ଅପରାଧ
ମଦ୍ୟପ ପିତାର ଉନ୍ନତ୍ତ କାଣ୍ଡ; ୫ ମାସର ଶିଶୁପୁତ୍ରକୁ କଚାଡ଼ି ମାରିଦେଲା – Ibnodisha

[ad_1]
ପାଇକମାଳ: ମଦ୍ୟପ ପିତାର ଉନ୍ନତ୍ତ କାଣ୍ଡ । ମଦ ନିଶାରେ ନିଜର ୫ମାସର ଶିଶୁ ପୁତ୍ରକୁ କଚାଡ଼ି ମାରି ଦେଲା । ଏଭଳି ଅବାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପାଇକମାଳ ଥାନା ଚେରଙ୍ଗାଝାଞ୍ଜ ଗ୍ରାମରେ । ପୁଲିସ ଶିଶୁର ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ବାପାଙ୍କୁ ଗିରଫ କରି ତଦନ୍ତ କରୁଛି । ପାଇକମାଳ ବ୍ଲକ ଜାମସେଠ ପଞ୍ଚାୟତ ଚେରଙ୍ଗାଝାଞ୍ଜ ଗ୍ରାମର ହେମନ୍ତ ଭୂଏ ଗତକାଲି ରାତିରେ ନିଶାସକ୍ତ ହୋଇ ନିଜ ସ୍ତ୍ରୀକୁ ମଦ ପିଇବା ପାଇଁଁ ଆହୁରି ପଇସା ମାଗିଥିଲେ । ହେଲେ ସ୍ତ୍ରୀ ପାଖରେ ପଇସା ନଥିବା କହିଥିଲେ ।
ଏନେଇ ଯୁକ୍ତିତର୍କ କରିବା ସହ ହେମନ୍ତ ଉତ୍ତ୍ୟକ୍ତ ହୋଇ ପାଖରେ ଥିବା ନିଜ ୫ ମାସର ପୁଅକୁ ଟେକି ଧରି ରାସ୍ତାରେ ଦୁଇ ଥର କଚାଡ଼ି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଶିଶୁଟିର ମୃତ୍ୟୁ ହୋଇଥିଲା । ସେଠାରୁ ନୂଆପଡ଼ା ଚିକିତ୍ସାଳୟକୁ ନେଇଥିଲେ ଡାକ୍ତର ସେଠାରେ ଶିଶୁ ପୁତ୍ରକୁ ମୃତ ଘୋଷଣ କରିଥିଲେ । ଏନେଇ ପାଇକମାଳ ପୁଲିସ ଖବର ପାଇ ହେମନ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି ।
[ad_2]