ରାଜ୍ୟ

ଓଡ଼ିଶା-ମୋ ପରିବାର ଏବଂ ନୂଆଦିଲ୍ଲୀର ପ୍ରବାସୀ ଓଡ଼ିଆ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର – Ibnodisha

[ad_1]

ନୂଆଦିଲ୍ଲୀ : ଦିଲ୍ଲୀର ପ୍ରମୁଖ ଓଡ଼ିଆ ସଂଗଠନ, ଓଡ଼ିଆ କଲଚରାଲ ଏବଂ ୱେଲଫେୟାର ଆସୋସିଏସନ୍,ଭାରତୀୟ ରେଡ଼କ୍ରସ ସୋସାଇଟି ଓ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁପ୍ରାଣିତ ସାମାଜିକ ଅନୁଷ୍ଠାନ ଓଡ଼ିଶା- ମୋ ପରିବାର ମିଳିତ ଆନୁକୂଲ୍ୟରେ ଦିଲ୍ଲୀର ୱେଷ୍ଟପଟେଲ ନଗରସ୍ଥିତ ରଣଜିତ୍ ନଗରଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ସମୁଦାୟ ୩୭ ଜଣ ରକ୍ତଦାତା ରକ୍ତଦାନ କରିଥିଲେ।

ଦାତାମାନଙ୍କର ଅଦମ୍ୟ ଉତ୍ସାହ ଯୋଗୁଁ ଏହି ପଦକ୍ଷେପ ସଫଳ ହୋଇପାରିଛି । ଭାରତୀୟ ରେଡ୍ କ୍ରସ୍ ସୋସାଇଟିର କଠୋର ମାନଦଣ୍ଡ ସତ୍ତ୍ୱେ ଏହି ରକ୍ତଦାନ ଶିବିରରେ ପ୍ରାୟ ୩୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଓଡ଼ିଶା- ମୋ ପରିବାର ଦ୍ୱାରା ଦ୍ଵିତୀୟଥର ପାଇଁ ରାଜ୍ୟ ବାହାରେ ଏହି ରକ୍ତଦାନ ଶିବିର ଆୟୋଜିତ କରାଯାଇଛି। ଓଡ଼ିଶା- ମୋ ପରିବାରର ଉପଦେଷ୍ଟା ଶ୍ରୀ ବିବେକାନନ୍ଦ ପଟ୍ଟନାୟକଙ୍କ ଦ୍ୱାରା ଯୋଗାଯୋଗ କରାଯାଇ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ଏବଂ ଆଗାମୀ ଦିନରେ ଓଡ଼ିଆ କଲଚରାଲ ଏବଂ ୱେଲଫେୟାର ଆସୋସିଏସନ ପକ୍ଷରୁ ଓଡ଼ିଶା- ମୋ ପରିବାରର ମିଳିତ ଉଦ୍ୟମରେ ଦିଲ୍ଲୀରେ ରହୁଥିବା ଓଡ଼ିଆମାନଙ୍କ ପାଇଁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ କରାଯିବାର ଲକ୍ଷ୍ୟ ରହିଛି । ନୂଆଦିଲ୍ଲୀରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଏକ ସ୍ବାଗତଯୋଗ୍ୟ ଉଦ୍ୟମ ଏବଂ ଭବିଷ୍ୟତରେ ଅନ୍ୟାନ୍ୟ ସହରରେ ଥିବା ଓଡ଼ିଆ ସଂଗଠନମାନଙ୍କୁ ଏହି ଭଳି କାର୍ଯ୍ୟକ୍ରମ ନିମନ୍ତେ ପ୍ରେରଣା ଦେବ ବୋଲି ଓଡ଼ିଶା- ମୋ ପରିବାରର ଆବାହକ ଆଶାବ୍ୟକ୍ତ କରିଛନ୍ତି।

ଦିଲ୍ଲୀରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆସୋସିଏସନର କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ବିଜୟ ମହାନ୍ତି, ପ୍ରକାଶ ପୃଷ୍ଟି, ଅଜୟ ମହାନ୍ତି, ପ୍ରଶାନ୍ତ ଦାସ, ପ୍ରଦୀପ ଭୂୟାଁ, ବନୋଜ ପ୍ରଧାନ, ସନ୍ଦୀପ ରାଉତ ଏବଂ ସନ୍ତୋଷ ଷଡଙ୍ଗୀ ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ। । ଅଧିକନ୍ତୁ, ଅଶ୍ଵିନୀ ସାମନ୍ତରାୟ, ଅନିମେଶ ରାଉଳ, ଦୀନେଶ ଗୋଏଲ, ଜିତେନ୍ଦ୍ର ସାହୁ, ତପନ ଥାଟୋଇ, ପ୍ରବୀଣ ପଣ୍ଡା, ସଞ୍ଜିତ ମହାନ୍ତି, ହୃଦୟ ରଂଜନ ଭୂୟାଁ, ପ୍ରଭାତ କିଶୋର ଭୂୟାଁ, ନୟନ କିଶୋର ଦାସ, ପ୍ରଶାନ୍ତ ନାୟକ, ସୁରେଶ ସ୍ଵାଇଁ, ପ୍ରଦୀପ ପରିଜା, ଦେବାଶିଷ ଗୋସ୍ଵାମୀ, ଜୟକୃଷ୍ଣ ସ୍ଵାଇଁ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button