ରାଜ୍ୟ

ବୁର୍ଲା ଭୀମସାରକୁ ୧୧ ଲକ୍ଷ ଫାଇନ୍

ବୁର୍ଲା ଭୀମସାରକୁ ୧୧ ଲକ୍ଷ ଫାଇନ୍ ହୋଇଛି । ବର୍ଜ୍ୟ ବସ୍ତୁ ପରିଚାଳନା ଉପଯୁକ୍ତ ଭାବେ କରାଯାଉ ନ ଥିବା ଅଭିଯୋଗରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ୧୧ ଲକ୍ଷ ଟଙ୍କାର ଜରିମାନା କରାଯାଇଛି।

ଗତ ବର୍ଷ ଅଗଷ୍ଟ ମାସରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଭୀମସାର ପରିଦର୍ଶନରେ ଆସିଥିଲେ। ସେଠାକାର ବିପର୍ଯ୍ୟସ୍ତ ବର୍ଜ୍ୟ ବସ୍ତୁ ପରିଚାଳନାକୁ ନେଇ ଉଦବେଗ ପ୍ରକାଶ କରିଥିଲେ।

ଏଥିସହ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଭୀମସାରକୁ ୨ ଥର ଚିଠି ଲେଖିଥିଲେ। କିନ୍ତୁ ଅବସ୍ଥାରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା। ଶେଷରେ ଚଳିତ ମାସ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏଥିପାଇଁ ଭୀମସାରକୁ ୧୧ ଲକ୍ଷ ୨୨ ହଜାର ଟଙ୍କାର ଫାଇନ କରିଛନ୍ତି।

ଭୀମସାର ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବଗ୍ରାହୀ ରଥ କହିଛନ୍ତି ଯେ, ବର୍ଜ୍ୟ ବସ୍ତୁକୁ ଉପଯୁକ୍ତ ଭାବେ ପରିଚାଳନା କରଯିବା ଅଭିଯୋଗ ସତ୍ୟ। ସେପ୍ଟେମ୍ବର ୧୦ ତାରିଖରେ ଆମ ପାଖକୁ ଏକ ନୋଟିସ ଆସିଛି। ସେଥିରେ ୧୧ ଲକ୍ଷ ୨୦୦ ହଜାର ଟଙ୍କା ଫାଇନ ହୋଇଥିବା ଉଲ୍ଲେଖ ରହିଛି। ଖୁବ୍ ଶୀଘ୍ର ପଦକ୍ଷେପ ନିଆଯାଇ ବର୍ଜ୍ୟ ବସ୍ତୁ ପରିଚାଳନା ଠିକ୍ ଭାବେ କରାଯିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button