ସହିତ ଗିରଫ କରାଯାଇଥିଲା । ୨୦୧୦ରେ ଛତିଶଗଡ଼ର ଦାନ୍ତେୱାଡ଼ାରେ ଯେଉଁ ନକ୍ସଲ ଆକ୍ରମଣ ହୋଇଥିଲା ସେଥିରେ ଏହି କ୍ୟାଟ୍ରିଜ୍ ବ୍ୟବହୃତ ହୋଇଥିବା କୁହାଯାଉଛି । ଏହି ନକ୍ସଲ୍ ଆକ୍ରମଣରେ ସିଆର୍ପିଏଫ୍ର ୭୬ ଜଣ ଯବନା ସହିଦ ହୋଇଥିଲେ । ଘଟଣାସ୍ଥଳରୁ ମିଳିଥିବା ଖୋକାକୁ ନେଇ ସନ୍ଦେହ ସୃଷ୍ଟି ହେବାରୁ ପରେ ତଦନ୍ତ କରାଯାଇଥିଲା ।
[ad_2]