IBN ଓଡ଼ିଶା ବ୍ୟୁରୋ

ବାହା ବାହା ନେବାକୁ ଢିଲା କରିଥିଲେ ଟ୍ରେନ ଟ୍ରାକ୍ ବୋଲ୍ଟ, ୩ ରେଳ କର୍ମଚାରୀ ଗିରଫ

ଗୁଜରାଟର ତିନି ଜଣ ପୁଲିସ କର୍ମଚାରୀଙ୍କ ବିରୁଦ୍ଧରେ ଆସିଛି ସାଙ୍ଘାତିକ ଅଭିଯୋଗ। କ୍ରେଡିଟ ନେବା ସହ ସମ୍ମାନିତ ହେବା ଉଦ୍ଦେଶ୍ୟରେ ଜାଣି ଜାଣି ରେଳ ଧାରାଣାରେ ଟାମ୍ପରିଂ କରିଥିଲେ। ଏହି ଅଭିଯୋଗରେ ପୁଲିସ ତିନି ଜଣ ରେଳ କର୍ମଚାରୀଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ସୁବାଷ ପୋଦ୍ଦାର (୩୯), ମନୀଷ ମିସ୍ତ୍ରୀ (୨୮) ଏବଂ ଶୁଭମ ଜୈସୱାଲ (୨୬)।

ଏମାନେ ରେଳ ବିଭାଗର ରକ୍ଷଣାବେକ୍ଷଣା ଦାୟିତ୍ୱରେ ଥିଲେ। ବିଭାଗ ପକ୍ଷରୁ ସମ୍ମାନିତ ହେବା ଉଦ୍ଦେଶ୍ୟରେ ଏପରି କରିଥିବା ସୁରଟ ଗ୍ରାମ୍ୟ ପୁଲିସ ଅଧୀକ୍ଷକ (ଏସପି) ହୋତେଶ ଜୋଏସାର କହିଛନ୍ତି।

ସେପ୍ଟେମ୍ବର ୨୧ରେ ସୁରଟର ଏକ ରେଳ ଧାରାଣରେ କିଛି ଅଜ୍ଞାତ ବ୍ୟକ୍ତି ଫିସ୍ ପ୍ଲେଟ୍ କାଢି ନେବା ସହ ବୋଲ୍ଟ ଢିଲା କରିଦେଇଥିବା ଅଭିଯୋଗ ହୋଇଥିଲା। ଟ୍ରେନ୍ ଡିରେଲ କରିବା ଉଦ୍ଦେଶ୍ୟରେ ଏପରି କରାଯାଇଥିଲା।

ଏହି ଅଭିଯୋଗ ପରେ ସୁରଟ ପୁଲିସ ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଆଶ୍ଚର୍ଯ୍ୟକର ରିପୋର୍ଟ ସାମ୍ନାକୁ ଆସିଛି। କୌଣସି ଅଜଣା ବ୍ୟକ୍ତି କି ଦୁର୍ବୃତ୍ତ ନୁହନ୍ତି, ବରଂ ଖୋଦ୍ ରେଳ କର୍ମଚାରୀ ଏପରି କରିଛନ୍ତି।

ଦାୟିତ୍ୱରେ ଥିବା ତିନି ଜଣ ରେଳ କର୍ମଚାରୀ ଡିରେଲକୁ ରୋକିବାରେ ସଫଳ ହୋଇଥିବା ନେଇ ବାହା ବାହା ନେବା ପାଇଁ ଏପରି କରିଥିଲେ। ସେମାନେ ହିଁ ଯୋଜନାବଦ୍ଧ ଭାବେ ରେଳ ଧାରଣାରେ ଟାମ୍ପରିଂ କରି ଉପର ଅଧିକାରୀଙ୍କୁ ସୂଚନା ଦେଇଥିଲେ। ପୁଲିସ ଏହି ଅଭିଯୋଗରେ ତାଙ୍କୁ ଗିରଫ କରିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button