ରାଜ୍ୟ
ପିକନିକ୍ ପାଇଁ ରାଜ୍ୟ ପରିବହନ ବିଭାଗ ଆଣିଲା ନୂଆ ଗାଇଡଲାଇନ୍ – Ibnodisha
[ad_1]
ଭୁବନେଶ୍ୱର: ନୂଆବର୍ଷ ଆରମ୍ଭ ହୋଇଛି । ସମସ୍ତ ପର୍ଯ୍ୟଟନସ୍ଥଳୀରେ ପ୍ରବଳ ଭିଡ । ଏହାରି ଭିତରେ ରାଜ୍ୟ ପରିବହନ ବିଭାଗ ପିକନିକ୍ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଏଥିରେ ମୁଖ୍ୟତ ଦୁର୍ଘଟଣା କମାଇବାକୁ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି । ପିକନିକରେ ଅମାନିଆଙ୍କ ଉପରେ ଏବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ବିଭାଗ ତାର ନୂଆ ଗାଇଡଲାଇନରେ ଉଲ୍ଲେଖ କରିଛି । ପିକନିକ୍ ନେଇ ଯାଉଥିବା ଗାଡିର ଡ୍ରାଇଭର ଯଦି ମଦ୍ୟପାନ କରିଥାନ୍ତି ତେବେ ତାଙ୍କୁ ତୁରନ୍ତ ଗିରଫ କରାଯିବ । ଏହାସହ ମଦ୍ୟପ ଡ୍ରାଇଭରଙ୍କ ଲାଇସେନ୍ସ ମଧ୍ୟ ରଦ୍ଦ କରାଯିବ ।
ସୁକିନ୍ଦାଗଡ଼ ଜଗନ୍ନାଥ ମନ୍ଦିର ବିଗ୍ରହ ପରିବର୍ତ୍ତନ ପାଇଁ ଦାରୁ ଛେଦନ
[ad_2]